ମୃତ ନାବାଳକ ହେଲେ ଦୈତ୍ୟରାଜ ନାୟକ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଘଟଣାର ଛାନଭିନ କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।
ପାଣି ପିଇବାକୁ ଯାଇ ସମ୍ବଲପୁରରେ ଏକ ପୋଖରୀରେ ଫସି ରହିଛି ଏକ ଦନ୍ତାହାତୀ । କାଦୁଅରୁ ବାହାରକୁ ବାହାରି ପାରୁ ନାହିଁ ।
ଯେଉଁଠି କ୍ଲଷ୍ଟର ଆଉଟବ୍ରେକ ହେଉଛି, କଣ୍ଟାକ୍ଟ ଟ୍ରେସିଂ ସହ ଆଇସୋଲେଟ କରି ଟ୍ରିଟ୍ମେଣ୍ଟ କରିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
କେନ୍ଦୁଝର ଏସପି ଅଫିସ୍ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ପୋଲିସ୍ ଉଦ୍ଧାର କରିଛି ।
ଇଏ କେମିତିକା ଆଇନ? ଘର ବାବଦରେ ଲୋକଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଲେ ପୌର ଅଧିକାରୀ। ପଇସା ନଦେବାରୁ ନୋଟିସ୍ ଦେବାର ୩ ଦିନ ମଧ୍ୟରେ ଜେସିବି ଲଗାଇ ଲୋକଙ୍କ ଘର ଭାଙ୍ଗିଦେଲେ ବଡ଼ବାବୁ। ଯେତେ କାକୁତିମୀନତି ହେଲେ ବି ଶୁଣିଲେ ଏମାନଙ୍କ ଦୁଃଖ ।
କିଲୋ ପିଛା ୨୩ ହଜାର ଟଙ୍କାରେ ବିକ୍ରି ହେଲା ତେଲିଆ ବୋରେଇ ମାଛ...
ବାଃ ବାଃରେ ଶିକ୍ଷକ। ସରକାରୀ ସ୍କୁଲରେ ଚାକିରି କରିବା ପରେ ବି ଟଙ୍କିକିଆ ଚାଉଳ ନେଉଛନ୍ତି ଏଇ ଶିକ୍ଷକ। ଖାଲି ଚାଉଳ ନୁହେଁ ବରଂ ଦିବ୍ୟାଙ୍କ ସାର୍ଟିଫିକେଟ୍ ବି ହାତେଇଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଲେ ଜିଲ୍ଲା ଶିକ୍ଷାଧିକାରୀ
ଜନସାଧାରଣଙ୍କୁ ମିଳିଲା ଆଶ୍ୱସ୍ତି । ମୌସୁମୀ ଛୁଇଁବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ବର୍ଷା ।
ଏକାଠି ଗୋଟିଏ ସମୟରେ ଆସନ୍ତାକାଲିର ଭବିଷ୍ୟତକୁ ଗଢୁଛନ୍ତି ଓ କଳାପଟାକୁ ଭାଗ ଭାଗ କରି ପାଠ ପଢ଼ାଉଛନ୍ତି ଇଂରାଜୀ ଓ ଗଣିତ ଦିଦି। ଗୋଟିଏ ଘରେ ଚାଲିଛି ଦୁଇଟି କ୍ଲାସ୍।
ରଜରେ ସଜବାଜ ହୋଇ ଦୋଳି ଖେଳିଲେ ଓ ପରସ୍ପର ପିଠା ଖୁଆଇଲେ ୩ ଦଳର ନାରୀ ନେତ୍ରୀ ।
ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ୧୩ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ତଟରକ୍ଷା ବାହିନୀ ।
ନିଆରା ପରମ୍ପରା। ରଜ ଉତ୍ସବରେ ଏଇଠି ଝିଅକୁ ବାହା ହୁଏ ଝିଅ। ବରଯାତ୍ରୀ ରୋସଣି କରି ଆସେ, କନିଆଁ ଘରେ ଭୋଜି ଭାତର ଆସର ଜମେ। ପୂରା ଧୁମଧାମ୍ରେ ହୁଏ ବାହାଘର। ଛୁଆ ବରକୁ ଛୁଆ କନିଆର ବାହାଘର ପାଇଁ ଲୋକଙ୍କ ଜମେ ଭିଡ଼
‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶରେ ପ୍ରତିବାଦର ନିଆଁ ତେଜିବାରେ ଲାଗିଛି। ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ମଧ୍ୟ ବିରୋଧ କରାଯାଇଛି। କଟକ କ୍ୟାଣ୍ଟନମେଣ୍ଟ ରୋଡ୍ରେ ବିକ୍ଷୋଭକାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।
ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର । ତିଥି – ୩ ୟା ପ୍ରାତଃ ୦୬/୧୧ ଗତେ ୪ର୍ଥୀ (କ୍ଷୟ) । ରାତ୍ରି ୦୨/୫୯ ଗତେ ୫ମୀ ।
୧୧ ଦିନିଆ ଖରା ଛୁଟି ପରେ ପୁଣି ଥରେ ଛାତ୍ରଛାତ୍ରୀଙ୍କ କ୍ଲାସ୍ରୁମ୍ ପାଠପଢା ଆଜିଠୁ ଆରମ୍ଭ ହେବ। ସକାଳ ସ୍କୁଲ୍ ବଦଳରେ ୧୦ଟାରୁ ପାଠପଢ଼ା ଆରମ୍ଭ ହେବ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ରାହୁଲଙ୍କୁ ଉଦ୍ଧାର ବେଳେ ଜଗନ୍ନାଥଙ୍କ ନାଁ ନେଇଥିଲେ ଛତିଶଗଡ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା
ରଜର ଶେଷ ଦିନରେ ସବୁଆଡ଼େ ଛୁଟୁଛି ପିଠା, ମିଠା ଓ ରଜପାନର ମହକ...
ସୁନ୍ଦରଗଡ଼ ଜିଲ୍ଲାପାଳ ଆଇଏଏସ୍ ନିଖିଳ ପବନ କଲ୍ୟାଣଙ୍କୁ କଟକ ମ୍ୟୁନିସପାଲଟି କମିଶନର ଭାବେ ବଦଳି ହୋଇଛି । ସେ କଟକ ଉନ୍ନୟନ ପ୍ରାଧିକରଣର ଉପାଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ବାରବାଟୀ ମ୍ୟାଚ୍ରେ ଟିକେଟ୍ ନପାଇ ହଜାର ହଜାର ଦର୍ଶକ ନିରାଶ ହୋଇଥିବାବେଳେ ନକଲି ପାସ୍ରେ ଷ୍ଟାଡିୟମରେ ଶହ ଶହ ଏଣ୍ଟ୍ରି କରାଯାଇଥିବା ଅଭିଯୋଗ ହୋଇଛି ।
କେମିତି ଉଦ୍ଧାର ପାଇଥିଲା ରାହୁଲ ? ଛୋଟ ପିଲା ତାଙ୍କୁ ଉଦ୍ଧାର କରିଥିଲା ନା ଉଦ୍ଧାରକାରୀ ଦଳ ?
ଆୟକର ଫାଙ୍କି ଅଭିଯୋଗରେ ରେଡ୍ ସୂଚନା । ଘର, ଅଫିସ ଓ କ୍ରସର ୟୁନିଟ୍ରେ ରେଡ୍ ।
ଚାହିଦାରେ ଆକାଶଗଙ୍ଗା, ୧୦୧ ଭେରାଇଟି । କାରଣ ଇଡଲି, ଦୋସା ଲାଗି କୁଆଡ଼େ ବେଶ୍ ଉତ୍ତମ ଏହି ଦୁଇ ଭେରାଇଟି ଧାନର ଚାଉଳ ।
ଶେଷ ପର୍ଯ୍ୟାୟ ଖନନ ବେଳେ ରାହୁଲ ଉପରେ ପଥର ଖଣ୍ଡ ପଡ଼ିବାର ଆଶଙ୍କା ଥିଲା । କେମିତି ସେଥିରୁ ତାକୁ ସୁରକ୍ଷା ଦେଇହେବ, ସେଥିପାଇଁ ଏକ ଦେଶୀ ଯୁଗାଡରେ ଆଇଡିଆ ଜୁଟିଥିଲା
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର ।