Advertisment

ପାଗରେ ଆସିପାରେ ପରିବର୍ତ୍ତନ, ରଜରେ ଭିଜିବ ଓଡ଼ିଶା !

ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ପାଗରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Rain Likely During In Odisha

Rain Likely During In Odisha

ରଜରେ ବର୍ଷାରେ ଭିଜିପାରେ ଓଡ଼ିଶା। ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ପାଗରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହୋଇଛି। 

Advertisment

ସେପଟେ ଜୁନରେ ସାରା ରାଜ୍ୟରେ ବର୍ଷା ନିଅଣ୍ଟିଆ ରହିଛି। ଜୁନ ପହିଲାରୁ ୧୨ ତାରିଖ ମଧ୍ୟରେ ରାଜ୍ୟରେ ୧୦. ୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ୱାଭାବିକ ବର୍ଷା ୫୦.୮ ମିଲିମିଟର ତୁଳନାରେ ୭୯% କମ୍। 

ଏହି ସମୟ ମଧ୍ୟରେ ୫୦. ୮ ମିଲିମିଟର ବର୍ଷା ହେବାର କଥା। ହେଲେ ୩ଟି ଜିଲ୍ଲାରେ ଆଦୌ ବର୍ଷା ହୋଇନାହିଁ। ଏହି ଜିଲ୍ଲା ଗୁଡ଼ିକ ହେଲା ବରଗଡ଼, ସୋନପୁର ଓ ମାଲକାନଗିରି। ସେହିପରି ୩ ଜିଲ୍ଲାରେ ନିଅଣ୍ଟିଆ (୨୦% ରୁ ୫୯%) ଏବଂ ୨୪ ଜିଲ୍ଲାରେ ଅଧିକ ନିଅଣ୍ଟିଆ (୬୦% କିମ୍ବା ଅଧିକ) ବର୍ଷା ହୋଇଛି। 

Advertisment
Rain Alert Rain Alert In Odisha Raja Festival
Advertisment
Advertisment