ପରିବାରରେ କେହି ନାହାନ୍ତି କି ସରକାରୀ ସହାୟତା କିଛି ମିଳୁନି । ରୋଗ ମାଡ଼ିବସିବା ପରେ ଅସହାୟ ଟୁକୁଲୁ । ଗାଁ ଲୋକେ କେତେବେଳେ କଣ ଖାଇବାକୁ ଦେଉଛନ୍ତି, ନହେଲେ ଭୋକ ଉପାସରେ ବିତୁଛି ଦିନ । କି ଖରା, କି ବର୍ଷା, ବାଉଁଶ ବୁଦାରେ ଦିନ କାଟୁଛନ୍ତି ଏଇ ବୃଦ୍ଧ।
ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ସୁନାର ସଂସାରରେ କିନ୍ତୁ ଦଇବ ଦାଉ ସାଥିଲା । ଅକର୍ମା ହୋଇଗଲା ରୋଜଗାରିଆ ପୁଅ । ଏବେ ବିଛଣାରେ ପଡ଼ି ପଡ଼ି ସରକାରୀ ସାହାଯ୍ୟକୁ ଚାତକ ପରି ଚାହିଁ ରହିଛନ୍ତି ମଙ୍ଗୁଳି ଓ ତାଙ୍କ ପରିବାର ଲୋକ । ସୁନ୍ଦରଗଡ଼ ବଣାଇ ଧରଣୀଧରପାଲିର ମଙ୍ଗୁଳିକୁ ସରକାରୀ ସହାୟତା ପାଇଁ ଦାବି ଜୋର ଧରିଛି...
୨୨ ବର୍ଷର ସ୍ଥିର ସରକାର। ଫୁଟିକିଆ ଘରେ ରହୁଛି ୫ ଫୁଟିଆ ମଣିଷ। ଖାଇବାକୁ ନାହିଁ ପିଇବାକୁ ନାହିଁ....ବର୍ଷା ହେଲେ ମୁଣ୍ଡ ଉପରେ ବର୍ଷୁଛି, ଖରା ହେଲେ ଟିଣ ଘରେ ଦେହ ଜଳିଯାଉଛି। ଘର ଖଣ୍ଡିଏ ପାଇଁ ଗୁହାରି କରି କରି ହାଲିଆ ହେଲେ ଲାଞ୍ଚ ବିନା ଘର ହେଉନି। ରାସନ କାର୍ଡ ନାହିଁ କି ଭତ୍ତା ନାହିଁ। ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ବାସନ୍ତୀ।
ଆଗ ବାପା ଆରପାରିକୁ ଚାଲିଗଲେ। ପରେ ରୋଗୀଣା ମାଆକୁ ବଂଚାଇ ହେଲାଣି। ଆଗପଛ ହୋଇ ଦୁହେଁ ଚାଲିଯିବା ପରେ ଶୁଦ୍ଧି ହେବା ପାଇଁ ଏ ଦୁଆରୁ ସେ ଦୁଆର ଘୁରି ବୁଲୁଛି ପୁଅ..