Advertisment

ଲୁଚି ଲୁଚି ଦ୍ୱିତୀୟ ବିବାହ କଲେ, ଧୋକା ଦେଇ ଚାଲି ଆସିଲେ; ପରେ ଏମିତି ହେଲା ଅବସ୍ଥା...

ପୁଣି ଲଭ୍‌, ସେକ୍ସ ଓ ଧୋକା। ପ୍ରଥମ ସ୍ତ୍ରୀ ଥାଇ ଦ୍ୱିତୀୟ ବିବାହ କଲେ। ଆଉ ବିବାହ ପରେ ଧରାଛୁଆଁ ଦେଲାନି। ଶେଷରେ ଠିକଣା ଖୋଜି ଖୋଜି ଆସି ପହଞ୍ଚିଲା ଦ୍ୱିତୀୟ ସ୍ତ୍ରୀ।

author-image
Rajalaxmi Sahoo
Man Cheated Second Wife

Man Cheated Second Wife

ପୁଣି ଲଭ୍‌, ସେକ୍ସ ଓ ଧୋକା। ପ୍ରଥମ ସ୍ତ୍ରୀ ଥାଇ ଦ୍ୱିତୀୟ ବିବାହ କଲେ। ଆଉ ବିବାହ ପରେ ଧରାଛୁଆଁ ଦେଲାନି। ଶେଷରେ ଠିକଣା ଖୋଜି ଖୋଜି ଆସି ପହଞ୍ଚିଲା ଦ୍ୱିତୀୟ ସ୍ତ୍ରୀ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ନଟାପଡ଼ା ଗାଁରୁ ଏଭଳି ଅଭିଯୋଗ ଆସିଛି। 

Advertisment

ସୂଚନା ଅନୁସାରେ, ଗାଁର ନରେନ୍ଦ୍ର ବିଦାନ୍ତ ନାମକ ଯୁବକ ରାୟଗଡ଼ା ଜିଲ୍ଲାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ନରେନ୍ଦ୍ର ଆଉ ଧରାଛୁଆଁ ଦେଇ ନଥିଲେ। ତାଙ୍କୁ ଖୋଜି ଖୋଜି ଶେଷରେ ନଟାପଡ଼ାରେ ପହଞ୍ଚିଥିଲେ ନରେନ୍ଦ୍ରଙ୍କ ପତ୍ନୀ। ଏହାସହ ଖଇରା ଥାନାରେ ଅଭିଯୋଗ କରିଥିଲେ।

ମୁମ୍ବାଇର ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ନରେନ୍ଦ୍ର ଓ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ଚିହ୍ନା ପରିଚୟ ହୋଇଥିଲା। ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଦୁହେଁ ବିବାହ କରିଥିଲେ। 

Advertisment

ବିବାହର କିଛି ଦିନ ପରେ ପତ୍ନୀଙ୍କୁ ଧୋକା ଦେଇ ନରେନ୍ଦ୍ର ଚାଲି ଆସିଥିଲେ। ଶେଷରେ ଯୁବତୀ ଜଣଙ୍କ ଖୋଜି ଖୋଜି ନରେନ୍ଦ୍ରଙ୍କ ଗାଁରେ ପହଞ୍ଚିଥିଲେ। ପରେ ନରେନ୍ଦ୍ରଙ୍କ ସମ୍ପର୍କରେ ଯାହା ଶୁଣିଲେ, ତା’ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ନରେନ୍ଦ୍ର ପୂର୍ବରୁ ବିବାହିତ ଓ ତାଙ୍କର ଗୋଟିଏ ୭ବର୍ଷର ପୁଅ ଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ଖଇରା ଥାନାରେ ଅଭିଯୋଗ ପରେ ନରେନ୍ଦ୍ରଙ୍କୁ ଥାନାକୁ ଆଣି ପୋଲିସ ତଦନ୍ତ କରୁଛି।

Betrayed In Love
Advertisment
Advertisment