ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଠାରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ ।
ଆଜି ସନ୍ଧ୍ୟା ୮ଟାରେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଲାଗିଛି ଶ୍ରୀଜୀଉମାନଙ୍କ ୩ ରଥ। ପୂର୍ବାହ୍ନରେ ରଥତ୍ରୟଙ୍କ ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା।
ତାଳଧ୍ୱଜ ରଥର ପଡ଼ିନାହାକା ଚକରେ ଫାଟ । ଫାଟିଛି ଦର୍ପଦଳନ ରଥର ବଡ଼ଉଛୁଳା ଚକ । ରଥନିର୍ମାଣ ବୈଷୟିକ ଟିମ୍ ପକ୍ଷରୁ ଆଜି ଯାଞ୍ଚବେଳେ ଜଳ ଜଳ ଦିଶିଥିଲା ବଡ଼ଠାକୁର ବଳବଦ୍ରଙ୍କ ରଥ ଚକରେ ଫାଟ ।
ଗତକାଲି ତିନି ଠାକୁରଙ୍କୁ ରଥାରୁଢ଼ କରାଯାଇଛି, ଅଧାବାଟ ଯାଏ ଟଣା ହେବ ମା ସୁଭଦ୍ରାଙ୍କ ରଥ
ରଥ ଉପରେ ଚାଲିଛି ଠାକୁରଙ୍କ ଦୈନ୍ୟଦିନ ନୀତିକାନ୍ତି
ରଥଯାତ୍ରାରେ ପୁରୀରେ ହେବ ୧୦ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ । ସୁରକ୍ଷା, ଟ୍ରାଫିକ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି । ୫ ସ୍ତରୀୟ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର, ପ୍ରବେଶ ପଥରେ କଡ଼ା ଚେକିଂ କରାଯିବ । ମାଳତିପାଟପୁର ଓ ତାଳବଣିଆରେ ଭାରୀ ଯାନ ପାର୍କିଂ ବ୍ୟବସ୍ଥା ରହିଛି ।
ଦୁଲୁକୁଛି ବଡ଼ଦାଣ୍ଡ...ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ..ଝୁଲି ଝୁଲି ଆସୁଛି
ହାତରେ ସମୟ ନାହିଁ। ଆଉ କେଇ ଘଣ୍ଟା ସମୟ ବିତିଗଲେ ଆସିବ ମହାର୍ଘ୍ୟ ମୁହୂର୍ତ୍ତ। ସେଥିପାଇଁ ତ ଚଳଚଞ୍ଚଳ ଜଗନ୍ନାଥ ଧାମ। ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ। ଶେଷ ସ୍ପର୍ଶ ଦେଉଛି କାରିଗର।
ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା ।
ଆଜି ଗୁପ୍ତ ସେନାପଟା ଲାଗି ନୀତି ପାଇଁ ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ।
ଆଉ ମାତ୍ର କିଛି ଦିନର ଅପେକ୍ଷା ପରେ ଆରମ୍ଭ ହେବ ଘୋଷଯାତ୍ରା । ଏଥିପାଇଁ ଜେରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ଚାଲନ୍ତୁ ଦେଖିବା ରଥଖଳାରେ କିପରି ଚାଲିଛି ନିର୍ମାଣ କାମ...
ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରା ପାଇଁ ରଥଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ମହାରଣା ସେବକମାନେ ରଥ ନିର୍ମାଣରେ ଲାଗିପଡିଛନ୍ତି । ଦିନରାତି ଏକ୍ କରି ଲାଗିପଡିଛନ୍ତି ଶ୍ରୀଜିଉମାନଙ୍କ ସୁନ୍ଦର ରଥ ପ୍ରସ୍ତୁତିରେ...ଦେଖନ୍ତୁ ଏହାର କିଛି ଦୃଶ୍ୟ..
ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ସ୍ନାନଯାତ୍ରା ସାଙ୍ଗକୁ ଘୋଷଯାତ୍ରା । ଶ୍ରୀକ୍ଷେତ୍ରରେ ଭଉଁରୀ ପରେ ଜୋରସୋରରେ ଆଗେଇଛି ରଥ ନିର୍ମାଣ କାମ । ମହାରଣା ସେବାୟତଙ୍କ ହାତରେ ତର ନାହିଁ । ତିନି ରଥର ମୋଟ ୪୨ ଚକ ମଧ୍ୟରୁ ୩୧ଟି ଚକର ନିର୍ମାଣ କାମ ଶେଷ ହୋଇଛି ।