ସକାଳୁ ସକାଳୁ ନୂଆ ପୋଷାକ ପିନ୍ଧି, ସାଜସଜା ସହ ମନରେ ଅସରନ୍ତି ଉତ୍ସାହ ନେଇ ରଜ ପାଳୁଛନ୍ତି କୁମାରୀ ଝିଅ। ପାଦରେ ଅଳତା, ମଥାରେ କୁଙ୍କୁମ ଆଉ ହାତରେ ରଙ୍ଗୀନ ମେହେନ୍ଦିର କାରୁକାର୍ଯ୍ୟ। ସାହି ସାହି ଓ ଗଳି ଗଳି, ଆମ୍ବ ତୋଟା ଆଉ ଖୋଲା ପଡ଼ିଆରେ ଲାଗିଥିବା ଦୋଳି ପାଖରେ ଏକାଠି ହୋଇଥିଲେ ଝିଅ ବୋହୁ।
ବଢ଼ିଆ ପାଗ ସାଙ୍ଗକୁ ଦୋଳି ଖେଳ । ପରିବେଶକୁ ରଙ୍ଗୀନ କଲା ରଜ ମହୋତ୍ସବ ସହ ପାରମ୍ପରିକ ଖେଳ ।
ଧୁମଧାମରେ ପାଳନ ହେଉଛି ରଜ ଉତ୍ସବ । ଗୋଟିଏ ବରଗଛରେ ୧୧ ଦୋଳି । ଝିଅଙ୍କ ଆନନ୍ଦ କହିଲେ ନସରେ ।
ରଜ ଗୀତ ଓ ଓଡ଼ିଆ ଆଧୁନିକ ଗୀତର ତାଳେ ତାଳେ ନାଚଗୀତ ଆରମ୍ଭ କଲେଣି କଟକ, ସାଲେପୁର ଅଞ୍ଚଳର କୁନି କୁନି ପଲାମାନେ । ଭଳିକି ଭଳି ଡିଜାଇନର ମେହେନ୍ଦି ସାଙ୍ଗକୁ ଅଳତା ବି ନାଇଛନ୍ତି ପାଦରେ ।
ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବା ସହ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଗତକାଲି ମୌସୁମୀ ବାୟୁ ମାଲକାନାଗିରି ଓ କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାକୁ ମୌସୁମୀ ଛୁଇଁ ସାରିଥିବାବେଳେ ଆଜି ପ୍ରାୟ ଜିଲ୍ଲାକୁ ମୌସୁମୀ ଛୁଇଁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର […]
ଭୁବନେଶ୍ୱର: ରଜ ପାଇଁ ବଢ଼ିଲା କଟକଣା । ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ପାଇଁ ଆଜିଠୁ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯାଇଥିବା ସେ କହିଛନ୍ତି । କୋଭିଡ୍ କଟକଣା…