/odishatv-khabar/media/post_attachments/uploadimage/library/16_9/16_9_0/IND_vs_SA_1655052517.jpg)
IND vs SA
ବାରବାଟୀ T-20ରେ ଲଢ଼େଇ କରି ହାରିଲା ଭାରତ । ସାଉଥ ଆଫ୍ରିକା ଆଗରେ ୧୪୯ ରନ୍ର ଟାର୍ଗେଟ୍ ରଖିଥିଲା ଭାରତ। ଯାହାକୁ ଅତି ସହଜରେ ଲକ୍ଷ୍ୟ ହାସଲ କରିନେଇଥିଲା ଟିମ୍ ସାଉଥଆଫ୍ରିକା। କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଜିତିଲା ସାଉଥ୍ ଆଫ୍ରିକା।
ଭୁବନେଶ୍ୱର କୁମାରଙ୍କ ୧୩ ରନରେ ୪ ୱିକେଟ୍ ସଫଳତା ସତ୍ତ୍ୱେ ଭାରତ ହାରିଯାଇଛି। ଭାରତକୁ ୪ ୱିକେଟ୍ରେ ମାତ୍ ଦେଇଛି ଦକ୍ଷିଣ ଆଫ୍ରିକା। କ୍ଲାସେନଙ୍କ ବିସ୍ଫୋରକ ୮୧ ରନ ବଳରେ ଜିତିଛି ଦ.ଆଫ୍ରିକା। ଏଥିସହ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ୍ରେ ଦ.ଆଫ୍ରିକା ୨-୦ରେ ଆଗୁଆ ହୋଇଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଆଗରେ ୧୪୯ରନ୍ ଟାର୍ଗେଟ ରଖିଥିଲା ଭାରତ।
South Africa win the 2nd T20I by 4 wickets and are now 2-0 up in the five match series.
Scorecard - https://t.co/pkuUUB966c#INDvSA@Paytmpic.twitter.com/fwlCeXouOM
— BCCI (@BCCI) June 12, 2022
ଶ୍ରେୟସ ଆୟର ୩୫ ବଲରୁ ସର୍ବାଧିକ ୪୦ରନ୍ କରିଥିବା ବେଳେ ୨୧ ବଲରୁ ୩୪ ରନ୍ କରିଥିଲେ ଇଶାନ କିଶନ। ମ୍ୟାଚ୍ ଶେଷ ଓଭରରେ ଦିନେଶ କାର୍ତ୍ତିକଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ୨ଟି ଛକା ଏବଂ ୨ଟି ଚୌକା ସହ ୩୦ ରନ୍ କରିଥିଲେ କାର୍ତ୍ତିକ। ସେହିପରି ୯ ବଲରୁ ୧୨ ରନ୍ କରି ଅପରାଜିତ ଥିଲେ ହର୍ଷଲ ପଟେଲ୍। ଅନ୍ୟ ମାାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ୯, ଅକ୍ଷର ପଟେଲ ୧୦, ଋତୁରାଜ ଗାଏକ୍ୱାଡ୍ ୧, ଋଷଭ ପନ୍ଥ ୫ ରନ୍ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)