• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପେଟ୍ରୋଲର ଦର ବୃଦ୍ଧିକୁ ନେଇ ସବୁଠି ଏବେ ବ୍ୟାଟେରୀ ବାଇକ ତଥା ଇ-ବାଇକର ଚାହିଦା ଅଧିକ । ହେଲେ ଅଧରାସ୍ତାରେ ବ୍ୟାଟେରୀ ଶେଷ ହେଲେ ବ୍ୟାଟେରୀ ଚାର୍ଜ କରିବା କାଠିକର ପାଠ ହୋଇଥିବାରୁ ଏବେ ବି ଲୋକଙ୍କ ପ୍ରଥମ ପସନ୍ଦ ହୋଇପାରିନି ଇ-ବାଇକ । ତେବେ ଏଭଳି ସମସ୍ୟାକୁ ଦୂର କରିବା ପାଇଁ ଟୁ ଇନ୍ ୱାନ ସ୍କୁଟର ତିଆରି କରିଛନ୍ତି ବ୍ରହ୍ମପୁର ଗ୍ୟାରେଜ ମେକାନିକ୍ ସାଇକ୍ରିଷ୍ଣା । ଏବେ ସେ ବାଇକର ଟେଷ୍ଟ ଡ୍ରାଇଭ କରୁଥିବା ବେଳେ ଯଦି ସୁଫଳ ମିଳେ, ଆଗକୁ ଲୋକଙ୍କ ପାଇଁ ଏଭଳି ବାଇକ ତିଆରି କରିବେ ବୋଲି କହିଛନ୍ତି ।

ବ୍ରହ୍ମପୁର ଗ୍ୟାରେଜ ମେକାନିକ ସାଇକ୍ରିଷ୍ଣା । ସେ ଏପରି ସ୍କୁଟରତିଆରି କରିଛନ୍ତି, ଯାହା ପେଟ୍ରୋଲ ଓ ବ୍ୟାଟେରୀ ଉଭୟରେ ଚାଲିପାରିବ । ତେବେ ଏହି ସ୍ୱତନ୍ତ୍ର ସ୍କୁଟର ରହିଛି ପେଟ୍ରୋଲ ଚାମ୍ବର ସହ ବ୍ୟାଟେରୀ ଚାମ୍ବର । ସ୍କୁଟରରେ ଏକ ଚୋକରେ ,ଏକ ମୋଟର ଓ ବ୍ୟାଟେରୀରେ ବାଇକ ଚାଲିବାର ପୂରା ସିଷ୍ଟମ ଖଞ୍ଜା ହୋଇଛି । ସ୍କୁଟରକୁ ପେଟ୍ରୋଲ କିମ୍ବା ବାଇକରେ ଷ୍ଟାର୍ଟ କରିବା ପାଇଁ ବି ଭିନ୍ନ ବ୍ୟବସ୍ଥା ହୋଇଛି । ଚୋକକୁ ପେଟ୍ରୋଲ ଓ ଇ-ବାଇକ ପାଇଁ ସୁଇଚ୍ ଭଳି ବ୍ୟବହାର କରାଯାଉଛି । ବ୍ୟାଟେରୀ ଦ୍ୱାରା ସ୍କୁଟରକୁ ଚଲାଇବାକୁ ଚାହୁଁଥିଲେ କେବଳ ଏହି ଚୋକ୍ ଅର୍ଥାତ ସୁଇଚକୁ ଟାଣି ଦେବେ, ଆଉ ତାପରେ ସେଲ୍ଫ୍ ଷ୍ଟାର୍ଟ କରିବେ ।

ଯଦି ପେଟ୍ରୋଲରେ ସ୍କୁଟରକୁ ଚଳାଇବାକୁ ଚାହିଁବେ, ତେବେ ଚୋକକୁ ଭିତରକୁ ଚିପି ଦେଇ ଷ୍ଟାର୍ଟ କରିବେ । ତେବେ ଏହିଭଳି ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ବାଇକକୁ କରିବାକୁ ବହୁତ ରିସର୍ଚ କରିବାକୁ ପଡ଼ିଛି ସାଇଙ୍କୁ । ଗତବର୍ଷ ଲକ୍ଡ଼ାଉନ୍ ସମୟରେ ଏକ୍ସପେରିମେଣ୍ଟ, ଆଉ ଦୀର୍ଘ ବର୍ଷକର ଫଳ ସାକାର ହୋଇପାରିଛି । ଏଥିରେ ଲିଥିୟମ୍ ଆୟନ୍ ବ୍ୟାଟେରୀ ବ୍ୟବହାର କରିଥିବା ବେଳେ ଥରେ ଚାର୍ଜରେ ୫୦ରୁ ୬୦ କିମି ଯାଏଁ ମାଇଲେଜ୍ ଦେଉଛି । ଏଥିନିମନ୍ତେ ୫୦ହଜାର ଟଙ୍କା ଖର୍ଚ୍ଚ ହେଉଥିବା କହିଛନ୍ତି ସାଇକ୍ରିଷ୍ଣା ।

ତେବେ ସାଇକ୍ରିଷ୍ଣାଙ୍କ ଏହି ନୂଆ ସ୍କୁଟରକୁ ନେଇ ବ୍ରହ୍ମପୁରରେ ବହୁତ ଉତ୍ସାହ । ସ୍କୁଟରକୁ ଦେଖିବାକୁ ବହୁ ଲୋକ ଆସୁଛନ୍ତି । ସାଇକ୍ରିଷ୍ଣାଙ୍କ ଗ୍ୟାରେଜ ପାଖକୁ ସ୍କୁଟରକୁ ଦର ଓ ଏହାର ତିଆରି ସମ୍ପର୍କରେ ଉତ୍ସାହର ସହ ବୁଝୁଛନ୍ତି । ବର୍ତ୍ତମାନ ସାଇଙ୍କୁ ଏଭଳି ସ୍କୁଟରକୁ ତିଆରି ନେଇ ଅର୍ଡର ଆସୁଥିଲେ ହେଁ କିଛି ଦିନ ବାଇକକୁ ଚଲାଇବା ପରେ ଅନ୍ୟ ମାନଙ୍କ ସ୍କୁଟରକୁ ମୋଡ଼ିଫିକେସନ୍ କରିବେ ବୋଲି କହିଛନ୍ତି ।