Advertisment

ବସ୍‌ଷ୍ଟାଣ୍ଡରେ ଶିକ୍ଷକଙ୍କଠୁ ଲାଞ୍ଚ ନେଉଥିଲେ କ୍ଲର୍କ, ମାଡ଼ି ବସିଲା ଭିଜିଲାନ୍ସ...

ଗଞ୍ଜାମ ଜିଲ୍ଲା ଆସିକା ବିଇଓ ଅଫିସ୍‌ର କିରାଣୀ ମନୋଜ ପ୍ରଧାନ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି। ଅବସରପ୍ରାପ୍ତ ଜଣେ ଶିକ୍ଷକଙ୍କ increment ପେପରକୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇବା ନିମନ୍ତେ  ମନୋଜ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।

author-image
Rajalaxmi Sahoo
Clerk Caught By Vigillance Officer

Clerk Caught By Vigillance Officer

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କ୍ଲର୍କ। ଗଞ୍ଜାମ ଜିଲ୍ଲା ଆସିକା ବିଇଓ ଅଫିସ୍‌ର କିରାଣୀ ମନୋଜ ପ୍ରଧାନ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି। ଅବସରପ୍ରାପ୍ତ ଜଣେ ଶିକ୍ଷକଙ୍କ increment ପେପରକୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇବା ନିମନ୍ତେ  ମନୋଜ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। 

Advertisment

ସୂଚନା ଅନୁସାରେ, କେଶରାପଲ୍ଲୀ ସରକାରୀ ହାଇ ସ୍କୁଲରେ କାର୍ଯ୍ୟରତ ଥିବା ଶିକ୍ଷକ ନବଘନ ଚଳିତ ବର୍ଷ ଏପ୍ରିଲ ୩୦ରେ ଅବସର ନେଇଥିଲେ। କିନ୍ତୁ ତାଙ୍କର ୨୦୧୯ ସେପ୍ଟେମ୍ବରରେ ଇନ୍କ୍ରିମେଣ୍ଟ ପ୍ରାପ୍ୟ ବାବଦ କାଗଜପତ୍ର ଡିଇଓଙ୍କ ନିକଟକୁ ଯାଇପାରିନଥିଲା।  ଏଥିପାଇଁ ନବଘନ ବାରମ୍ବାର ଅଫିସ୍ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ। ଶେଷରେ ଲାଞ୍ଚ ଦେବା ପାଇଁ ରାଜି ହୋଇଥିଲେ। କିରାଣୀଙ୍କୁ ଲାଞ୍ଚ ଦେବା ସମ୍ପର୍କରେ ଭିଜିଲାନ୍ସକୁ ଜଣାଇବା ପରେ ଟଙ୍କା ସହ କିରାଣୀକୁ ଭିଜିଲାନ୍ସ ଟିମ୍‌ ଗିରଫ କରିଛି। 

ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ଟିମ୍‌ ଆସିକା ବସ୍‌ଷ୍ଟାଣ୍ଡ ନିକଟରେ ଥିଲେ। ବସ୍‌ଷ୍ଟାଣ୍ଡ ଠାରେ ନବଘନ ୫ ହଜାର ଟଙ୍କା ମନୋଜଙ୍କୁ ଦେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଏହାପରେ ତାଙ୍କୁ ଧରି ଆସିକା ବିଇଓ ଅଫିସ୍‌ ଓ ବାଣୀବିହାରରେ ରହୁଥିବା ଶ୍ୱଶୁର ଘରେ ରେଡ୍‌ କରାଯାଇଥିଲା। ଭିଜିଲାନ୍ସ ଡିଏସ୍‌ପି ଶରତ ସାହୁଙ୍କ ନେତୃତ୍ୱରେ ୧୦ ଜଣିଆ ଭିଜିଲାନ୍ସ ଟିମ୍‌ ଏହି ରେଡ୍‌ କରିଥିଲା। 

Advertisment
Vigilance Raid Vigilance Arrest Teacher
Advertisment
Advertisment