• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚତୁର୍ଥ ଦିନରେ ପହଞ୍ଚିଲା ଅପରେସନ ରାହୁଲ । ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁର ରାହୁଲକୁ ଉଦ୍ଧାର ପାଇଁ ଜାରି ରହିଛି ପ୍ରୟାସ । ବଡ ବଡ ପଥର ପାଇଁ ରାହୁଲଙ୍କୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ବୋରୱେଲ ସ୍ଥାନରେ ମାଟି ତଳେ ବଡ ବଡ ପଥର ରହିଛି । ଫଳରେ ଏପର୍ଯ୍ୟନ୍ତ ୮୦ ଫୁଟ ଗାତ ଭିତର ବାହାର କରାଯାଇପାରିନି ।

ତେବେ ୧୦ ଘଣ୍ଟା ହେଲା ରାହୁଲ କିଛି ଖାଇନଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଚିନ୍ତା ବଢିଛି । ସକାଳ ୫ଟାରେ ରାହୁଲ ଦୁଇଟି କଦଳୀ ଖାଇଥିଲା । ମାତ୍ର ଏବେ କିଛି ଖାଉନଥିବା ବେଳେ ତା’ର ଆକ୍ଟିଭିଟି ବି କମିଛି । ଏନଡିଆରଏଫ୍, ଏସଡିଆରଏଫ୍ ଏବଂ ରୋବୋଟିକ୍ ଟିମ୍ ୨୪ ଘଣ୍ଟା ଉଦ୍ଧାର କାର୍ଯ୍ୟରେ ଲାଗିଛି । ଏଯାଏ ଉଦ୍ଧାରକାରୀ ଦଳକୁ ସଫଳତା ମିଳିନଥିବା ବେଳେ ଟନେଲ ଖୋଳି ରାହୁଲ ପାଖକୁ ଯିବାକୁ ଚେଷ୍ଟା କରାଯାଉଛି ।

ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ବେଳେ ଖେଳୁ ଖେଳୁ ବୋର୍‌ୱେଲ୍ ପାଇଁ ବାପା ଖୋଳିଥିବା ଗାତରେ ଗଳିପଡ଼ିଲା ରାହୁଲ। ରାହୁଲ ଜଣେ ଅଟିଜିମ୍ ଶିଶୁ । ଭଲରେ ସେ କଥା କହିପାରେନି । ତେଣୁ କେବଳ ଯାହା ମୁଣ୍ଡ ହାତ ହଲାଇବା ଦେଖାଯାଉଛି କ୍ୟାମେରାରେ । କିନ୍ତୁ ସେ କୌଣସି ଇସାରା କରୁନି। ମଝିରେ ମଝିରେ ହାଲିଆ ହୋଇ ଘୁମେଇ ପଡୁଛି । ଏପରିକି ପାଇପ୍ ମାଧ୍ୟମରେ ରାହୁଲ ପାଖକୁ ଅମ୍ଳଜାନ ପଠାଯାଉଛି।

ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁର ରାହୁଲ ସାହୁକୁ ଉଦ୍ଧାର ପାଇଁ ଛତିଶଗଡ଼ ପୋଲିସ ସହ ୧୨୦ ଯବାନଙ୍କୁ ନିୟୋଜିତ କରାଯାଇଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟୁଇଟ୍ କରାଯାଇଛି । ଏହାବ୍ୟତୀତ ୩୨ ଏନ୍‌ଡିଆର୍‌ଏଫ୍, ୧୫ ଏସ୍‌ଡିଆର୍‌ଏଫ୍ ଏବଂ ସେନା ଯବାନ ମୁତୟନ ହୋଇଛନ୍ତି ।