Advertisment

ଆଜି ଗୁପ୍ତ ସେନାପଟା ଲାଗି ନୀତି; ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ଗୁପ୍ତ ସେନାପଟା ଲାଗି ନୀତି ପାଇଁ ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ।

author-image
Otv Khabar Bureau
ଅଦ୍ୟତନ ହୋଇଛି
undefined

srimandira

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି । ଆଜି ଗୁପ୍ତ ସେନାପଟା ଲାଗି ନୀତି ହେବାକୁ ଥିବା ବେଳେ ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ । ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଲାଗି ହେବାକୁ ଥିବା ବେଳେ ଏଥିପାଇଁ ସତ୍ୟବାଦୀ ବକୁଳବନରୁ ବଉଳକାଠ ଆସି ସାରିଛି । ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ଗତକାଲି ଚମ୍ପକ ଦ୍ୱାଦଶୀ ଅବସରରେ ଶ୍ରୀମନ୍ଦିରରରେ ଦଇତା ପ୍ରବେଶ କରିଛନ୍ତି ।

Advertisment

ସ୍ନାନଯାତ୍ରା ଓ ଘୋଷଯାତ୍ରାଠୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଏହି ଦାଇତାପତି ସେବାୟତ ଶ୍ରୀଅଙ୍ଗ ସୁରକ୍ଷାରେ ରହିବେ । ସ୍ନାନଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏବର୍ଷ ରାତି ୪ଟାରୁ ଠାକୁରଙ୍କ ସ୍ନାନ ପହଣ୍ଡି ଆରମ୍ଭ ହୋଇ ସକାଳ ୬ଟା ସୁଦ୍ଧା ସାରିବାକୁ ନୀତି ନିର୍ଘଣ୍ଟ ହୋଇଛି ।

ଏପଟେ ଦୁଇବର୍ଷର ବ୍ୟବଧାନ ପରେ ଭକ୍ତ ପୁଣି ସ୍ନାନବେଦୀରୁ ଶ୍ରୀଜିଉଙ୍କୁ ପ୍ରତ୍ୟକ୍ଷ ଦର୍ଶନ ପାଇବେ । ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରଥମ ଥର ପାଇଁ ମାର୍କେଟ୍ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦୁଇ ପ୍ରକାରର ବ୍ୟାରିକେଡ ହୋଇଛି । ଯେଉଁମାନେ ବଡଦାଣ୍ଡରେ କେବଳ ଦଣ୍ଡାୟମାନ ହୋଇ ଚତୁର୍ଦ୍ଧାବିଗ୍ରହଙ୍କ ଦୁଲ୍ଲଭ ସାନ୍ନ ଦେଖିବାକୁ ଇଚ୍ଛା କରିବେ ସେମାନଙ୍କ ପାଇଁ ଗୋଟିଏ ବ୍ୟାରିକେଡ୍ କରାଯାଇଥିବାବେଳେ ଯେଉଁ ଭକ୍ତ ଶ୍ରୀମନ୍ଦିର ପଟୁ ସ୍ନାନବେଦୀ ନିକଟକୁ ଆସି ହାତୀ ବେଶ ଦେଖିବାକୁ ଚାହିଁବେ, ସେଥିପାଇଁ ଆଉ ଏକ ବ୍ୟାରିକେଡ ହୋଇଛି ।

Advertisment

ସେହିପରି ଭକ୍ତଙ୍କ ପୁରୀ ଆଗମନବେଳେ ଟ୍ରାଫିକ୍ ବ୍ୟବସ୍ଥା ସହ ଗାଡ଼ି ପାର୍କିଂ ପାଇଁ ବି ଉତ୍ତମ ବ୍ୟବସ୍ଥା ହୋଇଥିବା ସହ ସ୍ନାନଯାତ୍ରାବେଳେ ପୁରୀରେ ପ୍ରାୟ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ପି ।

ଅନ୍ୟପକ୍ଷେ, ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ପ୍ରସ୍ତୁତି ପୂର୍ବରୁ ଗତକାଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପୁରୀ ଯାଇ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ବଡ଼ଦାଣ୍ଡ, ସିଂହଦ୍ୱାର, ଶ୍ରୀମନ୍ଦିର ଭିତର ଓ ଚତୁପାର୍ଶ୍ୱ ବୁଲି କେନ୍ଦ୍ରାଞ୍ଚଳ ଆଇଜି ଅନୁଧ୍ୟାନ କରିଥିଲେ । ଏହି ଅବସରରେ ପୁରୀ ଏସପି କେ. ବି. ସିଂଙ୍କୁ ଦର୍ଶନ ବ୍ୟବସ୍ଥା ଓ ଆୟୋଜନ ଉପରେ ଅବଗତ କରାଇଥିଲେ । ସ୍ନାନ ଯାତ୍ରାରେ ଆସିବାକୁ ଥିବା ଲକ୍ଷାଧିକ ଭକ୍ତ ଯେଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ଦର୍ଶନ କରିବେ, ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହାସହ ଟ୍ରାଫିକ୍ ବ୍ୟବସ୍ଥା ଦୃଢ଼ କରାଯାଇଥିବା କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି ।

ସେହିପରି ଶ୍ରୀକ୍ଷେତ୍ରରେ ଗୁଆଲି ପର୍ବ ଓ ଶ୍ରୀନଅର ପୂଜାବିଧି ଅନୁଷ୍ଠିତ ହୋଇଛି । ପାଲିଙ୍କିରେ ମଦନ ମୋହନ ଓ ରୁକ୍ମିଣୀ ବିରାଜମାନ କରି ବିରାଟ ପାଟ ପଟୁଆରରେ ଶ୍ରୀନଅର ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ନିଜେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶଙ୍ଖୁଳି ଆଣିଥିଲେ ।ଶ୍ରୀନଅର ଭିତରକୁ ସିଂହାସନରେ ବିରାଜମାନ ହୋଇ ବନ୍ଦାପନା ଆଦି ନୀତିକାନ୍ତି କରାଯାଇଥିଲା ନିଜେ ଗଜପତି ଉପସ୍ଥିତିରେ ସମସ୍ତ ନୀତିକାନ୍ତି ସମ୍ପାଦନ ହୋଇଥିଲା।ଏହି ଶୋଭାଯାତ୍ରାରେ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପଟଯୋଶୀ ମହାପାତ୍ର, ସମସ୍ତ ସିଂହାରୀ ସେବକ, ମହାଜନ ସେବକ ସାମିଲ ହୋଇଥିଲେ । ତେବେ ପୂଜାପଣ୍ଡା ସାମନ୍ତ ସୁର୍ଦଶନ ପୂଜାପଣ୍ଡାଙ୍କ ଦ୍ୱାରା ପୂଜା ନୀତି ସମ୍ପନ୍ନ କରାଯାଇଥିଲା ।

Puri Srimandir Debasnana Purnima Ratha Jatra 2022
Advertisment
Advertisment