• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆସନ୍ତା ୧୫-୧୬ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଆର୍ କେ ଜେନାମଣି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଶା କରାଯାଉଛି, ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଆସିବ।  ଆଜି ମହାରାଷ୍ଟ୍ର, ବିହାର, ଗୁଜରାଟର କିଛି ଅଞ୍ଚଳରେ ମୌସୁମୀ ବାୟୁ ପହଞ୍ଚିଛି।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ଆଶା କରାଯାଉଛି। ତେବେ ବର୍ତ୍ତମାନ ଯେମିତି ଖରା ହେଉଛି, ଆଉ ଦିନେ ଦୁଇ ଦିନ ଏପରି ଖରା ହେବ। ତା’ପରେ ପାଗ ବଦଳି ବାଦଲ ଘୋଟି ପାରେ ବୋଲି ବୈଜ୍ଞାନିକ ଆର୍ କେ ଜେନାମଣି କହିଛନ୍ତି। 

OTV is now on Whatsapp

Join and get latest news update delivered to you via whatsapp

Join Now