• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ଶେଷ ରଜ । ଗତ ୨ ଦିନ ହେବ ଗାଁଠୁ ସହର ଉତ୍ସବ ମୁଖର ହୋଇପଡ଼ିଛି । ଗତ ୩ ଦିନ ଧରି ରଜର ମୁଖ୍ୟ ଆକର୍ଷଣ ରଜଦୋଳୀ, ପାନ ଓ ପୋଡ଼ପିଠାରେ ଘର ମହକିବା ପରେ ଆଜି ଶେଷ ରଜକୁ ଆନନ୍ଦ ଉତ୍ସାହର ପାଳନ କରୁଛନ୍ତି ଝିଅ ଓ ବୋହୁ ।

ଗତ ଦୁଇ ବର୍ଷ ହେବ କୋରନା ମହାମାରୀ କାରଣରୁ ପର୍ବପର୍ବାଣୀ ଫିକା ପଡ଼ିଥିବାବେଳେ ଏବେ କଟକଣା କୋହଳ ହୋଇଛି । ଫଳରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବେଶ୍ ଧୁମ୍‌ଧାମ୍‌ରେ ରଜ ପାଳନ କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଶ୍ ଉତ୍ସାହର ପାଳନ ହୋଇଛି । ରଜ ବିଭିନ୍ନ ସ୍ଥାନରେ ପାରମ୍ପରିକ ପ୍ରତିଯୋଗିତା ସହ ଭଳିକି ପୀଠା ଓ ମିଠାର ସମ୍ଭାର ଦେଖିବାକୁ ମିଳିଛି । ଗାଁ ଗାଁରେ ଝିଅ ବୋହୁ ଏକାଠି ହୋଇ ରଜଦୋଳି ଓ ରଜପାନର ମଜା ନେଇଛନ୍ତି ।

ସେହିପରି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଝିଅବୋହୁ ଧୂମଧାମରେ ରାଜ ଉତ୍ସବ ପାଳନ କରୁଛନ୍ତି । ଗଲା ଦୁଇଦିନ ଭଳି ଆଜି ବି ସମସ୍ତେ ସୁନ୍ଦର ସାଜାସଜ୍ଜା ସାଙ୍ଗକୁ ଦୋଳି ଖେଳର ମଜା ନେଇଛନ୍ତି । ଏହାସହ ଖୋର୍ଦ୍ଧା ବାଲିପାଟଣା ଶିଶୁ ଅନନ୍ତଠାରେ ପାରମ୍ପାରିକ ଢଙ୍ଗରେ ରଜ ପର୍ବ ପାଳିତ ହୋଇଛି । ଏଠାରେ ଆଜି ରଜ ପାନ ଭଙ୍ଗା, ଝୋଟି ଅଙ୍କ ଓ କାନ୍ଦଣା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଠିକ୍‌ ସେହିପରି ଯାଜପୁର ଜିଲ୍ଲା ଶ୍ରୀବନ୍ତପୁର ଅଞ୍ଚଳରେ ମହାସମାରୋହରେ ରାମରାଜା ପର୍ବ ପାଳିତ ହୋଇଛି । ଚଳିତ ବର୍ଷ ୮ଟି ମଣ୍ଡପରେ ରାମ, ଲକ୍ଷ୍ଣଣ, ସୀତା ଓ ହନୁମାନଙ୍କ ପ୍ରତିମା ପୂଜା କରାଯାଇଥିଲା । ଏପଟେ ଗାଁରେ ତାସପାଲିର ଆସର ବି ଜମିଥିବା ଦେଖିବାକୁ ମିଳିଥିଲା ।