/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655388785.jpg)
Mines Mafia
ଖଣି ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ । ଯାଜପୁର ଜିଲ୍ଲା ଧର୍ମଶାଳାରେ ଏକାଧିକ ଲଘୁଖଣିଜ ମାଲିକଙ୍କ ଘର, କାର୍ଯ୍ୟାଳୟ ଓ କ୍ରସର ୟୁନିଟ୍ରେ ଆୟକର ବିଭାଗ ରେଡ୍ କରିଛି । ଧର୍ମଶାଳା ସାରୋଇ ଅଂଚଳର ଲଘୁଖଣିଜ ବ୍ୟବସାୟୀ ଶ୍ରୀବାସ ଜେନାଙ୍କ ଘରେ ଚଢାଉ କରିଛି ଆୟକର ବିଭାଗ । ତାଙ୍କର ଭୁବନେଶ୍ୱର ବରମୁଣ୍ଡାରେ ଥିବା ଘର ଓ ଅଫିସରେ ମଧ୍ୟ ଚଢାଉ କରାଯାଇଛି ।
Advertisment
ଏହି ଲିଙ୍କ୍ରେ ଏକାଧିକ ଖଣି ମାଲିକଙ୍କ କାର୍ଯ୍ୟାଳୟ ଓ କ୍ରସର ୟୁନିଟ୍ରେ ମଧ୍ୟ ଚଢାଉ କରିଛନ୍ତି ଆୟକର ବିଭାଗ ଅଧିକାରୀ । ଚଢାଉବେଳେ କିଛି ଅଘଟଣ ଘଟିବା ଆଶଙ୍କାରେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଥିଲା । ତେବେ ଏହି ଚଢାଉ ସମ୍ପର୍କରେ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ଆୟକର ଫାଙ୍କି ଅଭିଯୋଗରେ ଏହି ଚଢାଉ ହେଉଥିବା ସୂଚନା ମିଳିଛି । ଶ୍ରୀବାସ ଜେନା କୋଟି କୋଟି ଟଙ୍କାର ରାଜସ୍ୱ ଫାଙ୍କିଥିବା ନେଇ ପୂର୍ବରୁ ଅଭିଯୋଗ ଥିବାବେଳେ ଏହି ଟଙ୍କା ଆଦାୟ କରିବାକୁ ତାଙ୍କୁ ସ୍ଥାନୀୟ ତହସିଲଦାର ନୋଟିସ ଜାରି କରିଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)