/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655443640.jpg)
Agnipath Recruitment Scheme Protests In Cuttack
‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶରେ ପ୍ରତିବାଦର ନିଆଁ ତେଜିବାରେ ଲାଗିଛି। ‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତିର ସର୍ବାଧିକ ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି କରାଯାଇ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।
୩ ସେନା ବାହିନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ପାଇଁ ୨ ଦିନ ପୂର୍ବେ ‘ଅଗ୍ନିପଥ’ ଯୋଜନା ଘୋଷଣା ହୋଇଥିଲା। ତେବେ ଏଥିରେ ୪ ବର୍ଷ ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି। ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ମଧ୍ୟ ବିରୋଧ କରାଯାଇଛି।
କଟକ କ୍ୟାଣ୍ଟନମେଣ୍ଟ ରୋଡ୍ରେ ବିକ୍ଷୋଭକାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଆର୍ମି ଅଫିସ୍ ଆଗରେ ବିରୋଧ ପ୍ରଦର୍ଶନ ସହ ରାସ୍ତାରୋକ କରିଛନ୍ତି। ତେବେ ରିଙ୍ଗ୍ ରୋଡ୍ରେ ରାସ୍ତା ଅବରୋଧ ବେଳେ ପୋଲିସ୍ ବିକ୍ଷୋଭକାରୀଙ୍କ ଉପରକୁ ଲାଠିମାଡ଼ କରିଥିବା ଜଣାପଡ଼ିଛି।
-ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ବି ବିରୋଧ
-କଟକ କ୍ୟାଣ୍ଟନମେଣ୍ଟ ରୋଡ୍ରେ ବିକ୍ଷୋଭ ପ୍ରଦର୍ଶନ
-ଆର୍ମି ଅଫିସ୍ ଆଗରେ ବିରୋଧ ପ୍ରଦର୍ଶନ ସହ ରାସ୍ତାରୋକ
ରିଙ୍ଗ୍ ରୋଡ୍ରେ ରାସ୍ତା ଅବରୋଧ ବେଳେ ପୋଲିସର ଲାଠିମାଡ଼#Protest#Cuttack#AgnipathRecruitmentScheme#OTVpic.twitter.com/APzvxVsLsc— ଓଟିଭି (@otvkhabar) June 17, 2022
ସେପଟେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧ କରି ବିହାର ଏବଂ ଉତ୍ତର ପ୍ରଦେଶରେ ଆନ୍ଦୋଳନକାରୀ ଟ୍ରେନ୍ ଜାଳି ଦେଇଛନ୍ତି। ବିହାରର ବିଭିନ୍ନ ଷ୍ଟେସନରେ ଜୋରଦାର ପ୍ରତିବାଦ କରିବା ସହ ଆନ୍ଦୋଳନକାରୀମାନେ ଟ୍ରେନ୍ରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି। ଏଥିସହ ଷ୍ଟେସନରେ ଭଙ୍ଗାରୁଜା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)