ଉଦ୍ଧାରକାରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ, ସ୍ଥାନୀୟ ଲୋକଙ୍କ ଅଦ୍ଭୁତପୂର୍ବ ସମର୍ଥନ....୧୦୫ ଘଂଟାର ବିନା ବ୍ରେକ୍ରେ ଚାଲିଥିଲା ଅପରେସନ୍ “ଜିନ୍ଦେଗୀ”। ଆଉ ଶେଷରେ ୮୦ ଫୁଟ୍ ବୋରୱେଲ ତଳୁ ଉଦ୍ଧାର ପାଇଥିଲା ରାହୁଲ
ଅପରେସନର ଶେଷ ୭୨ ଘଣ୍ଟା ଚ୍ୟାଲେଞ୍ଜିଂ, ଖାଉନଥିଲୁ କି ଶୋଉନଥିଲୁ
ରାହୁଲ ସହ ଆମର ଭାବଗତ ସମ୍ପର୍କ ଏତେ ବଢ଼ିଥିଲା ଯେ, ଆମେ ଖାଉନଥିଲୁ। ଶେଷ ୭୨ ଘଣ୍ଟା ପ୍ରାୟ ଆମେ ଖାଦ୍ୟ ଛାଡ଼ି ଦେଇଥିଲୁ। ଆଦୌ ଶୋଉ ନଥିଲୁ। ଏଭଳି କିଛି କହିଛନ୍ତି NDRF କମାଣ୍ଡାଣ୍ଟ।
ରାହୁଲଙ୍କୁ ସୁରକ୍ଷିତ ଭାବେ ୧୦୪ ଘଣ୍ଟାର ଅପରେସନ୍ ଉପରେ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରାଯିବ। ରାହୁଲ ବୋର୍ୱେଲ୍ ଗାତରେ ଫସିବା ପରେ ଘଟିଥିବା ଘଟଣାବଳୀ ଓ ଏହାର ସଂଘର୍ଷକୁ ଲୋକଙ୍କୁ ଅବଗତ କରାଯିବ।
ରାହୁଲଙ୍କୁ ଉଦ୍ଧାର ବେଳେ ଜଗନ୍ନାଥଙ୍କ ନାଁ ନେଇଥିଲେ ଛତିଶଗଡ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା
ଶେଷ ପର୍ଯ୍ୟାୟ ଖନନ ବେଳେ ରାହୁଲ ଉପରେ ପଥର ଖଣ୍ଡ ପଡ଼ିବାର ଆଶଙ୍କା ଥିଲା । କେମିତି ସେଥିରୁ ତାକୁ ସୁରକ୍ଷା ଦେଇହେବ, ସେଥିପାଇଁ ଏକ ଦେଶୀ ଯୁଗାଡରେ ଆଇଡିଆ ଜୁଟିଥିଲା
ବିଳାସପୁରର ଏକ ଘରୋଇ ହସ୍ପିଟାଲରେ ରାହୁଲର ଚିକିତ୍ସା ଜାରି ରହିଛି। ବିଶେଷଜ୍ଞ ଡାକ୍ତରମାନେ ତାର ଚିକିତ୍ସା ଜାରି ରଖିଛନ୍ତି। ଆଜି ରାହୁଲର ବିଭିନ୍ନ ପ୍ରକାରର ପରୀକ୍ଷାନିରୀକ୍ଷା କରାଯାଉଛି।
ଯେଉଁ ଦିନ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ଚାଲିଥିଲା, ସେହିଦିନ ହିଁ ମୋ ପୁଅକୁ ମହାପ୍ରଭୁ ଜଗନ୍ନାଥ ଆସି ଗାତ ଭିତରୁ ଉଦ୍ଧାର କରିକି ଆଣିଦେଲେ। ୮୦ଫୁଟ ଗଭୀର ବୋରୱେଲ୍ ଭିତରୁ ୧୦୪ ଘଣ୍ଟା ପରେ ୧୦ ବର୍ଷର ବାଳକ ରାହୁଲ ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ତାଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି।
ଅନେକ ସମୟ ଧରି ପାଣିରେ ରହିବାରୁ ରାହୁଲର ଚର୍ମ ସଂକ୍ରମିତ ହୋଇଛି। ଶରୀରର ଅନେକ ସ୍ଥାନରେ ଖଣ୍ଡିଆ ଖାବରା ହୋଇ ପାଣି ଭିତରେ ରହିଥିବାରୁ ବ୍ୟାକ୍ଟେରିଆ ସଂକ୍ରମଣ ହୋଇଛି।
ରାହୁଲର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି କହିଲେ ମୁଖ୍ୟ ଚିକିତ୍ସାଧିକାରୀ ।
କେମିତି ରାହୁଲଙ୍କୁ ଉଦ୍ଧାର କରାଯାଇଥିଲା ? କେମିତି ଥିଲା ରେସ୍କ୍ୟୁ ଅପରେସନ୍ ? ବୋରୱେଲ୍ ଭିତରୁ ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର କାର୍ଯ୍ୟରେ ରେସ୍କ୍ୟୁ ଟିମ୍ରେ NDRF ଇନ୍ସପେକ୍ଟର ମହାବୀର ମହାନ୍ତି ସାମିଲ ହୋଇଥିଲେ।
ରାହୁଲକୁ ଉଦ୍ଧାର ସମୟର ଟିକ୍ନିଖି ତଥ୍ୟ ଜିଲ୍ଲାପାଳଙ୍କ ଠାରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। ଉଦ୍ଧାର ବେଳେ ବୋର୍ୱେଲ୍ ଭିତରେ ଏକ ସାପ ଏବଂ ଏକ ବେଙ୍ଗ ମଧ୍ୟ ରାହୁଲ ସହ ଥିଲା ବୋଲି ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।
ସଫଳ ହେଲା ଅପରେସନ୍ ‘ଜିନ୍ଦେଗୀ’। ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ୧୦୪ ଘଣ୍ଟା ପରେ ୮୦ ଫୁଟ୍ ଗଭୀର ବୋରୱେଲ୍ ଗର୍ତ୍ତ ଭିତରୁ ସୁରକ୍ଷିତ ଭାବେ ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର କରାଯାଇଛି।