ଯେଉଁ ଆଶାୟୀ ପ୍ରାର୍ଥୀ ଅଗ୍ନିପଥ ଯୋଜନା ପାଇଁ ଅନ୍ଲାଇନ୍ ପଞ୍ଜୀକରଣ କରିଛନ୍ତି, ସେମାନଙ୍କୁ ପରୀକ୍ଷା ପୂର୍ବରୁ ଗଜପତି ଜିଲ୍ଲା ପ୍ରଶାସନ ମାଗଣା ଟ୍ରେନିଂ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଅଗ୍ନିପଥ ଯୋଜନାରେ ସେନାରେ ଭର୍ତ୍ତି ହେବାକୁ ଥିବା ଯବାନଙ୍କୁ ଅଗ୍ନିବୀର ଭାବେ ଦେଶ ଜାଣିବ, ଶତ୍ରୁ ଚିହ୍ନିବ। ହେଲେ ମାତ୍ର ୪ ବର୍ଷରେ ଅଗ୍ନିବୀରଙ୍କର କେମିତି ମୂଲ୍ୟାୟନ ହେବ ଜାଣନ୍ତୁ..
ନିଯୁକ୍ତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଅବଗତ କରାଇବେ ସେନା ମୁଖ୍ୟ । ପୃଥକ ପୃଥକ ଭାବେ ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା କରିବେ ମୋଦି ।
ଅଗ୍ନିବୀରଙ୍କ ପାଇଁ ଅଫର୍ ଉପରେ ଅଫର୍ ଦିଆଯାଉଛି। ଅଗ୍ନିବୀରଙ୍କ ପାଇଁ ଏସବୁ ଘୋଷଣା ସତ୍ତ୍ୱେ ମଧ୍ୟ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରାଯାଉଛି। ବିରୋଧ ପ୍ରଦର୍ଶନକୁ ନେଇ ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଦୁଃଖ ପ୍ରକାଶ କରିଛନ୍ତି। ଏସବୁ ଭିତରେ ସେ ବଡ଼ ଘୋଷଣା କରିଛନ୍ତି।
‘ଅଗ୍ନିପଥ’ ଯୋଜନାକୁ ବିରୋଧକୁ ସମର୍ଥନ କରି କରି ଆଜି କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀର ଜନ୍ତରମନ୍ତର ଠାରେ ସତ୍ୟାଗ୍ରହ କରାଯାଇଥିଲା। ଏବେ ବି ବିରୋଧ ପ୍ରଦର୍ଶନ ଜାରି ରହିଛି।
‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦ ରେଲ୍ୱେ ଷ୍ଟେସନରେ ହୋଇଥିବା ହିଂସାକାଣ୍ଡ ଘଟଣାର ମାଷ୍ଟମାଇଣ୍ଡକୁ ପୋଲିସ୍ ଗିରଫ କରିଛି। ଏହି ହିଂସାକାଣ୍ଡରେ ଆନ୍ଦୋଳନକାରୀମାନେ ବହୁ ସଂଖ୍ୟକ ଟ୍ରେନ୍ରେ ନିଆଁ ଲଗାଇ ଦେଇଥିଲେ।
ଗୃହ, ପ୍ରତିରକ୍ଷା ମନ୍ତ୍ରାଳୟ ପରେ ଅନ୍ୟ ବିଭାଗରେ ସଂରକ୍ଷଣ ଘୋଷଣା
ହିଂସାତ୍ମକ ପ୍ରତିବାଦ ଯୋଗୁଁ ବାଧ୍ୟ ହୋଇ ପୂର୍ବ କେନ୍ଦ୍ରୀୟ ରେଳବାଇ ଟ୍ରେନ୍ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ କରିଛି
ଏହି ଯୋଜନାକୁ ବିରୋଧ କରି ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ।
ଆର୍ମି ଚାକିରି କରିବେ, ଦେଶର ସେବା କରିବେ। ଅଧ ରାତିରୁ ଉଠି ଏଇଥି ପାଇଁ କଠିନ ପରିଶ୍ରମ ବି କରୁଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ରିଟିନ୍ ପରୀକ୍ଷାକୁ କରିଥିଲେ ଅପେକ୍ଷା। ହେଲେ ବାରମ୍ବାର ତାରିଖ ଆଉ କେନ୍ଦ୍ରର ନୂଆ ଗାଇଡ୍ଲାଇନ୍ ଆସିବା ପରେ ସହିପାରିଲେନି ଧନଞ୍ଜୟ। ପରିଶ୍ରମ ବୃଥା ଯିବା ଅନୁଭବ କରିବା ପରେ ଜୀବନ ହାରିଦେଲେ। ଯେଉଁ ଦୁଆରୁ ପୁଅ ଚାକିରି କରିବା ପାଇଁ ବାହାରି ଥାଆନ୍ତା, ସେଇ ଦୁଆରୁ ଆଜି କୋକେଇ ଉଠିଲା
ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। CAPF, ଆସାମ ରାଇଫଲ୍ସ ନିଯୁକ୍ତିରେ ମିଳିବ ୧୦% ସଂରକ୍ଷଣ।
କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। କେଉଁଠି ଆନ୍ଦୋଳନକାରୀମାନେ ଟ୍ରେନ୍ରେ ନିଆଁ ଲଗାଇ ଦେଇଛନ୍ତି ତ ଆଉ କେଉଁଠି ପଥରମାଡ଼ ହୋଇଛି।
‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶରେ ପ୍ରତିବାଦର ନିଆଁ ତେଜିବାରେ ଲାଗିଛି। ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ମଧ୍ୟ ବିରୋଧ କରାଯାଇଛି। କଟକ କ୍ୟାଣ୍ଟନମେଣ୍ଟ ରୋଡ୍ରେ ବିକ୍ଷୋଭକାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।
‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶରେ ଜୋରଦାର ପ୍ରତିବାଦ ପରେ ଆନ୍ଦୋଳନକୁ ପ୍ରଶମିତ କରିବାକୁ କେନ୍ଦ୍ର ସରକାର ପ୍ରୟାସ କରିଛନ୍ତି। ୩ ସେନା ବାହିନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ପାଇଁ ୨ ଦିନ ପୂର୍ବେ ‘ଅଗ୍ନିପଥ’ ଯୋଜନା ଘୋଷଣା ହୋଇଥିଲା।