• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ତାତିରୁ ମିଳିଲା ଆଶ୍ୱସ୍ତି । ଓଡ଼ିଶାରେ ମୌସୁମୀ ଛୁଇଁବା ପରେ ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇଛି ।

ବର୍ଷା ପ୍ରଭାବରେ ଗୁଳୁଗୁଳିରୁ ମୁକ୍ତି ମିଳିଛି । ପ୍ରବଳ ଗ୍ରୀଷ୍ମ ପ୍ରଭାବରେ ହନ୍ତସନ୍ତ ହେଉଥିବା ଲୋକଙ୍କୁ ଏବେ ତ୍ରାହୀ ମିଳିଛି । କେବଳ ଆଜି ନୁହେଁ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ରାଜଧାନୀରେ ଝଡ଼ ବର୍ଷା ହେବାର ସମ୍ଭାବନା ଥିବାର ଆଞ୍ଚଳିକ ପାଣିପାଗ ବିଭିଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମୃଶଳଧାରାର ବର୍ଷା ଓ ପବନର ପ୍ରଭାବ ଦେଖିବାକୁ ମିଳିଛି । ତେବେ କେତେକ ସ୍ଥାନରେ ପବନ ବର୍ଷାରେ ଗଛ ପଡି ରାସ୍ତା ଅବରୋଧ ହୋଇ ଦୀର୍ଘ ସମୟ ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ସେହିପରି ଆଜି ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ନେଇ ମଧ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।