ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର । ତିଥି – ୩ ୟା ପ୍ରାତଃ ୦୬/୧୧ ଗତେ ୪ର୍ଥୀ (କ୍ଷୟ) । ରାତ୍ରି ୦୨/୫୯ ଗତେ ୫ମୀ ।
ଚନ୍ଦ୍ର – ମକର ଅହୋରାତ୍ର
ଘାତ ବାର – ବିଛା, ଧନୁ ଓ ମୀନ ରାଶିର
ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୁଟୁମ୍ଭ ହାନି- ତିଳକାଞନ ଦାନ ଦିବା ୦୯/୫୬ ।
ଶୁଭ ସମୟ-
ପ୍ରାତଃ ୦୬/୦୪ ରୁ ୦୬/୫୬
ଦିବା ୧୨/୧୩ ରୁ ୦୨/୫୨
ସନ୍ଧ୍ୟା ୦୬/୨୩ ରୁ ୦୮/୩୩
ରାତ୍ରି ୧୨/୫୨ ରୁ ୦୩/୦୨
ରାତ୍ରି ୦୩/୪୫ ରୁ ୦୫/୧୧
ଅଶୁଭ ସମୟ
ରାହୁକାଳ- ଦିବା ୧୦/୦୮ ରୁ ୧୧/୪୭
କାଳବେଳା- ଦିବା ୧୦/୦୮ ରୁ ୧୧/୪୭
ବାରବେଳା – ଦିବା ୦୮/୨୯ ରୁ ୧୦/୦୮
କାଳରାତ୍ରି- ରାତ୍ରି ୦୯/୦୫ ରୁ ୦୩/୨୬
ଆଜିର ରାଶିଫଳ-
ମେଷ:-
ଅଶ୍ୱନୀ – ଆପଣଙ୍କର ଆତ୍ମବିଶ୍ୱାସ ଦେଖି କର୍ତୁପକ୍ଷ ଖୁସି ହେବେ ।
ଦ୍ୱିଜା – ବାପା, ମା ଙ୍କ ପରାମର୍ଶ ନିଅନ୍ତୁ, ଭଲ ଫଳ ମିଳିବ ।
କୃତିକା – ନୂଆ କାମ ଆରମ୍ଭ କରି ଲାଭବାନ୍ ହେବେ ।
ପ୍ରତିକାର - ଗାଧୋଇ ସାରିବା ପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ।
ବୃଷ:-
କୃତିକା - ଖାଦ୍ୟ , ପାନୀୟ ପ୍ରତି ସଜାଗ ରୁୁହନ୍ତୁ ।
ରୋହିଣୀ – କୌଣସି କାମକୁ ତରବରିଆ ହୋଇ କରନ୍ତୁ ନାହିଁ ।
ମୃଗଶିରା – ବ୍ୟବସାୟରେ ଭାବି ଚିନ୍ତି ଭାଗିଦାର କରନ୍ତୁ ।
ପ୍ରତିକାର – ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ ।
ମିଥୁନ:-
ମୃଗଶିରା - ଅନ୍ୟ ମାନଙ୍କୁ ଭରସା କରନ୍ତୁ ନାହିଁ ।
ଆଦ୍ରା - ଅଧିକ କ୍ରୋଧ କରିଲେ କାମରେ ଗତିରୋଧ ହେବ ।
ପୁନର୍ବସୁ - ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଛ କରନ୍ତୁ ।
ପ୍ରତିକାର – ସବୁଜ ରଙ୍ଗର ପୋଷାକ ଦାନ କରନ୍ତୁ ।
କର୍କଟ:-
ପୁନର୍ବସୁ - ବୁଝି ବିଚାରି ସମସ୍ୟାର ସମାଧାନ କରିବେ ।
ପୁଷ୍ୟା – କାର୍ଯ୍ୟରେ ନୂଆ କୌଶଳ ଗ୍ରହଣ କରିପାରନ୍ତି ।
ଅଶ୍ଳେଷା – ଜୀବନ ସାଥିଙ୍କ ପାଖରେ ଅଧିକ ସମୟ ବିତାଇବେ ।
ପ୍ରତିକାର – ଓଁ ସୋମାୟ ନମଃ ମନ୍ତ୍ର ଜପ କରି ଘରୁ ବାହାରନ୍ତୁ ।
ସିଂହ:-
ମଘା – ପରିବାରରେ ନୂଆ ଦାୟିତ୍ୱ ଗ୍ରହଣ କରିବେ ।
ପୂ , ଫାଲଗୁନୀ - ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇବେ ।
ଉ ,ଫାଲଗୁନୀ – ଛାତ୍ରଛାତ୍ରୀଙ୍କର ଲେଖାପଢାରେ ମନ ଲାଗିବ ।
ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରି ଦିନଟି ଆରମ୍ଭ କରନ୍ତୁ
କନ୍ୟା:-
ଉ , ଫାଲଗୁନୀ - ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ ।
ହସ୍ତା - ବିବାହ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ ।
ଚିତ୍ରା – ଆପଣଙ୍କୁ ଭୁଲ ରାସ୍ତାରେ ନେଇ ଯାଉଥିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ ।
ପ୍ରତିକାର - ବୁଧଙ୍କର ପୂଜାର୍ଚ୍ଚନା କରନ୍ତୁ ।
ତୁଳା
ଚିତ୍ରା – ଚାକିରିଆ ମାନଙ୍କର ପଦୋନ୍ନତି ହେବ ।
ସ୍ୱାତୀ – ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ମିଶିବା ସୁଯୋଗ ପାଇବେ ।
ବିଶାଖା – ସମାଜ ସେବାରେ ମନ ବଳାଇବେ ।
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ବିଛା:-
ବିଶାଖା – ଧାର ଦେଇଥିବା ପଇସା ଫେରସ୍ତ ପାଇବେ ।
ଅନୁରାଧା - ପୂର୍ବରୁ କରିଥିବା ଯୋଜନା ପୂରା ହୋଇପାରେ ।
ଜ୍ୟେଷ୍ଠା – ଜମିରେ ନିବେଶ ଲାଗି ଭଲ ଦିନଟି ରହିବ ।
ପ୍ରତିକାର – ଗୋଟେ କଳସରେ ମହୁ ଭର୍ତ୍ତି କରି କୈାଣସି ନିରଳା ଜାଗାରେ ରଖି ଦିଅନ୍ତୁ ।
ଧନୁ:-
ମୂଳା – ଆପଣଙ୍କ ମନବଳ ଉଚ୍ଚ ରହିବ ।
ପୂ , ଷାଢା – ଚାକିରି ବୃର୍ତିରେ ନୂଆ ଉପାୟ ଗ୍ରହଣ କରିବାକୁ ଚେଷ୍ଟା କରିବେ ।
ଉ , ଷାଢା – ଧନ ଲାଭର ନୂଆ ମାର୍ଗ ଦୃଷ୍ଟି ଗୋଚର ହେବ ।
ପ୍ରତିକାର – ମା ତାରାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ ।
ମକର:-
ଉ , ଷାଢା - ଜୀବନସାଥିଙ୍କ ସହିତ କୈାଣସି କଥାରେ ମତଭେଦ ହୋଇପାରେ ।
ଶ୍ରବଣା – ନାକାରତ୍ମକ ଚିନ୍ତାକୁ ଆସିବାକୁ ଦିଅନ୍ତୁ ନାହିଁ ।
ଧନିଷ୍ଠା – ପରିସ୍ଥିତି ଅତୀତର ପ୍ରସଙ୍ଗକୁ ଆପଣଙ୍କ ଆଗରେ ଆଣି ଛିଡା କରିଦେବ ।
ପ୍ରତିକାର – ଶନିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
କୁମ୍ଭ:-
ଧନିଷ୍ଠା - କିଛି ନୂଆ ଅଭୀଜ୍ଞତା ହାସଲ କରିବେ ।
ଶତଭିଷା – ରାଜନୀତିରେ ଆର୍ଥିକ ଲାଭ ମିଳିପାରେ ।
ପୂ , ଭାଦ୍ରପଦ – କର୍ମଜୀବୀ ମହିଳାଙ୍କ ପାଇଁ କାମର ବୋଝ କମ୍ କରିବ ।
ପ୍ରତିକାର – ଐଂ ହ୍ରୀଂ ରାହବେ ନମଃ ପାଠ କରନ୍ତୁ ।
ମୀନ:-
ପୂ , ଭାଦ୍ରପଦ - ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ ।
ଉ , ଭଦ୍ରପଦ - ବହୁ ଦିନର ସ୍ୱପ୍ନ ସାକାର ହୋଇପାରେ ।
ରେବତୀ – ପ୍ରିୟତମଙ୍କ ଠାରୁ ଉପହାର ମିଳିପାରେ ।
ପ୍ରତିକାର – ଗୁରୁଜନ ମାନଙ୍କର ଆଜ୍ଞା ପାଳନ କରନ୍ତୁ ।
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)