• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ନଥିଲା, କିନ୍ତୁ ଷ୍ଟାଡିୟମ ଭିତରେ ପ୍ରବେଶ କରିଥିଲେ ବହୁ ନକଲି ପାସଧାରୀ । କଟକ ବାରବାଟୀ ଟି ଟ୍ୱେଣ୍ଟି ମ୍ୟାଚରେ ଦର୍ଶକଙ୍କ ପାଇଁ ଟିକେଟ୍ ଅଭାବ ନେଇ ସାମ୍ନାକୁ ‌ଆସିଛି ଏହି ନୂଆ ଅଭିଯୋଗ । ବାରବାଟୀର ୪୪ ହଜାର ସିଟରୁ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ମାତ୍ର ୧୨ ହଜାର ଟିକେଟ୍ ବିକି ଦାୟିତ୍ୱ ସାରିଥିଲା । ଓସିଏ ଫଳରେ ହଜାର ହଜାର ଲୋକ ଟିକେଟ ନପାଇ ନିରାଶ ହୋଇଥିଲେ ସେପଟେ କିନ୍ତୁ ବିଜେଡି ଭଲ୍ୟୁଣ୍ଟିଅର ଓ MLA କ୍ରିୟୁଙ୍କ ନାଁରେ ଏକାଧିକ ପାସ୍ ଇସ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏବେ ସୋସିଆଲ ମିଡିଆରେ ଏଭଳି ବହୁ ସଂଖ୍ୟାରେ ପାସ୍ ଘୁରିବୁଲିବା ପରେ ଏହାକୁ ନେଇ ମର୍ମାହତ ସାଧାରଣ କ୍ରିକେଟ୍‌ ପ୍ରେମୀ ।

ସୂଚନା ଅନୁସାରେ, ଗତ୧୨ ତାରିଖ ଟି ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଟିକେଟ୍ ଖଣ୍ଡେ ପାଇବାକୁ ବାରବାଟୀରେ ମହାଭାରତ ପୂର୍ବଦିନ ରାତିରୁ ଲମ୍ବା ଲାଇନ୍ ପରେ ବି କାଉଣ୍ଟର ଆଗରେ ଧସ୍ତାଧସ୍ତି, ହାତାହାତି ଓ ପିଟାପିଟି ହୋଇଥିବାର ଦେଖିବାକୁ ମିଳିଥିଲା । କିନ୍ତୁ, ଢୋଲ ଭିତରେ ମୂଷା ଭଳି ବାରବାଟୀକୁ ପଶିବାକୁ ଯିଏ ନାହିଁ ସିଏ ପାଇଛି ପାସ୍ ଅଭିଯୋଗ ହେଉଛି, ବହୁ ଅନଧିକୃତ ବ୍ୟକ୍ତି ଭିଆଇପି ନହୋଇ ବି ଭଲ୍ୟୁଣ୍ଟିଅର ନାଁରେ ବାରବାଟୀକୁ ପ୍ରବେଶ କରିଛନ୍ତି ।

ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ସଂଖ୍ୟା କାଣ୍ଟଛାଣ୍ଟ କରି ବିଜେଡି ଭଲ୍ୟୁଣ୍ଟିଅର ଓ ବିଧାୟକଙ୍କ କ୍ରିଉ ଭଳି କ୍ୟାଟାଗୋରୀ କରି ସେମାନଙ୍କୁ ପାସ୍ ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏଭଳି କିଛି ପାସ୍‌ରେ କାହାର ନାଁ ଅଛି ଏବଂ ତାଙ୍କ ପରିଚୟ କଣ, ଭଲ୍ୟୁଣ୍ଟିଅର ନାଁରେ ବାରବାଟୀକୁ ପ୍ରବେଶ ସୁଯୋଗ ପାଇଥିବା ମଧ୍ୟ ଏହି ପାସ୍‌ରେ ବିଧାୟକଙ୍କ କ୍ରିଉ ଉଲ୍ଲେଖ ଅଛି । ପାସରେ ବ୍ୟକ୍ତିଙ୍କ ନାଁ ସହ ସେ ବିଜେଡି ଭଲ୍ୟୁଣ୍ଟିଅର ବୋଲି ଉଲ୍ଲେଖ ଅଛି ତାଙ୍କୁ ମିଳିଛି କର୍ପୋରେଟ୍ ବକ୍ସର ୧୦୧ ନମ୍ବର ସିଟ୍ କୁହାଯାଉଛି ବିଜେଡି ଭଲ୍ୟୁଣ୍ଟିଅର ଓ ଏମଏଲ୍ଏ କ୍ରିୟୁ ନାଁରେ ଏମିତି ଶହ ଶହ ପାସ୍ ଇସ୍ୟୁ ହୋଇଛି ଯାହାର ପୁଳା ପୁଳା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହାଦେଖି ଟିକେଟ୍ ପାଇନଥିବା ପ୍ରକୃତ କ୍ରିକେଟ୍ ପ୍ରେମୀ ମର୍ମାହତ ହୋଇଛନ୍ତି ।

ବାରବାଟୀରେ ମୋଟ ଦର୍ଶକ କ୍ଷମତା ୪୪ ହଜାର ତା ଭିତରୁ ସାଧାରଣ ଲୋକଙ୍କ ପାଇଁ ମୋଟ୍ ୧୭ ହଜାର ଟିକେଟ୍ ଅନଲାଇନ୍ ଓ ଅଫଲାଇନରେ ବିକ୍ରି ବ୍ୟବସ୍ଥା ହୋଇଥିଲା । ଅନଲାଇନରେ ଓସିଏ ୫ ହଜାର ଓ କାଉଣ୍ଟରେ ୧୨ ହଜାର ଟିକେଟ୍ ବିକ୍ରି କରିଥିଲା । ସେହିଭଳି ଓସିଏ ଅନୁବନ୍ଧିତ ସଂସ୍ଥା ପାଇଁ ୮ ହଜାର ଓ କର୍ପୋରେଟ୍ ସଂସ୍ଥାମାନଙ୍କୁ ୪ ହଜାର ଟିକେଟ ଦିଆଯାଇଥିଲା ଅବଶିଷ୍ଟ ସିଟ୍ ପାସ୍‌ଧାରୀଙ୍କ ପାଇଁ ଓସିଏ ସଂରକ୍ଷିତ ରଖିଥିଲା । ତେବେ ଏଭଳି ପାସ୍ ଆସିଲା କେଉଁଠୁ, ଏହାକୁ କିଏ ଇସ୍ୟୁ କଲା କିଏ ? ବାରବାଟୀକୁ ନକଲି ପାସ୍‌ ପ୍ରବେଶ ଅଭିଯୋଗକୁ ଓସିଏ କର୍ତ୍ତୃପକ୍ଷ ଅସ୍ୱୀକାର କରିଛନ୍ତି ।