Advertisment

୬ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହେଲା ତେଲିଆ ବୋରେଇ ମାଛ

କିଲୋ ପିଛା ୨୩ ହଜାର ଟଙ୍କାରେ ବିକ୍ରି ହେଲା ତେଲିଆ ବୋରେଇ ମାଛ...

author-image
Otv Khabar Bureau
Fish Sold For Rs 6 Lakh By Fishermen

Fish Sold For Rs 6 Lakh By Fishermen

ଗୋଟିଏ ତେଲିଆ ବୋରେଇ ମାଛର ଦାମ୍ ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା । ମାଛଟିର ଓଜନ ୨୮ କେଜି ହୋଇଥିବା ବେଳେ ଏହା କିଲୋ ପ୍ରତି ୨୩ ହଜାରରେ ବିକ୍ରି ହୋଇଛି । ଜଗତସିଂହପୁର ଜିଲ୍ଲା ପାରାଦୀପ ଅଠରବାଙ୍କି ବାଲି ପ୍ଲଟ ମାଛ ଗଦିରେ ଗତକାଲି ଏକ ମାଛ ନିଲାମ ହୋଇଛି। ମୁମ୍ବାଇର ଜଣେ ବ୍ୟବସାୟୀ ଏହି ମାଛଟି କୁ କିଣି ନେଇଛନ୍ତି।

Advertisment

ଏହାବ୍ୟତୀତ ଆହୁରି ୩୯ କେଜିର ୩ଟି ମାଛ କିଲୋ ପିଛା ୪ ହଜାର ୨୦୦ ଟଙ୍କା ହିସାବରେ ବିକ୍ରି ହୋଇଛି । ଏହାକୁ ଆଉ ଜଣେ ବ୍ୟବସାୟୀ ମୋଟ ୧ ଲକ୍ଷ ୬୩ ହଜାର ୮ ଶହ ଟଙ୍କାରେ କିଣିଛନ୍ତି । ତେବେ ମାଛଟିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।

ତେବେ ଗତ ୨ ମାସ ଧରି ମାଛ ଧରା ବନ୍ଦ ଥିଲା। ଯାହା ପରେ ଗତ ୧୫ ତାରିଖରେ ମାଛ ଧରା ଆରମ୍ଭ ହେଲା। ନୋଳିଆ ଡଙ୍ଗା ଯାଇ ୪ଟି ତେଲିଆ ବୋରେଇ ମାଛ ପାଇଥିଲା। ସେଥିରୁ ଗୋଟିଏ ୨୮ କେଜିଆ ମାଛ ଥିଲା। ଯାହା ୨୩ ହଜାର କିଲୋ ହିସାବରେ ବିକ୍ରି ହୋଇଛି । ମୁମ୍ବାଇର ଏକ ପାର୍ଟି ନିଲାମ ଡାକି ଏହି ମାଛକୁ କିଣିଛନ୍ତି । ଉକ୍ତ ମାଛଟି ପୁରୁଷ ହୋଇଥିବା ବେଳେ ଅଧିକ ଓଜନ ଥିବାରୁ ତାହାର ପୁଟି ଦାମ୍‌ ବି ଅଧିକ ରହୁଛି। ମେଡିସିନ ପ୍ରସ୍ତୁତ ନିମନ୍ତେ ଉକ୍ତ ମାଛକୁ ବାହାରକୁ ରପ୍ତାନୀ କରାଯାଇଥାଏ। ଫଳରେ ମାଛର ଦାମ ଅଧିକ ରହିଥିବାର କାର୍ତ୍ତିକେଶ୍ୱର ମତ୍ସ୍ୟ ବ୍ୟବସାୟୀ ସଂଘର ସହସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା କହିଛନ୍ତି ।

Advertisment
Giant Fish
Advertisment
Advertisment