/odishatv-khabar/media/post_attachments/uploadimage/library/16_9/16_9_0/Politician_1655448137.jpg)
Politician
ଗୋଟିଏ ମଞ୍ଚରେ ୩ ଦଳର ମହିଳା ନେତ୍ରୀ । ଆଉ ସେହି ମଞ୍ଚ ଥିଲା ରଜ ମହୋତ୍ସବର । ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଜେଡିର ବିଏମସି ମେୟର ସୁଲୋଚନା ଦାସ ଏବଂ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର ଏକାଠି ରଜ ପାଳିିଥିବାର ଦେଖିବାକୁ ମିଳିଛି । ଦୋଳି ଖେଳ ସାଙ୍ଗକୁ ଉପରସ୍ପରକୁ ପିଠା ମଧ୍ୟ ଖୁଆଇଛନ୍ତି ।
Advertisment
ଗତକାଲି ସମସ୍ତେ ଶେଷ ରଜରେ ୮ ନମ୍ବର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଆୟୋଜିତ ରଜ ମହୋତ୍ସବରେ ଯୋଗ ଦେଇଥିଲେ । ଆନନ୍ଦ ଉଲ୍ଲାସରେ ଛୋଟ ପିଲାଙ୍କ ସହିତ ରଜ ପାଳିଥିଲେ ଏହି ତିନି ନାରୀ ନେତ୍ରୀ । ଆଗକୁ ରାଜଧାନୀ ରଜ ମହୋତ୍ସବକୁ ବହୁତ ଧୁମଧାମରେ ପାଳନ କରାଯିବ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।
ଗତ ଦୁଇ ବର୍ଷ ହେବ କୋରନା ମହାମାରୀ କାରଣରୁ ପର୍ବପର୍ବାଣୀ ଫିକା ପଡ଼ିଥିବାବେଳେ ଏବେ କଟକଣା କୋହଳ ହୋଇଛି । ଫଳରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବେଶ୍ ଧୁମ୍ଧାମ୍ରେ ରଜ ପାଳନ କରାଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)