Advertisment

ସରକାରୀ ଶିକ୍ଷକଙ୍କ ଟଙ୍କିକିଆ ଚାଉଳ ଲୋଭ

ବାଃ ବାଃରେ ଶିକ୍ଷକ। ସରକାରୀ ସ୍କୁଲରେ ଚାକିରି କରିବା ପରେ ବି ଟଙ୍କିକିଆ ଚାଉଳ ନେଉଛନ୍ତି ଏଇ ଶିକ୍ଷକ। ଖାଲି ଚାଉଳ ନୁହେଁ ବରଂ ଦିବ୍ୟାଙ୍କ ସାର୍ଟିଫିକେଟ୍‌ ବି ହାତେଇଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଲେ ଜିଲ୍ଲା ଶିକ୍ଷାଧିକାରୀ

author-image
Otv Khabar Bureau
ଅଦ୍ୟତନ ହୋଇଛି
Government School Teacher

Government School Teacher

ସ୍କୁଲରେ ଚାକିରି କରିଛନ୍ତି ହେଲେ ରାସନ କାର୍ଡ ହାତେଇଛନ୍ତି । ଦିବ୍ୟାଙ୍ଗ ପ୍ରମାଣପତ୍ର ମଧ୍ୟ ରଖିଛନ୍ତି । ଶିକ୍ଷକଙ୍କ ନାଁରେ ସାମ୍ନାକୁ ଆସିଲା ଏଭଳି ସଙ୍ଗୀନ ଅଭିଯୋଗ । ସ୍କୁଲରେ ଚାକିରି କରିଛନ୍ତି କିନ୍ତୁ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ନିଜକୁ ସାମିଲ କରିଛନ୍ତି। ଆଉ ମାସ ପୂରିଲା ମାତ୍ରେ ଟଙ୍କିକିଆ ଚାଉଳ ଗହମ ନେଉଛନ୍ତି। ଖାଲି ଏତିକି ନୁହେଁ ବରଂ ମିଥ୍ୟା ଦିବ୍ୟାଙ୍ଗ ପ୍ରମାଣ ପତ୍ର ମଧ୍ୟ ରଖିଛନ୍ତି । ଏ କଥା ଖୋଦ୍‌ ଗ୍ରାମବାସୀ ଅଭିଯୋଗ କରିଛନ୍ତି । 

Advertisment

ଶିକ୍ଷକଙ୍କ ନାଁରେ ସାମ୍ନାକୁ ଆସିଲା ସଙ୍ଗୀନ ଅଭିଯୋଗ। ସରକାରୀ ଚାକିରିଆ ହୋଇଥିବା ପରେ ବି ସରକାରଙ୍କ ସବୁ ଯୋଜନାକୁ ମାଡ଼ି ବସିଛନ୍ତି। ଏମିତି ସଙ୍ଗୀନ ଅଭିଯୋଗ ଆସିଛି ଖୋଦ୍‌ ରାଜସ୍ୱ ମନ୍ତ୍ରୀଙ୍କ ଏରିଆରୁ। ଆଉ ସତ ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି ଗାଁ ଲୋକେ।

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ମଲିପୁର ଗ୍ରାମର ସତ୍ୟସାଇ ଉଚ୍ଚ ବିଦ୍ୟାଳୟ ଶିକ୍ଷକତା କରୁଛନ୍ତି ପ୍ରତାପ ମହାଳିକ । ବ୍ଲକ୍ ଗ୍ରାଣ୍ଡରେ ଶିକ୍ଷକତା କରୁଥିବା ପ୍ରତାପ କିନ୍ତୁ ବର୍ଷ ବର୍ଷ ଧରି ସରକାରଙ୍କ ଖାଉଟି କଲ୍ୟାଣ ଯୋଜନାରେ ନିଜକୁ ସାମିଲ କରିଛନ୍ତି। ବିଞ୍ଝାରପୁରରେ ଶିକ୍ଷକତା କରୁଥିବା ପ୍ରତାପ ସିଂହପୁର ଗାଁରେ ରାସନ କାର୍ଡ଼ ହାତେଇଛନ୍ତି।

Advertisment

ତେବେ ପ୍ରତାପଙ୍କ ନାଁରେ ଆସିଥିବା ଅଭିଯୋଗକୁ ସେ ଖଣ୍ତନ କରିଛନ୍ତି । ଆଉ କହିଛନ୍ତି ଯେ, ମୁଁ ଗରୀବ ହୋଇଥିବାରୁ ସରକାରୀ ଯୋଜନାରେ କାର୍ଡ ପାଇଥିଲି। ହେଲେ ଅଭିଯୋଗ ହେବା ପରେ କାର୍ଡ ଫେରାଇ ଦେଇଛି ।

ସେପଟେ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ଶିକ୍ଷକଙ୍କ ନାଁରେ ଆସିଥିବା ମାମଲାର ତଦନ୍ତ କରାଯିବ। ଯଦି କୌଣସି ବେନିୟ କାମ ହୋଇଛି ତେବେ କାର୍ଯ୍ୟାନୁଷ୍ଠାନ ହେବ । ତେବେ କାହିଁକି ଶିକ୍ଷକ ଚାକିରି କରିବା ପରେ ବି ସରକାରୀ ଯୋଜନାକୁ ମାଡ଼ି ବସିଛନ୍ତି ପ୍ରତାପ? କେବଳ ପ୍ରତାପ ନାଁ ଜିଲ୍ଲାରେ ଶହଶହ ସରକାରୀ ଚାକିରିଆ ଏମିତି ସରକାରୀ ଯୋଜନାକୁ ଲୁଟ୍‌ କରିଛନ୍ତି ତାହା ତଦନ୍ତ କଲେ ସାମ୍ନାକୁ ଆସିବ ବୋଲି ବୁଦ୍ଧିଜୀବୀ କହିଛନ୍ତି।

ରିପୋର୍ଟର- ସଞ୍ଜୀବ ନାୟକ

Ration Card Special Story Government School Teacher
Advertisment
Advertisment