ସକାଳ ପ୍ରାୟ ୧୧ଟା ସମୟରେ ରାହୁଲକୁ ବିଳାସପୁରର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହାପରେ ରାହୁଲ ୨ଟା ବେଳେ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳଙ୍କୁ ସାକ୍ଷାତ କରିବ । ଅପରାହ୍ନ ୩ଟା ବେଳକୁ ନିଜ ଗାଁ ପିହରିଡ୍ରେ ପହଞ୍ଚିବ ରାହୁଲ ।
ମେଡିକାଲରୁ ଡିସଚାର୍ଜ ପରେ ଜିଲ୍ଲାପାଳଙ୍କୁ ଭେଟିବ ରାହୁଲ । ରାହୁଲକୁ ସ୍ୱାଗତ ପାଇଁ ଗାଁରେ ବ୍ୟାପକ ଆୟୋଜନ ହୋଇଛି । ୧୦୮ ଘଣ୍ଟାର ଅପରେସନ ପରେ ଉଦ୍ଧାର ହୋଇଥିଲା ରାହୁଲ ।
ଯେଉଁ ବୋରୱେଲ୍ ଭିତରେ ରାହୁଲ ପଡ଼ିଯାଇଥିଲା, ଖୋଳା ଯାଉଥିବା ସମୟରେ ସେ ଗାଁରେ ହିଁ ନଥିଲା
ପୁଅର ସୁରକ୍ଷିତ ଉଦ୍ଧାରଠୁ ନେଇ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତିକୁ ଦେଖି ରାହୁଲର ବାପା କହିଛନ୍ତି ‘କେବଳ ଜଗନ୍ନାଥଙ୍କ ପାଇଁ ଏସବୁ ସମ୍ଭବ ହୋଇଛି । ପୁଅ ଭଲ ହେଲେ ଖୁବ୍ଶୀଘ୍ର ତାକୁ ନେଇ ଶ୍ରୀକ୍ଷେତ୍ର ଯିବି ।’
କେମିତି ଉଦ୍ଧାର ପାଇଥିଲା ରାହୁଲ ? ଛୋଟ ପିଲା ତାଙ୍କୁ ଉଦ୍ଧାର କରିଥିଲା ନା ଉଦ୍ଧାରକାରୀ ଦଳ ?
ଖୁବ୍ କମ୍ ସମୟ ଭିତରେ ରାହୁଲ ଉଦ୍ଧାର ହେବ ବୋଲି ଆଶ କରାଯାଉଛି । ତେବେ ରାହୁଲକୁ ଉଦ୍ଧାର କିରବା ପରେ ଗ୍ରୀନ୍ କରିଡର ଜରିଆରେ ବିଳାସପୁର ନିଆଯିବ ବୋଲି ସୂଚନା ମିଳିଛି ।