/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655464107.jpg)
Minor Boy Killed
ଭୁବନେଶ୍ୱର ନିଳାଦ୍ରୀବିହାର ପଣ୍ଡା ପାର୍କରୁ ନାବଳକର ମୃତଦେହ ଉଦ୍ଧାର । ଏକ ଜଙ୍ଗଲିଆ ବୁଦା ଭିତରୁ ବସ୍ତାରେ ଭର୍ତ୍ତି ହୋଇଥିବା ଅବସ୍ଥାରେ ଗଳିତ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ମୃତ ନାବାଳକ ଜଣକ ହେଉଛନ୍ତି ଦୈତ୍ୟରାଜ ନାୟକ । ଗତ ସୋମବାର ଠାରୁ ସେ ନିଖୋଜ ଥିଲେ, ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ ।
Advertisment
ନିଖୋଜ ହେବା ଦିନ ସନ୍ଧ୍ୟାରେ ଦୈତ୍ୟରାଜଙ୍କ ମୋବାଇଲ ଫୋନ ହାପି ନାୟକ ଜଣେ ଯୁବକ ଆଣି ତାଙ୍କ ଘରେ ଦେଇଥିଲେ । ପୂର୍ବରୁ ହାପି ନାୟକ ଓ ତାଙ୍କ ପରିବାର ଲୋକେ ଯୁଧିଷ୍ଠିରଙ୍କ ପରିବାରକୁ ଧମକ ଦେଇ ଆସୁଛନ୍ତି । ହାପି ଓ ଅନ୍ୟମାନେ ମିଶି ତାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)