/odishatv-khabar/media/post_attachments/uploadimage/library/16_9/16_9_0/Elephant__1655462696.jpg)
Elephant
ପୁଣି ଏକ କ୍ଷତାକ୍ତ ହାତୀ ଫସିଛି ପାରିରେ । ପାଣି ପିଇବାକୁ ଯାଇ ପୋଖରୀରେ ଫସି ରହିଛି ଦନ୍ତା ହାତୀ । ସମ୍ବଲପୁର ବନଖଣ୍ଡ ବଡସାହି ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଘଟଣା । ହାତୀର ଦେହରେ ଏକ କ୍ଷତ ରହିଥିବା ସୂଚନା । ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା କଲା ଡାକ୍ତରୀ ଟିମ୍ ।
ପାଣି ପିଇବାକୁ ଯାଇ ସମ୍ବଲପୁରରେ ଏକ ପୋଖରୀରେ ଫସି ରହିଛି ଏକ ଦନ୍ତାହାତୀ । କାଦୁଅରୁ ବାହାରକୁ ବାହାରି ପାରୁ ନାହିଁ । ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ବଡସାହିର ଫରେଷ୍ଟ ରେଞ୍ଜ ଅଞ୍ଚଳର ଏକ ବଡ ପୋଖରୀ ମଧ୍ୟରେ ଫସି ରହିଛି ହାତୀ । ଗତକାଲି ରାତିରୁ ହାତୀଟି ଫସି ରହିଛି ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି ।
ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ପହଞ୍ଚି ହାତୀର ପ୍ରାଥମିକ ଚିକିତ୍ସା କରିଛନ୍ତି । ହାତୀର ଦେହରେ ଏକ କ୍ଷତ ରହିଛି । ସେଥିଲାଗି ସେ ଯନ୍ତ୍ରଣା ପାଉଥିଲା । ତେବେ ତାକୁ ଇଂଜେକ୍ସନ ଦେବା ପରେ ସେ ସାମାନ୍ୟ ଆଶ୍ୱସ୍ତ ହୋଇଛି । ତଥାପି ହାତୀଟି ପାଣିରୁ ବାହାରି ନାହିଁ । ପାଣି ଭିତରେ ହିଁ ସେ ରହିଛି । ତା’ ଉପରେ ନଜର ରଖାଯାଇଥିବା ପଡ଼ିଆ ବାହାଲ ରେଞ୍ଜ ଅଧିକାରୀ କହିଛନ୍ତି ।
ଅନ୍ୟପଟେ କିଛି ଦିନ ହେବ ଚର୍ଚ୍ଚାରେ ଥିବା ହାତୀ କଙ୍କାଳ ମିଳିବା ଓ ଗୁଳି ବିଦ୍ଧ ହାତୀ ମୃତ୍ୟୁ ଘଟଣାର ତଦନ୍ତ ଜୋରସୋରରେ ଚାଲିଛି । ମାସେ ଭିତରେ ଆସିବ ହାତୀ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ । ହାତୀ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ତଦନ୍ତ ପାଇଁ ଏସ୍ଆଇଟି ଗଠନ ହୋଇଛି । ମାସେ ମଧ୍ୟରେ ଏସ୍ଆଇଟି ରିପୋର୍ଟ ଦେବ । ତଦନ୍ତ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ହାତୀ ମୃତ୍ୟୁ ବଢ଼ିବା ନେଇ ରାଜ୍ୟ ସରକାର ତତ୍ପର ଅଛନ୍ତି । ଘଟଣାର ତଦନ୍ତ ଚାଲିଥିବା ମନ୍ତ୍ରୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)