Advertisment

ମଝି ସମୁଦ୍ରରେ ବୁଢ଼ିଗଲା ଟ୍ରଲର୍‌, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ୧୩ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ତଟରକ୍ଷା ବାହିନୀ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Fishermen Rescue

Fishermen Rescue

ବଙ୍ଗୋପସାଗରରେ ନିଖୋଜ ହୋଇଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳର ମତ୍ସ୍ୟଜୀବୀ ଠାବ । ସମସ୍ତ ୧୩ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ତଟରକ୍ଷୀ ବାହିନୀ । ଗତକାଲି ସକାଳେ ମତ୍ସ୍ୟଜୀବୀମାନେ ତାଳଚୁଆ ଅଞ୍ଚଳରୁ ମାଛ ମାରିବକୁ ସମୁଦ୍ର ଭିତରକୁ ଯାଇଥିଲେ ।

Advertisment

ଗତକାଲି ସକାଳେ ‘ଉପାସନା-୧’ ନାମକ ଟ୍ରଲର ଧରି ୧୩ ମତ୍ସ୍ୟଜୀବୀ ସମୁଦ୍ର ମଝିକୁ ଯାଇଥିଲେ। ସନ୍ଧ୍ୟା ୫ଟା ବେଳକୁ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଖବର ପାଇ କୋଷ୍ଟଗାର୍ଡ ଓ ସାମୁଦ୍ରିକ ଥାନା ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲେ। ସେମାନଙ୍କୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଥିଲା । ଅଧା ବୁଡ଼ି ଯାଇଥିବା ଅବସ୍ଥାରେ ଟ୍ରଲରକୁ ଠାବ କରାଯାଇଥିଲା । ଆଶ୍ୱସ୍ତିର ଖବର ଯେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । 

ସନ୍ଧାନ ବେଳେ ଆଜି ସକାଳୁ ଟ୍ରଲରଟି ସମୁଦ୍ରରେ ବୁଡ଼ି ଯାଇଥିବା ଜଣାପଡ଼ିଥିଲା। ମାତ୍ର ୧୩ ମତ୍ସ୍ୟଜୀବୀ ସମୁଦ୍ର ମଝିରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। କୋଷ୍ଟଗାର୍ଡ ତଥା ସାମୁଦ୍ରିକ ଥାନା କର୍ମଚାରୀ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସାରିଥିବା ସୂଚନା ମିଳିଛି।

Advertisment

ଏନେଇ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ କହିଛନ୍ତି, ଖବର ପାଇ ଆମେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲୁ। ଟ୍ରଳରଟି ସମୁଦ୍ରରେ ଗତକାଲି ଅଧା ବୁଡ଼ିଥିବା ବେଳେ ଆଜି ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ନିଖୋଜ ହୋଇଯାଇଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ତାଳଚୁଆ ଅଞ୍ଚଳରେ ଶତାଧିକ ମତ୍ସ୍ୟଜୀବୀ ପରିବାର ରହୁଥିବା ବେଳେ ସେମାନେ ସମୁଦ୍ର ମଝିକୁ ଯାଇ ମାଛ ଧରି ପରିବାର ପେଟ ପୋଷିଥାନ୍ତି। ଏପରି ଘଟଣା ପୂର୍ବରୁ ବହୁଥର ଘଟୁଥିଲେ ମଧ୍ୟ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଅକାତକାତ ପାଣି ଥିବା ସମୁଦ୍ର ଭିତରକୁ ଯାଉଛନ୍ତି। ଏଥିଯୋଗୁ ବହୁ ମତ୍ସ୍ୟଜୀବୀ ଅକାଳରେ ସମୁଦ୍ର ଗର୍ଭରେ ହଜି ଯାଉଛନ୍ତି।

Bay Of Bengal Fishermen Rescue
Advertisment
Advertisment