• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘୧୭ ଦିନ ମୋ ଝିଅକୁ ପୋଲିସ ଖୋଜି ପାଉନି । ସେ ପିଲା କହୁଛି , ପୋଲିସ୍‌ ମୋର କ’ଣ କରିବ । ପୋଲିସକୁ ମୁଁ ଲକ୍ଷେ ଟଙ୍କା ଦେଇଛି, ଆଉ ଦୁଇ ଲକ୍ଷ ଟଙ୍କା ଦେବି । ଅପହରଣ କରିଥିବା ପିଲା ଝିଅ ବିଷୟରେ ଖରାପ କଥା କହୁଛି । ମୁଁ ବାରମ୍ବାର ପୋଲିସ୍‌କୁ ଫୋନ୍‌ କରୁଛି, ଝିଅକୁ ଖୋଜିଦେବା ପାଇଁ । ହେଲେ  ଝିଅ ମିଳୁନି । ମୋ ଝିଅର ଇଜ୍ଜତ୍‌ ସହ ଖେଳାଯାଉଛି, ଆଉ ପୋଲିସ୍‌ ହାତ ଉପରେ ହାତ ଦେଇ ବସିଛି । ଝିଅ ଦରକାର,ନଚେତ ଏଇଠି ଜୀବନ ହାରିଦେବି। ‘

ନିଖୋଜ ନାବାଳିକାକୁ ପାଇବା ଦାବି ନେଇ କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଅଫିସ ଆଗରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ କୌଣସି ଅଘଟଣ ଘଟିବା ଆଗରୁ ମହିଳାଙ୍କୁ ନିଜ ଆୟତ୍ତକୁ ନେଇଛି ପୋଲିସ । ପ୍ରଥମେ ଜୁନ ୨ ତାରିଖରେ ଜଣେ ନାବାଳିକା ନିଖୋଜ ହେବା ଘଟଣାରେ ମା ଥାନାର ଦ୍ୱାରସ୍ଥ ହୋଇଥିଲେ ।

ହେଲେ ଝିଅକୁ ଖୋଜି ନଆଣିବାରୁ ସେ ପୁଣି ଜୁନ ୬ ତାରିଖ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଭେଟି ନିଜର ଗୁହାରି ଜଣାଇ ଥିଲେ । ଆଉ ଏ ପର୍ଯ୍ୟନ୍ତ ଝିଅର କୌଣସି ଖୋଜ ଖବର ନ ପାଇବାରୁ ବାଧ୍ୟ ହୋଇ ଏସପି ଅଫିସ୍ ଆଗରେ ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ହେଲେ ପୋଲିସ ଏହାକୁ ଅଟକାଇ ଦେଇଛି, ମହିଳା ଜଣଙ୍କ ଏବେ ବି ନିଜ ଜିଦରେ ଅଟଳ ମୋ ଝିଅକୁ ଆଣିଦିଅ ।