Advertisment

ପ୍ରଶାସନର ଦାଦାଗିରି, ୫୦ ହଜାର ଲାଞ୍ଚ ନଦେବାରୁ ମାଟିରେ ମିଶିଲା ଘର

ଇଏ କେମିତିକା ଆଇନ? ଘର ବାବଦରେ ଲୋକଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଲେ ପୌର ଅଧିକାରୀ। ପଇସା ନଦେବାରୁ ନୋଟିସ୍‌ ଦେବାର ୩ ଦିନ ମଧ୍ୟରେ ଜେସିବି ଲଗାଇ ଲୋକଙ୍କ ଘର ଭାଙ୍ଗିଦେଲେ ବଡ଼ବାବୁ। ଯେତେ କାକୁତିମୀନତି ହେଲେ ବି ଶୁଣିଲେ ଏମାନଙ୍କ ଦୁଃଖ ।

author-image
Otv Khabar Bureau
Houses Razed

Houses Razed

ଖଣ୍ଡ ଖଣ୍ଡ ହୋଇ ପଥର ପଡ଼ି ରହିଛି । ଘର ଭାଙ୍ଗି ମାଟିରେ ଲୋଟିଛି । ଏତେ ବିକ୍ଷିପ୍ତ ଭାବରେ ଇଟା ପଡ଼ିଛି ଯେ, ଯିଏ ଦେଖିବ ସିଏ କହିବ କି ଏ ଘରକୁ କିଏ ଜୋରଜବରଦସ୍ତ ଭାଙ୍ଗି ଦେଇଛି । ଆଉ ଏଇ ଘର ଭାଙ୍ଗିବା ପଛର ସତ ଜାଣିଲେ ଆପଣ ବି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଆଉ କହିବେ ଏ କାଣ୍ଡ ଭିଆଇଥିବା ବ୍ୟକ୍ତିଙ୍କୁ ଧର୍ମ ସହିବନି ।

Advertisment

ମାଟିରେ ମିଶିଛି ଘର । ମାଟିରେ ଚାପିହୋଇ ରହିଯାଇଛି ଘରର ସବୁତକ ଜିନିଷ । ଆଉ ଏହାରି ଭିତରୁ ନିଜର ଆସବାବପତ୍ରକୁ ଅଣ୍ଡାଳୁଛନ୍ତି ଅସହାୟ ପରିବାର । ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ପୌର ପରିଷଦ କୁଲପଡାର । ଘରର ମୁଖିଆଙ୍କୁ ପୌର ଅଧିକାରୀ ୫୦ ହଜାର ଟଙ୍କା ମାଗିଥିଲେ। ହେଲେ ୫୦ ହଜାର ଘର ମାଲିକ ଦେଇପାରିନଥିବା କାରଣରୁ ଏହି ଦୁର୍ଦଶାର ଶିକାର ହେଲେ। ଏମିତିକି ଘର ଭାଙ୍ଗିବା ପାଇଁ ନୋଟିସ ଦେବାର ମାତ୍ର କେଇ ମୁହୂର୍ତ୍ତରେ ଜେସିବି ଲଗାଇ ଘରକୁ ଭାଙ୍ଗି ଦେଲା ପୌର ପ୍ରଶାସନ।

ଖାଲି ଜଣକ ଘର ନୁହେଁ ବରଂ ୩ ଜଣଙ୍କ ପରିବାର ଘରକୁ ଭାଙ୍ଗି ଦେଇଛି ପୌର ପ୍ରଶାସନ। ହେଲେ କାହିଁକି ପୌର ଅଧିକାରୀଙ୍କ ଏହି ଗରୀବଙ୍କ ଉପରେ ଏତେ ଆକ୍ରୋଶ? ନୋଟିସ ଦେଉ ଦେଉ କାହିଁକି ଏମାନଙ୍କ ଘର ଭାଙ୍ଗି ଦିଆଗଲା, ସେନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। କୁଲପଡାରେ ଏମାନେ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ହେଲା ସରକାରୀ ଜାଗାରେ ଘର କରି ରହି ଆସୁଛନ୍ତି। ଜାଗା ମିଶନ ଯୋଜନାରେ ଏମାନେ ଘର ପାଇବା ପାଇଁ ବି ଯୋଗ୍ୟ। ହେଲେ ପ୍ରଶାସମ ଏମାନଙ୍କୁ ଘର ଖଣ୍ଡିଏ ବି ଦେଲାନି। ବରଂ ୫୦ ହଜାର ଟଙ୍କା ଲାଞ୍ଚ ନଦେଇପାରିବାରୁ ଜେସିବି ଲଗାଇ ଘର ଭାଙ୍ଗିଦେଲା ।

Advertisment

ସେପଟେ ଏନେଇ ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ ଜାଣିବା ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି । ତେବେ ବିନା ଥଇଥାନାରେ ଏମାନଙ୍କ ଘରକୁ ଏମିତି ଭଙ୍ଗାଯିବା ପରେ ଲୋକଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ଦେଖାଯିବା ସହ ତୁରନ୍ତ ଘର ଯୋଗାଇ ଦେବା ପାଇଁ ଦାବି ହେଉଛି।

ରିପୋର୍ଟର- ରବିନ୍ଦ୍ର ହୋତା

Special Story Houses Razed
Advertisment
Advertisment