/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734969027.jpg)
ରୋବଟ୍ ଲିଭାଉଛି ନିଆଁ
ଭୁବନେଶ୍ବର ସତ୍ୟନଗରରେ ଭୟାବହ ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳୁଛି ଇଲେକ୍ଟ୍ରୋନିକ୍ସ ଗୋଦାମ । ଆଜି ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ସତ୍ୟନଗରରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଗୋଦାମରେ ନିଆଁ ଲାଗିଛି । ନିଆଁ ସହ ଧୂଆଁମୟ ହୋଇ ଯାଇଛି ପୂରା ଅଞ୍ଚଳ । ତେବେ ଏହି ଅଗ୍ନିକାଣ୍ଡ ଯୋଗୁଁ ଗୋଦାମରେ ଥିବା ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ।
Advertisment
ସେପଟେ ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୬ଟି ଦମକଳ ଗାଡ଼ି ପହଞ୍ଚିଛି । ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରାୟ ୨ ଘଣ୍ଟା ଧରି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରହିଛି । ଏହି ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ସହ ଲାଗିଛି ରୋବଟ୍ । ନିଆଁ ଲିଭା କାର୍ଯ୍ୟରେ ରୋବଟିକ ଫାୟାର ଫାଇଟର ନିୟୋଜିତ ହୋଇଛନ୍ତି । ତେବେ ଓଡ଼ିଶାରେ ପ୍ରଥମ ଥର ନିଆଁ ଲିଭାଇବାକୁ ରୋବଟିକ ଫାୟାର ଫାଇଟର ନିୟୋଜିତ ହୋଇଛନ୍ତି । ତେବେ ସର୍ଟ ସର୍କିଟରେ ଏହି ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।
ଅଧିକ ପଢ଼ନ୍ତୁ: ରାସ୍ତାକଡ଼ରେ ଶୋଇଥିବା ଲୋକଙ୍କ ଉପରେ ଡମ୍ପର ଚଢ଼ାଇଦେଲା ମଦ୍ୟପ ଡ୍ରାଇଭର୍; ୩ ମୃତ, ୬ ଆହତ...
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)