Advertisment

Bomb Hoax: ଆମେରିକୀୟ ବିମାନରେ ବୋମା ଆତଙ୍କ; ରୋମ୍‌ ଡାଇଭର୍ଟ ପରେ ପୁଣି ଦିଲ୍ଲୀ ଫେରିଲା

ବିମାନଟି କାସ୍ପିଆନ୍ ସାଗର ଉପରେ ଉଡ଼ାଣ କରୁଥିଲା। ଗନ୍ତବ୍ୟସ୍ଥଳ ଦିଲ୍ଲୀରେ ଆଉ ୨ ଘଣ୍ଟା ପରେ ବିମାନ ଅବତରଣ କରିବାର ଥିଲା। ବୋମା ଖବର ପରେ ହଠାତ୍ ଆମେରିକା ଏୟାର ଲାଇନ୍ସର ବିମାନଟି ୟୁ-ଟର୍ଣ୍ଣ କରି ରୋମ୍ ଅଭିମୁଖେ ଯାଇଥିଲା ।

author-image
Sonali Ojha
ଅଦ୍ୟତନ ହୋଇଛି
Plane

Plane

ବିମାନ ଉଡ଼ାଣ ଭରି ସାରିଥିଲା। ଆଉ ୨ ଘଣ୍ଟା ପରେ ଦିଲ୍ଲୀ ପହଞ୍ଚି ଥାଆନ୍ତା। ହେଲେ ବିମାନରେ ବୋମା ଥିବା ଖବର ଜଣାପଡ଼ିବା ପରେ ଏହାକୁ ରୋମ୍ ଡାଇଭର୍ଟ କରିଦିଆଯାଇଥିଲା । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନ ରୋମ୍‌ରେ ଅବତରଣ କରିବା ପରେ ପୁଣି ଥରେ ଦିଲ୍ଲୀ ଆସିଛି।

Advertisment

ଆମେରିକା ଏୟାରଲାଇନ୍ସର ବୋଇଂ ବିମାନ-292 ନ୍ୟୁୟର୍କର ଜନ୍ ଏଫ୍ କେନେଡି ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା। ଏଥିରେ ୧୯୯ ଜଣ ଯାତ୍ରୀ ଓ ୧୫ କ୍ରିଉ ମେମ୍ବର ରହିଥିଲେ। କିଛି ଘଣ୍ଟା ପରେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥାଆନ୍ତା । ହେଲେ ମଝି ଆକାଶରେ ବିମାନରେ ବୋମା ଥିବା ନେଇ ମିଳିଥିଲା ଧମକ।

ଅଧିକ ପଢ଼ନ୍ତୁ : ବିମାନରେ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଫଟା ସିଟ୍; ରାଗ ତମତମ ହୋଇ ଲେଖିଲେ ଏମିତି..

Advertisment

ସେତେବେଳେ ବିମାନଟି କାସ୍ପିଆନ୍ ସାଗର ଉପରେ ଉଡ଼ାଣ କରୁଥିଲା। ଗନ୍ତବ୍ୟସ୍ଥଳ ଦିଲ୍ଲୀରେ ଆଉ ୨ ଘଣ୍ଟା ପରେ ବିମାନ ଅବତରଣ କରିବାର ଥିଲା। ବୋମା ଖବର ପରେ ହଠାତ୍ ଆମେରିକା ଏୟାର ଲାଇନ୍ସର ବିମାନଟି ୟୁ-ଟର୍ଣ୍ଣ କରି ରୋମ୍ ଅଭିମୁଖେ ଯାଇଥିଲା । ବିମାନକୁ ଇଟାଲୀ ଏୟାରଫୋର୍ସର ପାଇଟର ଜେଟ୍ ଏସକର୍ଟ କରି ରୋମର ଲିଓନାଡୋ ଦା ଭିନ୍ସି ଏୟାରପୋର୍ଟରେ ସୁରକ୍ଷିତ ଭାବରେ ଲ୍ୟାଣ୍ଡିଂ କରାଇଥିଲା।

ଆମେରିକା ଏୟାରଲାଇନ୍ସ ବିମାନକୁ ଇଟାଲୀ ଏୟାରଫୋର୍ସର ୨ଟି ଟାଇଫୁନ୍ ଯୁଦ୍ଧ ବିମାନ ଏସକର୍ଟ କରି ନେଉଥିବାରୁ ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଲ୍ୟାଣ୍ଡିଂ ପରେ ବିମାନରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା। କିନ୍ତୁ ସେଥିରୁ ସେମିତି କୌଣସି ସନ୍ଦିଗ୍ଧ ବସ୍ତୁ ମିଳି ନଥିଲା। ଏହାପରେ ରୋମ୍‌ରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ବିମାନ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ଅବତରଣ କରିଥିବା ଜଣାପଡିଛି।

Bomb Threat
Advertisment
Advertisment