• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

FAQ ମାନ କମ ଥିଲେ ବି ଧାନ କିଣିବେ ରାଜ୍ୟ ସରକାର । ବର୍ଷା ପାଇଁ କ୍ୱାଲିଟି ଟିକେ କମ ଥିଲେ ବି କମ୍ପୋମାଇଜ୍ କରିବେ ସରକାର । ସବୁ କୃଷକଙ୍କ ଧାନ କିଣାଯିବ କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଟୋକନ ଲାପ୍ସ କଲେ ଚାଷୀଙ୍କୁ ଦିଆଯିବ ଅଧିକ ୧୫ ଦିନ ମହଲତ ।

ଓଦା ଧାନ ଶୁଖେଇ ମଣ୍ଡିରେ ବିକ୍ରି ପାଇଁ ଅଧିକ ସମୟ ଦିଆଯିବ । ପାଗ ଖରାପ ଯୋଗୁଁ କିଛି ମଣ୍ଡି ଖୋଲିବାରେ ବିଳମ୍ବ ହେଉଛି । କିନ୍ତୁ ବର୍ଷା ପାଇଁ ଆଗୁଆ ମଣ୍ଡି ଖୋଲିବନି । ବର୍ଷାରେ ଯାହାର ଧାନ କ୍ଷତି ହୋଇଛି ଆକଳନ କରି ଉଚିତ ମୂଲ୍ୟ ଦିଆଯିବ । ଏ ପର୍ଯ୍ୟନ୍ତ ବିକ୍ରି ହେଲାଣି ସାଢେ ସାତ ଲକ୍ଷ ମେଟ୍ରିକ ଟନ ଧାନ ।

ଦେଢ ଲକ୍ଷ କୃଷକଙ୍କ ଆକାଉଣ୍ଟଙ୍କୁ ସିଧା ଟଙ୍କା ଯାଇଛି । ୨୧ ଶହ କୋଟି ଟଙ୍କା ଦିଆଯାଇଥିବା ବେଳେ ଗୋଟିଏ ବି ଅଭିଯୋଗ ଏପର୍ଯ୍ୟନ୍ତ ଆସିନି ବୋଲି କହିଛନ୍ତି ମନ୍ତ୍ରୀ । ସେପଟେ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି । ‘ଅଦିନିଆ ବୃଷ୍ଟିପାତଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ’ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଅଧିକ ପଢ଼ନ୍ତୁ: ଡରାଇଲାଣି ବର୍ଷା, ଆଜିଠାରୁ ଏହି ସବୁ ଜିଲ୍ଲାରେ ବର୍ଷିବ ...

ନଷ୍ଟ ଧାନ କିପରି ବିକିବୁ ଏବଂ ଏହା ସହ କ୍ଷତିପୂରଣ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଯାହା ନିୟମ ଅଛି ସେହି ଅନୁସାରେ କ୍ଷତିପୂରଣ ଦିଆଯିବ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ସରକାର ଚାଷୀଙ୍କ ଭିତରେ ସହାଭାଗିତା ଦରକାର । ଜିଲ୍ଲା ପ୍ରଶାସନ ମଧ୍ୟ ସହାୟତା କରିବ । ଚାଷୀ ଆଦୌ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ, ସରକାର ଲୋକଙ୍କ ସାଙ୍ଗରେ ଅଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି ମନ୍ତ୍ରୀ ।

ସେପଟେ ଲଘୁଚାପ ବର୍ଷାରେ ଉଜୁଡ଼ିଯାଇଛି ଅଧା ଓଡ଼ିଶାର ଫସଲ । ଯେଉଁଠି ଦେଖିବେ ଅମଳ ବେଳକୁ ପାଣିରେ ବୁଡ଼ିଛି ହେକ୍ଟର ହେକ୍ଟର ଧାନ କ୍ଷେତ । କଳେଇ ଟେକିଲା ବେଳକୁ ଧାର ଧାର ପାଣି ଝରୁଛି, ଚାଷୀ ଆଖିରୁ ଲୁହ ବି ଗଡୁଛି । ରାଜସ୍ୱ ମନ୍ତ୍ରୀ କହିଛନ୍ତି, ୩/୪ ଦିନ ଭିତରେ ଆକଳନ କରାଯାଇ ପଞ୍ଚମ ଦିନରେ ଚାଷୀଙ୍କୁ କ୍ଷତିପୂରଣ ମିଳିବ ।

ଯିଏ ମାଟି ସହ ମାଟି ହୋଇ ସୁନା ଫଳାଇଥିଲା । ପ୍ରତିକୂଳ ସ୍ଥିତି ଭିତରେ ବର୍ଷକର ଦାନାପାଣି ଯୋଗାଡ଼ କରୁଥିଲା...ସେସବୁ ଏବେ ମାଟିରେ ଲୋଟି ଉଜୁଡ଼ିବା ପରେ ଆଉ ବା’ କ’ଣ ଅଛି? ଭଦ୍ରକ ଜିଲ୍ଲା ଭୈରବପୁର ଗାଁର ଅନ୍ନପୂର୍ଣ୍ଣା ସାହୁ । ୠଣ ଆଣି ଭାଗ ବଖରା ହିସାବରେ ଗମେଇ ନଦୀକୂଳରେ ଚାଷ କରିଥିଲେ ୨ ଏକର ।

ପ୍ରଥମେ ସ୍ୱଳ୍ପ ବର୍ଷା ବାଟ ଓଗାଳିଥିଲା । ପରେ ଧାନର ଥୋଡ଼ ବାହାରିବା ବେଳକୁ ବାତ୍ୟା ଦାନା ନଷ୍ଟ କରିଥିଲା । ଆଉ ଯାହା କିଛି ବଞ୍ଚିଥିଲା, ଅମଳ ବେଳକୁ ବିଲ ମଝିରେ ଅଦିନିଆ ବର୍ଷା ଭସାଇଦେଲା । ସମାନ ଦୁର୍ଦ୍ଦଶା ଏହି ଗାଁର ନିର୍ମଳ ଅଗସ୍ତି, ବଳରାମ ସାହୁଙ୍କର । ଧାରକରଜ କରି ଚାଷ କରିଥିବା ଏହି ଚାଷୀମାନେ ଏବେ ସରକାରୀ ସହାୟତା ଅପେକ୍ଷାରେ ।

ଅଧିକ ପଢ଼ନ୍ତୁ: ଶଙ୍ଖକୁ ବାଏ ବାଏ !! ପଦ୍ମ ଧରିବେ ବିଜେଡି କର୍ପୋରେଟର ଅମରେଶ !!

OTV is now on Whatsapp

Join and get latest news update delivered to you via whatsapp

Join Now