/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735030803.jpg)
Amaresh Jena
ବିଜେପି ଆଡ଼କୁ ଢଳୁଛନ୍ତି କି ବରିଷ୍ଠ ବିଜେଡି କର୍ପୋରେଟର୍ ଅମରେଶ ଜେନା ଓରଫ୍ ବାଇଁଆ ? ଶଙ୍ଖକୁ ବାଏ ବାଏ କରି ପଦ୍ମ ଧରିବେ କି ଭୁବନେଶ୍ୱରର ୪୫ ନମ୍ବର ୱାର୍ଡର ଏହି ବିଜେଡି କର୍ପୋରେଟର ? କାରଣ ଆଜି ଭୁବନେଶ୍ୱରରେ ବାଗ୍ମୀ ବିଶ୍ୱନାଥ କରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଚିତ୍ର ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟର ବିଭିନ୍ନ ମନ୍ତ୍ରୀଙ୍କ ଗହଣରେ ଦେଖିବାକୁ ମିଳିଥିଲା ଅମରେଶଙ୍କୁ । ତାଙ୍କୁ ଗାଡ଼ି ପାଖକୁ ଡାକିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭଲ ମନ୍ଦ ବି ପଚାରିଥିଲେ । ଏହା ପରେ ବିଜେପି ବିଧାୟକ ବାବୁ ସିଂ କହିଥିଲେ, ବାଇଁଆଙ୍କ ପାଇଁ ବିଜେପିର ଦ୍ୱାର ଖୋଲା ଅଛି ।
ଅଧିକ ପଢ଼ନ୍ତୁ: ବିଜେଡିକୁ ସଞ୍ଜୀବନୀ ଦେବ କି ପ୍ରତିଷ୍ଠା ଦିବସ ? ଆୟୁ ସରି ଆସୁଛି କହି ଛିଗୁଲେଇଲା ବିଜେପି
ଆମେ ତାଙ୍କୁ ସବୁ କାର୍ଯ୍ୟକ୍ରମରେ ଡାକୁଛୁ । ଆମର କିଛି ଅସୁବିଧା ନାହିଁ, କି ବାଇଁଆ ଆମ ପାଖକୁ ଆସୁଛନ୍ତି ତାଙ୍କର ବି କିଛି ଅସୁବିଧା ହେଉନି । ଯାହାର ଅସୁବିଧା ହେଉଛି ହେଉ । ବାଇଁଆ ଆମ ଭାଇ । ତେଣେ ବାଇଁଆ କହିଛନ୍ତି, ଏଥିରେ ବିଜେଡିର କିଛି ଅସୁବିଧା ହେଉନି । ନବୀନ ବାବୁଙ୍କ ସହିତ ଅଲଗା ଦଳର ନେତା କ’ଣ ଦେଖା ହେଉନାହାନ୍ତି ନା ବସୁନାହାନ୍ତି ?
ମୁଁ ଭୁବନେଶ୍ୱର ପାଇଁ କାମ କରୁଛି । ଯେତେବେଳେ ବିଜେପି ଯିବାର ହେବ ପ୍ରଥମେ ମିଡିଆକୁ ଡାକିବି । ଆମ କାମ ସହିତ ଯାହାର ମାଇଣ୍ଡ ମ୍ୟାଚ୍ କଲା, ତାଙ୍କ ସହିତ ମିଶି କାମ କରୁଛୁ । ଯିଏ ମ୍ୟାଚ୍ ନକଲା ସେ ସାଇଡ୍ ହୋଇରହିବେ । ତେବେ ଏ ସଂପର୍କରେ ବିଜେଡିର ପ୍ରତିକ୍ରିୟା ମିଳିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)