• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mandi Mismanagment

ଚାଷୀଙ୍କ ଭରସା ଜିତିବା ଜରୁରୀ
Odisha Politics: ସରକାର ବଦଳିବା ପରେ ବି ମଣ୍ଡି ପ୍ରତାରଣାର ଶିକାର ହେଉଛନ୍ତି ଚାଷୀ 

ଚାଷୀମାନଙ୍କ ଏଭଳି ସ୍ଥିତିକୁ ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ୮ଦଫା ଦାବୀ ନେଇ ପ୍ରତିବାଦ ଅନଶନ କରିବା ଘଟଣା ଦେଖାଦେଲା । ଏଭଳି କି ଜିଲ୍ଲାରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଖୋଦ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଛଦ୍ମବେଶରେ ଚାଷୀର ପରିଚୟ ଦେଇ ସ୍ଥିତି ପରଖିଲେ । ବାସୁଦେବପୁର ବ୍ଲକର ବିଭିନ୍ନ ମଣ୍ଡିସ୍ଥଳ ବୁଲି ଦେଖି ଅଭିଯୋଗରେ ସତ୍ୟତା ବାରିବା ସହିତ ନୋଟିସ ଜାରି କରିଥିଲେ । 

ଅଦିନିଆ ବର୍ଷା ବିଗାଡ଼ିଦେଲା ଚାଷ
Farmers in Plight: ଖୋଲା ଆକାଶ ତଳେ ପଡିରହିଛି ସୁନାର ଫସଲ...ଚାଷୀକୁ ବର୍ଷା ଚିନ୍ତା...

ଖୋଲା ଆକାଶ ତଲେ ପଡିରହିଛି ଚାଷୀର ବସ୍ତା ବସ୍ତା ଧାନ । ସହର ପାଖରେ ଥିବାରୁ, ନେତା, ମନ୍ତ୍ରୀ ଓ ଅଫିସର ଏହି ମଣ୍ଡିକୁ ଘନ ଘନ ଗସ୍ତ କରୁଛନ୍ତି । କିନ୍ତୁ ଠିକଠାକ ଉଠିପାରୁନି ଚାଷୀର ଧାନ । ଏବେ ଅଦିନିଆ ବର୍ଷା ଯୋଗୁଁ, ବାହାରେ ପଡିରହିଥିବା ବସ୍ତା ବସ୍ତା ଧାନ ଭିଜିବାରେ ଲାଗିଛି । ପଲିଥିନ ଢାଙ୍କି ଚାଷୀ ଧାନକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରି ବିଫଳ ହେଉଛି ।

କଳିକେଶଙ୍କ ଅଭିଯୋଗ କେଭି କାଟିଲେ
Mandi Politics In Balangir: ଧାନ ମଣ୍ଡିରେ ରାଜା....ଜମୁଛି ପ୍ୟାକ୍ସ ପଲିଟିକ୍ସ...

ଧାନ କିଣାବିକାକୁ ନେଇ କିଛି ପ୍ୟାକ୍ସ ସଭାପତି ଓ ନିଜ ସମର୍ଥକଙ୍କ ଉପସ୍ଥିତିରେ, ଅତିରିକ୍ତ ଜିଲ୍ଳାପାଳ ଓ ଯୋଗାଣ ଅଧିକାରୀଙ୍କୁ ତାଗିଦ କରିଥିଲେ କଳିକେଶ । ଫଟା ଅଖାବସ୍ତା ଦେଖାଇ, ବ୍ୟବସ୍ଥାକୁ ନେଇ ଚାଷୀଙ୍କ ଅବସ୍ଥା ବଖାଣିଥିଲେ କଳିକେଶ । ଅଖାବସ୍ତାରେ ଧାନ ଲିଫ୍ଟିଂର ସରକାରୀ ନିୟମ ଥିଲେ ବି, ଜରି ବସ୍ତାରେ ଧାନ ଉଠାଇବା ପାଇଁ ସଂପୃକ୍ତ ମିଲର୍ସ ମାନଙ୍କୁ ବୈଠକରୁ ଯୋଗାଣ ଅଧିକାରୀଙ୍କ ଦ୍ବାରା ଫୋନ କରାଇଥିଲେ କଳିକେଶ ।

ମନ୍ତ୍ରୀ ଯିବା ପରେ ମଣ୍ଡି ଅବସ୍ଥା
Procurement Crisis In Odisha: ମନ୍ତ୍ରୀ ଯିବା ପରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ...ପୁଣି ଆରମ୍ଭ ମିଲର୍ସଙ୍କ ମନମାନୀ

ଗତ ନଭେମ୍ବର ୨୦ ତାରିଖ, ରାଜ୍ୟର ଭାତହାଣ୍ଡି ବରଗଡ ଜିଲ୍ଳା କଳାପାଣି ମଣ୍ଡିରେ ପହଞ୍ଚିଥିଲେ ଖୋଦ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସ୍ଥାନୀୟ ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ସହିତ ବାଜା ଗାଜା ସହିତ, ମଣ୍ଡି ପହଞ୍ଚିଥିଲେ ମନ୍ତ୍ରୀ । ନଡିଆ ଭାଙ୍ଗି ଆରମ୍ଭ କରିଥିଲେ ଧାନ କିଣାବିକାର କାରବାର । କିନ୍ତୁ ମନ୍ତ୍ରୀ ଗଲା ପରେ ସ୍ଥିତି ‘‘ ଯଥା ପୁର୍ବଂ ତଥା ପରଂ ’’ । ଆରମ୍ଭ ହେଲା ଧାନ କିଣାବିକାରେ ମିଲର୍ସଙ୍କ ମନମାନୀ ।

Paddy
ସଚିବ ବୁଲିବେ ଧାନ ମଣ୍ଡି: ବମ୍ପର ଅମଳ ପରେ ଏବେଠୁ ଚିନ୍ତାରେ ଚାଷୀ

ସଚିବ ବୁଲିବେ ଧାନ ମଣ୍ଡି। ସେଠାକାର ସ୍ଥିତି କଣ, ପ୍ରସ୍ତୁତି କେମିତି ରହିଛି, ଜିଲ୍ଲା ଗସ୍ତ ସମୟରେ ଅନୁଧ୍ୟାନ କରିବେ। କିନ୍ତୁ ଗ୍ରାଉଣ୍ଡ ରିଅଲିଟି ହେଲା, ମଣ୍ଡି ଖୋଲିବାରେ ବିଳମ୍ୱ ହେଉଥିବାରୁ ଚାଷୀର ଧାନ ଉପରେ ଏବେ ଅସାଧୁ ବ୍ୟବସାୟୀଙ୍କ ନଜର। କେଉଁଠି କେଉଁଠି କଳାବଜାରି ବି ଆରମ୍ଭ ହୋଇଗଲାଣି..