Advertisment

Power Struggle in BJD: ବିଜେଡିକୁ ସଞ୍ଜୀବନୀ ଦେବ କି ପ୍ରତିଷ୍ଠା ଦିବସ ? ଆୟୁ ସରି ଆସୁଛି କହି ଛିଗୁଲେଇଲା ବିଜେପି

ଆସନ୍ତା ୨୬ରେ ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ । ୫ ପାଳିର ଶାସନ । ୨୪ ବର୍ଷର କ୍ଷମତା । ଏବେ ଆଉ କିଛି ନାହିଁ । ସେଥିରେ ପୁଣି ନିର୍ବାଚନୀ ବିପର୍ଯ୍ୟୟ ପରଠୁ ଗୋଷ୍ଠୀ କନ୍ଦଳରୁ ଦଳର ଫାଳ ଫାଳ ସ୍ଥିତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ସଂଜୀବନୀ ଦେବ କି ପ୍ରତିଷ୍ଠା ଦିବସ ?

୨୪ ବିପର୍ଯ୍ୟୟ ପରେ ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଘର ସଜାଡ଼ିବା ପ୍ରୟାସରେ ବିଜେଡି। କନ୍ଦଳରେ ଜର୍ଜ୍ଜରିତ ଦଳକୁ ଏକ କରିବାକୁ ନବୀନଙ୍କ ଉଦ୍ୟମ। ଏଥର ନିର୍ବାଚନମଣ୍ଡଳୀ ୱାରି ପାଳନ ହେବ ପ୍ରତିଷ୍ଠା ଦିବସ। ତେବେ ଗୋଷ୍ଠୀକନ୍ଦଳ ଓ ଆୟୁଷ କଥା ଉଠାଇ ବିଜେପି, ବିଜେଡିକୁ ଛିଗୁଲାଇଇଥିଲା ବେଳେ ରାଜନୈତିକ ସମୀକ୍ଷକଙ୍କ ମତ ଦଳକୁ ଏକ କରି ରଖିବା ନବୀନଙ୍କ ପାଇଁ କାଠିକର ପାଠ ।

Advertisment

ଆସନ୍ତା ୨୬ରେ ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ । ୫ ପାଳିର ଶାସନ । ୨୪ ବର୍ଷର କ୍ଷମତା । ଏବେ ଆଉ କିଛି ନାହିଁ । ସେଥିରେ ପୁଣି ନିର୍ବାଚନୀ ବିପର୍ଯ୍ୟୟ ପରଠୁ ଗୋଷ୍ଠୀ କନ୍ଦଳରୁ ଦଳର ଫାଳ ଫାଳ ସ୍ଥିତି । ସମାନ୍ତରାଳ ସଂଗଠନ ସାଙ୍ଗକୁ ଦଳ ଭିତରେ ବିବାଦ ଅନେକ । ନେତା ନେତାଙ୍କ ଭିତରେ ପଡୁନି । ଯେଉଁଥିପାଇଁ ଖୋଦ୍ ଦଳପତି ନବୀନ ନଭେମ୍ବରରେ ହେବାକୁ ଥିବା ଜିଲ୍ଲାଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି । କିନ୍ତୁ ଆଶା ରଖିଛନ୍ତି ୨୮ତମ ପ୍ରତିଷ୍ଠା ଦିବସକୁ ପ୍ରଭାବୀ ଢଙ୍ଗରେ ପାଳନ କରି ଟିମ୍‌ ଭିତରେ ଜୋସ୍ ଭରିବେ । ସେଇଥିପାଇଁ ଏଥର ପ୍ରତି ନିର୍ବାଚନ ମଣ୍ଡଳୀରେ ପାଳନ ହେବ ପ୍ରତିଷ୍ଠା ଦିବସ । ନିଜେ ନବୀନ ଭୁବନେଶ୍ବର ସଂଲଗ୍ନ ଜିଲ୍ଲାମାନଙ୍କୁ ନେଇ ଶଙ୍ଖଭବନରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ ନେତା ଓ କର୍ମୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ବିଜେଡି ସରକାର ସମୟର ସଫଳ କାର୍ଯ୍ୟକ୍ରମ ଓ ଏବର ବିଜେପି ସରକାରଙ୍କ ବିଫଳତା କଥା ବଖାଣି ଲୋକଙ୍କ ସାମ୍ନାରେ ତୁଳନାତ୍ମକ ଚିତ୍ର ଥୋଇବାକୁ ଯୋଜନା କରିଥିବା କହିଛନ୍ତି ବିଜେଡି ନେତା। ହେଲେ ବିଜେପି କହିଛି, ବିଜେଡି ଯେତେ ପ୍ରତିଷ୍ଠା ଦିବସ ପାଳନ କଲେ ବି ଦଳ ଆଉ ଏକଜୁଟ ହୋଇପାରିବନି। ଆୟୂ ସରି ସରି ଆସୁଛି ।

ଅଧିକ ପଢ଼ନ୍ତୁ: ରୁବେନଙ୍କ 'ପାଣ୍ଡିଆନ୍ ପଜଲ'କୁ ନେଇ ତାତିଲେ ବିଜେଡି, ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ଦଳ

Advertisment

୨୪ ନିର୍ବାଚନରେ ପାଣ୍ଡିଆନ ଥିଓରୀ ପାଇଁ ଦଳ ହାମୁଡେଇ ପଡିଲା । ପୂର୍ବ ତ୍ରୁଟିକୁ ସୁଧାରି କର୍ମୀଙ୍କୁ ନୂଆ ବାର୍ତ୍ତା ଦେବାକୁ ନବୀନ ଏବେ ନିଜେ ବାହାରକୁ ବାହାରିଲେଣି । ପଞ୍ଚାୟତ ପ୍ରତିନିଧି ହାତରୁ ଖସୁଥିବା ଦେଖି ସେମାନଙ୍କୁ ବି ନିରନ୍ତର ଭେଟି ଆଲୋଚନା କରୁଛନ୍ତି । ହେଲେ ଏତେସବୁ ପରେ ବି ନବୀନ ଏଯାଏଁ ରାଜ୍ୟ କମିଟି ଗଠନ କରିବାରେ ସକ୍ଷମ ହୋଇନାହାନ୍ତି । ସଭ୍ୟ ସଂଗ୍ରହ ଅଭିଯାନ ଓ ଜନସମ୍ପର୍କ ପଦଯାତ୍ରାକୁ ବି ଆଖିଦୃଶିଆ ସଫଳତା ମିଳିନି । ଦେଖିବାକୁ ଗଲେ ଦଳୀୟ ସଂଗଠନ ଯେମିତି ବିକ୍ଷିପ୍ତ ଅବସ୍ଥାରେ । ତେଣୁ ରାଜନୈତିକ ବିଶେଷଜ୍ଞଙ୍କ ମତ ଦଳକୁ ପୁଣି ଏକଜୁଟ୍ କରି ପୂର୍ବ ସ୍ଥିତିକୁ ଫେରାଇ ଆଣିବା ବେଶ୍ କାଠିକର ପାଠ ।

ଜନସମ୍ପର୍କ ଯାତ୍ରାଠୁ ଆରମ୍ଭ କରି ସଭ୍ୟ ସଂଗ୍ରହ ଅଭିଯାନ ଯାଏଁ ସବୁଠି ବିଜେଡି ଭିତରେ ଜଳ ଜଳ ଗୋଷ୍ଠୀ କନ୍ଦଳ । ଏଭଳି ସ୍ଥିତିରେ ନୂଆବର୍ଷରୁ ବିଜେପି ସରକାର ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଜୋରଦାର କରିବାକୁ ଅଣ୍ଟା ଭିଡ଼ିଛି । ଜାନୁଆରୀ ୬ ତାରିଖରେ ଦରଦାମକୁ ନେଇ ରାଜ୍ୟାବ୍ୟାପୀ ରାସ୍ତାକୁ ଓହ୍ଲାଇବାକୁ ଘୋଷଣା କରିଛି। ତେଣୁ ଏଥିପାଇଁ ବିକ୍ଷିପ୍ତ ଅବସ୍ଥାରେ ଥିବା ସଂଗଠନକୁ ୨୮ତମ ପ୍ରତିଷ୍ଠା ଦିବସ ବିଜେଡିକୁ କେତେ ବଳ ଦେଉଛି ଏବେ ତା ଉପରେ ନଜର ।

ଅଧିକ ପଢ଼ନ୍ତୁ: ୨୪ ନିର୍ବାଚନରେ ଗଫଲତି!! ବିଜେଡି କହିଲା, ଭୋଟ୍-ଗଣତି ଭୋଟରେ ଅଛି ତାରତମ୍ୟ

Bhubaneswar Naveen Patnaik BJD BJP
Advertisment
Advertisment