Advertisment

Governor Of Odisha: ବଦଳିଲେ ରାଜ୍ୟପାଳ; ଓଡ଼ିଶାର ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତି ନିଯୁକ୍ତ

ଓଡ଼ିଶାର ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି। ମିଜୋରାମ ରାଜ୍ୟପାଳ ଥିଲେ ହରିବାବୁ କମଭମପତି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Governor of Odisha

Governor of Odisha

ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ନୂଆ ରାଜ୍ୟପାଳ ଭାବେ ମିଜୋରାମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି। ୨୦୨୧ରୁ ସେ ଥିଲେ ମିଜୋରାମ୍ ରାଜ୍ୟପାଳ। ରଘୁବର ଦାସଙ୍କ ଇସ୍ତଫା ପରେ ତାଙ୍କୁ ନିଯୁକ୍ତି ମିଳିଛି। ରଘୁବର ଦାସଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି। 

Advertisment

ଆନ୍ଧ୍ରପ୍ରଦେଶ ବାସିନ୍ଦା ହରିବାବୁ କମ୍ଭମପତି ଦକ୍ଷିଣ ରାଜ୍ୟରେ ଜଣେ ଟାଣୁଆ ରାଜନେତା। ୨୦୧୪ରେ ବିଶାଖାପାଟଣା ଲୋକସଭାରୁ ସାଂସଦ ଥିଲେ। ବିଜେପି ଟିକେଟରେ ୧୬ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୯ରେ ବିଶାଖାପାଟଣା-୧ରୁ ଆସନରୁ ବିଧାୟକ ଥିଲେ ହରିବାବୁ କମ୍ଭମପତି। ୨୦୧୪-୨୦୧୮ ଯାଏଁ ଥିଲେ ଆନ୍ଧ୍ରପ୍ରଦେଶ ବିଜେପିର ରାଜ୍ୟ ସଭାପତି।  

ଅଧିକ ପଢ଼ନ୍ତୁ: ଶଙ୍ଖକୁ ବାଏ ବାଏ !! ପଦ୍ମ ଧରିବେ ବିଜେଡି କର୍ପୋରେଟର ଅମରେଶ !!

ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ୧୯୫୩ ମସିହାରେ ଜନ୍ମଗ୍ରହଣ କରିଥିଲେ। ଆନ୍ଧ୍ର ବିଶ୍ବବିଦ୍ୟାଳୟରୁ ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନରେ ବି-ଟେକ୍ ଡିଗ୍ରୀ ସହ ପିଏଚଡି ହାସଲ କରିଥିଲେ ହରିବାବୁ କମ୍ଭମପତି। ୨୪ ବର୍ଷ ଆନ୍ଧ୍ର ବିଶ୍ବବିଦ୍ୟାଳୟ ଇଞ୍ଜିନିୟରିଂ କଲେଜରେ ସହକାରୀ ପ୍ରଫେସର ଭାବରେ କାମ କରିଥିଲେ। ଛାତ୍ର ନେତା ଭାବରେ ୧୯୭୨ରେ ଜୟ ଆନ୍ଧ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ। ଜରୁରିକାଳୀନ ସ୍ଥିତି ବେଳେ ଗିରଫ ହୋଇ ୬ ମାସ ଯାଇଥିଲେ ଜେଲ୍। 

Advertisment

୧୯୭୭ରେ ଆନ୍ଧ୍ରପ୍ରଦେଶରେ ଜନତା ଦଳର କାର୍ଯ୍ୟକାରୀ ସଦସ୍ୟ ଥିଲେ। ୧୯୭୮ରେ ଜନତା ଦଳର ଆନ୍ଧ୍ରପ୍ରଦେଶ ଯୁବ ମୋର୍ଚ୍ଚା ଉପସଭାପତି ଥିଲେ ହରିବାବୁ କମ୍ଭମପତି। ୧୯୯୩ରୁ ୨୦୦୩ ଯାଏ ସେ ଥିଲେ ଆନ୍ଧ୍ରପ୍ରଦେଶ ବିଜେପିର ସାଧାରଣ ସମ୍ପାଦକ। ୨୦୦୫ରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଥିଲେ ହରିବାବୁ କମ୍ଭମପତି। ୨୦୧୪ରୁ ୨୦୧୯ ଯାଏ ସାସଂଦ ଥିବା ବେଳେ ବିଭିନ୍ନ ସଂସଦୀୟ କମିଟିର ସେ ସଦସ୍ୟ ରହିଥିଲେ। 

ଅଧିକ ପଢ଼ନ୍ତୁ: ବିଜେଡିକୁ ସଞ୍ଜୀବନୀ ଦେବ କି ପ୍ରତିଷ୍ଠା ଦିବସ ? ଆୟୁ ସରି ଆସୁଛି କହି ଛିଗୁଲେଇଲା ବିଜେପି 

ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ । ରଘୁବରଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି। ୨୦୨୩ ଅକ୍ଟୋବର ୧୮ରେ ଓଡ଼ିଶା ରାଜ୍ୟପାଳ ଭାବେ ରଘୁବର ଦାସଙ୍କୁନିଯୁକ୍ତି ମିଳିଥିଲା। ୨୦୨୩ ଅକ୍ଟୋବର ୩୧ରେ ସେ ଦାୟିତ୍ବ ଗ୍ରହଣ କରିଥିଲେ। ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ରଘୁବର ଦାସ।

ଅନ୍ୟପଟେ ଆଉ ୪ ରାଜ୍ୟରେ ନିଯୁକ୍ତ ହେଲେ ନୂଆ ରାଜ୍ୟପାଳ। ମିଜୋରାମ ରାଜ୍ୟପାଳ ହେଲେ ଜେନେରାଲ୍ ଭି.କେ. ସିଂହ । ପୂର୍ବତନ ସେନାମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି.କେ. ସିଂହ। ସେହିପରି ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର କେରଳ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ବିହାର ରାଜ୍ୟପାଳ ହେଲେ ଆରିଫ୍ ମହମ୍ମଦ ଖାନ୍। ପୂର୍ବତନ ଗୃହ ସଚିବ ଅଜୟ ଭଲ୍ଲାଙ୍କୁ ମଣିପୁର ରାଜ୍ୟପାଳ ଭାବରେ ନିଯୁକ୍ତି ମିଳିଛି।

Governor Odisha Governor
Advertisment
Advertisment