• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ଜିନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ କସରତ । ଜିନ୍ନତକୁ ନେଇ ଚିନ୍ତାରେ ବନ ବିଭାଗ । ବାଘୁଣୀ ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଲିଆରେ । ଘଞ୍ଚ ଜଙ୍ଗଲ ଭିତରେ ରହୁଥିବାରୁ ସମ୍ଭବ ହେଉନି ଟ୍ରାଙ୍କୁଲାଇଜ୍ କରିବା । ୩-୪ ଥର ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରାଯାଇଛି ।

ତେବେ ସ୍ପଷ୍ଟ ଚିତ୍ର ମିଳି ପାରୁ ନ ଥିବାରୁ ଇଞ୍ଜେକସନ୍ ଠିକ୍ ଜାଗାରେ ଲାଗିନି । ଜିନ୍ନତ୍‌ ଶିକାର କରୁଛି, ସୁସ୍ଥ ମଧ୍ୟ ଅଛି । ସାଟେଲାଇଟ ରେଡ଼ିଓ କଲାର ଜରିଆରେ ତା’ପରେ ତୀକ୍ଷଣ ନଜର ରଖାଯାଇଛି । ଜିନ୍ନତକୁ ଟ୍ରାକ କରିବା ପାଇଁ ଲାଗିଛନ୍ତି ଦୁଇ ରାଜ୍ୟର ୩ଟି ଟିମ୍ । ଓଡ଼ିଶାର ଗୋଟିଏ ଟିମ, ସୁନ୍ଦରବନ ଟିମ ସମେତ ପଶ୍ଚିମବଙ୍ଗର ଦୁଇଟି ଟିମ ଜିନ୍ନତ୍‌କୁ ଟ୍ରାକ୍ କରିବାରେ ଲାଗିଛନ୍ତି ।

ଯଦିଓ ଏବେ ଟ୍ରାଙ୍କୁଲାଇଜ ପାଇଁ ହାତୀର ସହାୟତା ନିଆଯାଇନି, ଆବଶ୍ୟକ ପଡ଼ିଲେ ସେ ବିକଳ୍ପ ବି ଆପଣାଯିବ । ଖୁବଶୀଘ୍ର ଶିମିଳିପାଳ ଅଭୟାରଣ୍ୟ ଫେରାଇ ଆଣିବାକୁ ସବୁ ପ୍ରକାର ଚେଷ୍ଟା କରାଯିବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ । ସୂଚନା ଅନୁସାରେ ବାଘୁଣୀ ଜିନ୍ନତକୁ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟ ଅଣାଯାଇଥିଲା ।

ଅଧିକ ପଢ଼ନ୍ତୁ: ଉଡ଼ାଣର କିଛି ସମୟ ପରେ କ୍ରାସ୍‌ ହୋଇଗଲା ବିମାନ, ଗୋଟିଏ ପରିବାରର ୧୦ ମୃତ

ଶିମିଳିପାଳର ଏନକ୍ଲୋଜରରୁ କୋର ଏରିଆ ଭିତରେ ଛାଡି ଦିଆଯାଇଥିବା ବେଳେ ଗତ ୧୦ ଡିସେମ୍ବରରେ ଜିନ୍ନତ ଶିମିଳିପାଳ ଛାଡି ଝାଡ଼ଖଣ୍ଡ ପଳାଇଥିଲା । ଜିନ୍ନତ ଶରୀରରେ ଲାଗିଥିବା ଜିପିଏସକୁ ଟ୍ରାକିଂ କରି ସ୍ୱତନ୍ତ୍ର ଟିମ୍ ଏବେ ତା’ ଗତିବିଧି ସଂପର୍କରେ ଅନୁଧ୍ୟାନ ଚଳାଇଛି ।

ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତରେ, ଶିମିଳିପାଳରେ ପୂର୍ବରୁ ଅନେକ ମହାବଳ ଅଛନ୍ତି । ଖାଦ୍ୟର ବି ଅଭାବ ନାହିଁ । କିନ୍ତୁ ହୁଏତ, ମହାରାଷ୍ଟ୍ରରୁ ଏ ଦୁଇ ବାଘୁଣୀ ଆସିବା ପରେ ଇଲାକାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଲଢ଼େଇ ହୋଇଥାଇପାରେ । ଅଥବା ନିଜସ୍ୱ ଟେରିଟୋରି ତିଆରି ପାଇଁ ସେମାନେ ଶିମିଳିପାଳ ଛାଡ଼ି ଥାଇପାରନ୍ତି ।

ଯଦି ଏଭଳି ହୋଇଥାଏ, ସେମାନଙ୍କର ଶିମିଳିପାଳ ଫେରିବାର ସମ୍ଭାବନା ଯଥେଷ୍ଟ ରହିଛି । ଅନ୍ୟପଟେ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଜଙ୍ଗଲରୁ ଜଙ୍ଗଲ ବୁଲିବା ମହାବଳଙ୍କ ପାଇଁ ଏକ ସ୍ୱାଭାବିକ ପ୍ରକ୍ରିୟା । ଯମୁନା ଓଡ଼ିଶା ସୀମା ଭିତରେ ରହିଛି । ଜିନ୍ନତ ବି ଧୀରେ ଧୀରେ ଶିମିଳିପାଳ ମୁହାଁ ହେଲାଣି ।

ଇନ୍ ବ୍ରିଡିଂ ରୋକିବା ସହ ମହାବଳ ବଂଶ ବିସ୍ତାର ଲାଗି ମହାରାଷ୍ଟ୍ର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ପ୍ରଥମେ ବାଘୁଣୀ ଯମୁନା ଓ ପରେ ପରେ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା । ପ୍ରଥମେ ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡ ଚାଲିଯାଇଥିଲା, ଆଉ ଏବେ ଯମୁନା ବି ଶିମିଳିପାଳ ଛାଡ଼ି କୁଲଡିହା ଅଭୟାରଣ୍ୟରେ । ହେଲେ ଦୁଇ ବାଘୁଣୀ ଶିମିଳିପାଳ ଛାଡ଼ିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ, କାହିଁକି ଶିମିଳିପାଳରୁ ମୁହଁ ଫେରାଇ ନେଉଛନ୍ତି ?

ଅଧିକ ପଢ଼ନ୍ତୁ: ସଂଗୀନ ଅଭିଯୋଗ: ମାସିକ ୧୦୦୦ ଟଙ୍କା ଭତ୍ତା ନେଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି। !

OTV is now on Whatsapp

Join and get latest news update delivered to you via whatsapp

Join Now