Advertisment

Tigress Zeenat: ଲୁଚକାଳି ଖେଳୁଛି ଜିନ୍ନତ, ଓଡ଼ିଶାରୁ ଯାଇ ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି ମରାଠା ବାଘୁଣୀ

ଲୁଚକାଳି ଖେଳୁଛି ଜିନ୍ନତ୍। ଓଡ଼ିଶା ବନ ବିଭାଗକୁ ବଡ଼ ଝଟକା । ପଶ୍ଚିମବଙ୍ଗରେ ବି ଛନକା । ପ୍ରଥମେ ଝାଡ଼ଖଣ୍ଡ, ଆଉ ଏବେ ପଶ୍ଚିମବଙ୍ଗରେ ଘୁରି ବୁଲୁଛି ମରାଠା ବାଘୁଣୀ ଜିନତ୍।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ନାକେଦମ୍‌ କଲାଣି ବାଘୁଣୀ ଜିନତ୍

ନାକେଦମ୍ କଲାଣି ମରାଠା ବାଘୁଣୀ ଜିନତ୍ । କୋଲକାତାରେ ଛନକା, ଓଡ଼ିଶାକୁ ଘାରିଛି ଫେରାଇ ଆଣିବା ଚିନ୍ତା। ଏମିତିକି ଟ୍ରାଙ୍କୁଲାଇଜ ଚେଷ୍ଟା ବି ବାରମ୍ବାର ବିଫଳ ଗଲାଣି । ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଜିନ୍ନତ ଉପରେ ନଜର ରଖିଛନ୍ତି ଦୁଇ ରାଜ୍ୟର ଟିମ୍ । ସୁଯୋଗ ଦେଖି ଟ୍ରାଙ୍କୁଲାଇଜ କରି ତା’କୁ ଫେରାଇ ଅଣାଯିବ । ଏପଟେ ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି, ମରାଠା ବାଘୁଣୀର ସ୍ବଭାବ ଏବେ ଅସ୍ବଭାବିକ । ଯାଇନି ଟ୍ରାନ୍ସପୋର୍ଟେସନ ସକ୍, ଖୋଜୁଛି ତା’ ପୁରୁଣା ଜାଗା ।

Advertisment

ଲୁଚକାଳି ଖେଳୁଛି ଜିନ୍ନତ୍। ଓଡ଼ିଶା ବନ ବିଭାଗକୁ ବଡ଼ ଝଟକା । ପଶ୍ଚିମବଙ୍ଗରେ ବି ଛନକା । ପ୍ରଥମେ ଝାଡ଼ଖଣ୍ଡ, ଆଉ ଏବେ ପଶ୍ଚିମବଙ୍ଗରେ ଘୁରି ବୁଲୁଛି ମରାଠା ବାଘୁଣୀ ଜିନତ୍। ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲା ବନ୍ଦୱାନ ଜଙ୍ଗଲରେ ଜିନ୍ନତ୍ ଏବେ ବୁଲୁଛି । ତାକୁ କାବୁ କରିବା ଲାଗି ଚାଲିଛି ସବୁ ପ୍ରକାର ସଜବାଜ । ଟ୍ରାଙ୍କୁଲାଇଜ୍ କରିବାକୁ ଲକ୍ଷ୍ୟସ୍ଥଳୀକୁ ଆଣିବାକୁ ଗୋରୁ, ମଇଁଷି, ଛେଳି ଆଉ ଘୁଷୁରୀ ଥୋପ ବି ଦିଆଯାଇଛି । ଓଡ଼ିଶା ବନ ବିଭାଗର ଏକ ୧୫ ଜଣିଆ ଟିମ୍ ସହ ସୁନ୍ଦରବନ ବିଶେଷଜ୍ଞ ଟିମ୍ ଓ ପଶ୍ଚିମବଙ୍ଗର ଅନ୍ୟ ଏକ ଟିମ୍ ତା’ ଉପରେ ତୀକ୍ଷଣ ନଜର ରଖିଛନ୍ତି । ହେଲେ ଧରା ଦେଉନି ତରୁଣୀ ଚୁଲବୁଲି ଜିନ୍ନତ୍ । ସମସ୍ତଙ୍କୁ ବାମ୍ବାର ଚକମା ଦେଇଚାଲିଛି । ପଶ୍ଚିମବଙ୍ଗର ବନ ଅଧିକାରୀ କହିଛନ୍ତି, ଜିନ୍ନତ୍ ଗତକାଲିଠୁ ପୁରୁଲିଆ ବନ୍ଦୱାନ ଜଙ୍ଗଲର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହିଛି । ସେଠାରୁ ଓଡ଼ିଶା ଫେରାଇ ନେବାକୁ ସବୁ ରଣନୀତି ଆପଣା ଯାଉଛି ।

ଏଣେ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଜିନ୍ନତକୁ ଆହାର ଲୋଭ ଦେଖାଇ ଦେଇ ୩-୪ ଥର ଟ୍ରାଙ୍କୁଲାଇଜ ପାଇଁ ଚେଷ୍ଟା କରାଗଲାଣି । ବେଟ୍ ପାଇଁ ଦିଆଯାଇଥିବା ଶିକାରକୁ ସେ ମାରି ଖାଇ ଦେଉଛି। କିନ୍ତୁ ଘଞ୍ଚ ଜଙ୍ଗଲ ଭିତରେ ରହୁଥିବାରୁ ସ୍ପଷ୍ଟ ଭାବେ ଦେଖିହେଉନି। ଫଳରେ ଟ୍ରାଙ୍କୁଲାଇଜ୍ ଇଞ୍ଜେକସନ ବାଘୁଣୀ ଶରୀରରେ ବାଜୁନି। ଆବଶ୍ୟକ ପଡ଼ିଲେ ଏଥିପାଇଁ ହାତୀର ସହାୟତା ନିଆଯିବ ।

Advertisment

ଅଧିକ ପଢ଼ନ୍ତୁ: ରୁବେନଙ୍କ 'ପାଣ୍ଡିଆନ୍ ପଜଲ'କୁ ନେଇ ତାତିଲେ ବିଜେଡି, ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ଦଳ

ଶିମିଳିପାଳରେ ଜିନ୍ନତ ଅସଂଗତି ଦୂର କରି ମହାବଳ ବଂଶ ବିସ୍ତାର ପାଇଁ ନଭେମ୍ବର ୧୪ରେ ମହାରାଷ୍ଟ୍ର ତଡ଼ବା-ଅନ୍ଧେରୀ ଅଭୟାରଣ୍ୟରୁ ଶିମିଳିପାଳ ଆସିଥିଲା ଜିନ୍ନତ୍ । ୧୦ ଦିନ ପରେ ଏହାକୁ ଶିମିଳିପାଳର ଚହଳା କୋର ଏରିଆରେ ଛଡ଼ାଯାଇଥିଲା । କିନ୍ତୁ ସେଠାରୁ ବାହାରି ପ୍ରଥଣେ ଝାଡ଼ଖଣ୍ଡର ଚାଇବାସା ଦେଇ ଚାକୁଳିଆ ରେଞ୍ଜର ରାଜାବାସାରେ ପହଞ୍ଚିଥିଲା । ସେଠି ୧୦ ଦିନ ଘୁରି ବୁଲିବା ପରେ ଡିସେମ୍ବର ୨୦ରେ ଏହା ପଶ୍ଚିମବଙ୍ଗ ମୁହାଁ ହୋଇଥିଲା । ପ୍ରଥମେ ଝାରଗ୍ରାମର ବେଲପାହାଡ଼ି ଜଙ୍ଗଲରେ ଦିନେ କାଟିବା ପରେ ଗତକାଲି ପୁରୁଲିଆ ଜିଲ୍ଲାର ବାନ୍ଦୱାନରେ ଡେରା ବାନ୍ଧିଛି ।

ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା, ହୁଏତ ମହାରାଷ୍ଟ୍ରରୁ ଟ୍ରାଙ୍କୁଲାଇଜ୍ କରି ଅଣାଯିବା ପରେ ଏଯାଏଁ ତା’ର ଟ୍ରାନ୍ସପୋର୍ଟେସନ ସକ୍ ଯାଇନି । ଏମିତି ବି ହୋଇପାରେ ଶିମିଳିପାଳ ଅଭୟାରଣ୍ୟକୁ ସେ ଗ୍ରହଣ କରିପାରୁନି । ଏଣୁ ସବୁ ଭୌଗଳିକ ସୀମା ରେଖା ଡେଇଁ ସେ ଘୁରି ବୁଲୁଛି। ବର୍ତ୍ତମାନ ସମୟରେ ଟ୍ରାଙ୍କୁଲାଇଜ ଛଡ଼ା ଅନ୍ୟ କୌଣସି ଉପାୟରେ ଜିନତ୍ ଶିମିଳିପାଳ ଫେରିବା ସମ୍ଭାବନା କ୍ଷୀଣ। ପଶ୍ଚିମବଙ୍ଗ ଘଞ୍ଚ ଜଙ୍ଗଲରେ ଥିବା ଜିନତକୁ ଟ୍ରାଙ୍କୁଲାଇଜ କରିବାକୁ ଏବେ ଉତ୍ତମ ସୁଯୋଗ ଅପେକ୍ଷାରେ ଓଡ଼ିଶା ଓ ପଶ୍ଚିମବଙ୍ଗର ବନ ବିଭାଗ। ଏମିତି ସ୍ଥିତିରେ ସମସ୍ତଙ୍କ ମନରେ ଦ୍ବନ୍ଦ୍ବ, ଶିମିଳିପାଳ ଛାଡ଼ିଥିବା ଜିନତର ସତରେ ହେବ ତ’ ଘରବାହୁଡ଼ା ?

ଅଧିକ ପଢ଼ନ୍ତୁ: ହୁ ହୁ ହୋଇ ଜଳୁଛି ଇଲେକ୍ଟ୍ରୋନିକ୍ସ ଗୋଦାମ, ନିଆଁ ଲିଭାଉଛି ରୋବଟ୍‌

Odisha PCCF Tigers
Advertisment
Advertisment