ରେଜଲ୍ଟର ୬ ମାସ ପରେ ୨୪' ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା ବିଜେଡି । ଅଭିଯୋଗ ଆଣି ନିର୍ବାଚନ କମିଶନ୍ଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି ପ୍ରତିନିଧି ମଣ୍ଡଳୀ । ପରେ ପ୍ରେସମିଟ୍ କରି ଦଳ ଅଭିଯୋଗ କରିଛି ଯେ, ଉଭୟ ଲୋକସଭା ଏବଂ ବିଧାନସଭା ଭୋଟରେ ତାଳମେଳ ରହୁନାହିଁ ।
ତା’ସହ ବୁଥ୍ ଗଣତି ଏବଂ କମିଶନଙ୍କ ଗଣତିରେ ପାର୍ଥକ୍ୟ ରହୁଛି । ରାଜ୍ୟର ଗୋଟିଏ ଲୋକସଭା କ୍ଷେତ୍ର ଏବଂ ତା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟରେ ରହୁଛି ପାର୍ଥକ୍ୟ । ୧୦ଟି ବିଧାନସଭା କ୍ଷେତ୍ରରେ ୨୦ରୁ ୨୫ ପ୍ରତିଶତ ଏବଂ ୫୦ଟି ବିଧାନସଭା କ୍ଷେତ୍ରରେ ୧୫ରୁ ୩୦ ପ୍ରତିଶତ ଯାଏଁ ପାର୍ଥକ୍ୟ ରହିଛି ।
Also Read
ଅଧିକ ପଢ଼ନ୍ତୁ:କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା.. ଏଥର ଫେଲ୍ ହେଲେ ଫେଲ୍
ଭୋଟ୍ ଦିନ ସନ୍ଧ୍ୟା ୫ଟା, ରାତି ୧୧ଟା ୪୫, ଗଣତି ବେଳର ତଥ୍ୟ ଭିନ୍ନ ଦର୍ଶାଉଛି ବୋଲି ବିଜେଡି ଅଭିଯୋଗ କରିଛି । ଏ ସଂପର୍କରେ CEOଙ୍କୁ ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେବା ଲାଗି ନିବେଦନ କରିଛି ବିଜେଡି । ଦିଲ୍ଲୀରେ ECIଙ୍କୁ ଭେଟିବା ପରେ ବିଜେଡି ସଂସଦୀୟ ଦଳ ପ୍ରେସମିଟ୍ କରି ଏହା କହିଛି ।
ସେପଟେ ବିଜେଡିକୁ ନିଶାନା କରିଛି ବିଜେପି । ଦଳ କହିଛି, ଲୋକଲୋଚନରେ ରହିବାକୁ ବିଜେଡି ଏଭଳି ପ୍ରଳାପ କରୁଛି । ଫଳାଫଳ ଘୋଷଣାର ୬ ମାସ ପରେ ବିଜେଡିକୁ ମନେପଡ଼ିଲା, ତାଙ୍କ ହାତରେ ଆଉ ପାୱାର ନାହିଁ । ଯଦି ବିଜେଡି ପାଖରେ ଏଭଳି ତଥ୍ୟ ଅଛି, ତେବେ କୋର୍ଟକୁ ଯାଉ ବୋଲି କହିଛି ବିଜେପି ।