/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703396363.jpg)
Drone Attack
ଆରବ ସାଗରରେ ଭାରତ ଆସୁଥିବା ତୈଳ ବୋଝେଇ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ଘଟଣାରେ ଆମେରିକାର ଚାଞ୍ଚଲ୍ୟକର ତଥ୍ୟ । ଇରାନରୁ ଏହି ଡ୍ରୋନ୍ ଆକ୍ରମଣ କରାଯାଇଥିବା ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ପକ୍ଷରୁ କୁହାଯାଇଛି । ଅଶୋଧିତ ତୈଳ ବୋଝେଇ କରି ସାଉଦି ଆରବରୁ କର୍ଣ୍ଣାଟକ ମାଙ୍ଗାଳୁରୁକୁ ଆସୁଥିବା ଜାହାଜ ଉପରେ ଗତକାଲି ଡ୍ରୋନ୍ ଆକ୍ରମଣ ହୋଇଥିଲା ।
ଆକାଶମାର୍ଗରୁ ଡ୍ରୋନ୍ ଆକ୍ରମଣରେ ଜାହାଜଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଆକ୍ରମଣ ପରେ ଜାହାଜରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚଳାଚଳରେ ବାଧା ଉପୁଜିଛି । ଜାହାଜରେ ୨୧ ଭାରତୀୟ କ୍ରୁ ଥିଲେ। ତେବେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ଘଟଣାସ୍ଥଳରେ ଭାରତୀୟ ନୌସେନା ପହଞ୍ଚି ଜାହାଜକୁ ସୁରକ୍ଷା ଦେଉଛି ।
ସୂଚନା ଅନୁସାରେ ଆକ୍ରମଣରେ ଜାହାଜଟିରେ ଆଂଶିକ ଭାବେ ନିଆଁ ଲାଗିଯାଇଥିଲା । ହେଲେ ପରେ ଏହାକୁ ଆୟତ୍ତ କରାଯାଇଛି । ଡ୍ରୋନ ଆକ୍ରମଣରେ କ୍ଷତିଗ୍ରସ୍ତ ଜାହାଜ ହେଉଛି ଏମଭି ଚେମ୍ ପ୍ଲଟୋ । ଆରବ ସାଗରରେ ଘଟିଛି ଏହି ଘଟଣା । ଏଭଳି ଘଟଣା ପରେ ଜାହାଜର ସୁରକ୍ଷା ପାଇଁ ଆଗକୁ ପାଦ ବଢାଇଛି ଭାରତୀୟ ନୌସେନା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)