Advertisment

କାଶ୍ମୀର ବାରମୁଲାରେ ଟାର୍ଗେଟ୍ କିଲିଂ, ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ହତ୍ୟା କଲେ ଆତଙ୍କୀ

ମସଜିଦରେ ନମାଜ ପଢୁଥିବା ବେଳେ ସଫିଙ୍କୁ ହତ୍ୟା କରାଯାଇଛି। ଏହା ପୂର୍ବରୁ ମଧ୍ୟ ଗତ ମେ ମାସରେ କାଶ୍ମୀରରେ ଟାର୍ଗେଟ୍ କିଲିଂ ଘଟଣା ସାମ୍ନାକୁ ଆସିଥିଲା। ସେତେବେଳେ ଜଣେ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରିଥିଲେ ଆତଙ୍କବାଦୀ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Target Killing In kashmir

Target Killing In kashmir

କାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂ। ଜାମ୍ମୁ ଓ କାଶ୍ମୀର ବାରମୁଲାରେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ହତ୍ୟା କରାଯାଇଛି। ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ରିଟାୟର୍ଡ ପୋଲିସ ଅଫିସର ମହମ୍ମଦ ସଫି। ଘଟଣା ସାମ୍ନାକୁ ଆସିବା ପରେ ଆତଙ୍କୀଙ୍କୁ ଧରିବା ଲାଗି ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ପୋଲିସ ଓ ସେନା ପହଞ୍ଚି ପୁରା ଅଞ୍ଚଳକୁ ଘେରି ରହିଛନ୍ତି।

Advertisment

କୁହାଯାଉଛି ମସଜିଦରେ ନମାଜ ପଢୁଥିବା ବେଳେ ସଫିଙ୍କୁ ହତ୍ୟା କରାଯାଇଛି। ଏହା ପୂର୍ବରୁ ମଧ୍ୟ ଗତ ମେ ମାସରେ କାଶ୍ମୀରରେ ଟାର୍ଗେଟ୍ କିଲିଂ ଘଟଣା ସାମ୍ନାକୁ ଆସିଥିଲା। ସେତେବେଳେ ଜଣେ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରିଥିଲେ ଆତଙ୍କବାଦୀ। 

India Terror Activities Jammu Kashmir Target Killing
Advertisment
Advertisment