/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703351637.jpg)
BJP Meeting
ବିଜେପିର ମିଶନ୍ ୨୪ ରଣନୀତି । ଦିଲ୍ଲୀରେ ଅନୁଷ୍ଠିତ ୨ ଦିନିଆ ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଓଡ଼ିଶା ସମେତ ସବୁ ରାଜ୍ୟ ମୁଖିଆଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ହୋଇଥିବା ଏହି ବୈଠକର ଆଜି ଦ୍ୱିତୀୟ ଦିନରେ, ୨୦୨୪ ଲୋକସଭା ନିର୍ବାଚନର ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି ।
Advertisment
ଏଥିରେ ସମସ୍ତ ରାଜ୍ୟର ଦଳୀୟ ସଭାପତି, ପ୍ରଭାରୀ, ସହ ପ୍ରଭାରୀ, ରାଜ୍ୟ ସଂଗଠନ ମନ୍ତ୍ରୀ ଏବଂ ସମସ୍ତ ସାମ୍ମୁଖ୍ୟର ଅଧ୍ୟକ୍ଷ ମାନେ ଯୋଗଦେଇଥିଲେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ବୈଠକରେ ଯୋଗ ଦେଇଥିଲେ । ବୈଠକ ଶେଷରେ ମନମୋହନ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଯେ, ୨୪ ରେ ଓଡ଼ିଶାରେ ନିଶ୍ଚୟ ବିଜେପି ଗଢ଼ିବ ସରକାର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)