ଏହି କାରନାମା ପଛରେ କେଉଁ ସଂଗଠନର ହାତ ରହିଛି ? ସେନେଇ କୌଣସି ସଠିକ୍ ସୂଚନା ନାହିଁ ।
ଥରେ ଭାବନ୍ତୁ ତ ଆପଣଙ୍କ ଝିଅ ବାହାରକୁ ବୁଲିବାକୁ ଯାଇ ସେଠାରୁ କଲ୍ କରେ ଆଉ କୁହେ ତା’ ଜୀବନ ବିପଦରେ ଅଛି, ତେବେ ଆପଣଙ୍କ ଅବସ୍ଥା କ’ଣ ହେବ? ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ବାସ୍ତବତା ଜାଣିଲେ ଆପଣ ବି ଚିନ୍ତାରେ ପଡିଯିବେ।
ଅଡୁଆରେ ବିଜେଡିର ଆଉ ଜଣେ ମନ୍ତ୍ରୀ । ବିବାଦ ଘେରରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ବିଜେଡିର ହିଁ ଜଣେ ମହିଳା ନେତ୍ରୀ । ଗୁରୁବାର ସମୟ ଦିନ ୧୧ଟା, ଭୁବନେଶ୍ୱର ମହିଳା ଥାନାରେ ପହଞ୍ଚିଥିଲେ ବିଜେଡି ମହିଳା ନେତ୍ରୀ ସଂଯୁକ୍ତା ମହଲ । ପରେ ଅପରାହ୍ନ ୪ଟାରେ ସଂଯୁକ୍ତାଙ୍କୁ ଧରି କ୍ୟାପିଟାଲ ହସ୍ପିଟାଲ ଯାଇଥିଲା ମହିଲା ଥାନାର ଏକ ଟିମ। ସେଠାରେ ପ୍ରାୟ ସାଢେ ଚାରି ଘଣ୍ଟା ରହିବା ପରେ ସଂଧ୍ୟା ସାଢେ ୮ଟାରେ ପୁଣି ଥାନାକୁ ସଂଯୁକ୍ତାଙ୍କୁ ଆଣିଥିଲା ପୋଲିସ।
ଭୁବନେଶ୍ବର ଷ୍ଟେସନରୁ ଜବତ ହୋଇଥିଲା ଏହି ବିସ୍ଫୋରକ
ବାଡ଼ିରୁ ଆମ୍ବ ଖାଇଲେ ବୋଲି ନିସ୍ତୁକ ପିଟିଲେ। ଏଥିରେ ଆହତ ହୋଇ ୫ ଛୋଟ ପିଲା ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି।
‘ସୁପର ଚୋର’ ବଣ୍ଟି ଓରଫ ଦେବେନ୍ଦ୍ର ସିଂକୁ ଦିଲ୍ଲୀ ପୋଲିସ୍ ଗିରଫ କରିଛି। ପୋଲିସ୍ ବଣ୍ଟିକୁ ୫୦୦ କି.ମି. କାନପୁର ପର୍ଯ୍ୟନ୍ତ ପିଛା କରି ଶେଷରେ ଗିରଫ କରିଛି।
ଭୟଙ୍କର ଦୁର୍ନୀତି ଚାଲିଛି ମନରେଗାରେ । ମଣିଷ ବଦଳରେ ମେସିନ୍ରେ କାମ କରୁଛନ୍ତି ଠିକାଦାର । ତାହା ପୁଣି ଅଧ ରାତିରେ...
ଜାରୱା ଜନଜାତିର ଅଧିକାଂଶ ଲୋକଙ୍କର ରଙ୍ଗ କଳା ହୋଇଥାଏ । ହେଲେଏହି ଜନଜାତିର ଜଣେ ମହିଳାଙ୍କ ଏକ ସୁନ୍ଦର ସନ୍ତାନ ରହିଛି ।
ନିର୍ଯାତନାର କାହାଣୀ ବଖାଣିଲେ ଦୁଇ ଛାତ୍ରୀ । ବିଦ୍ୟାର ମନ୍ଦିରରେ ଥିବା ଦାନବ ବିରୋଧରେ ଏବେ ଥାନାରେ ମାମଲା ରୁଜୁ ହୋଇଛି ।
ହୋମଗାର୍ଡ ନିଜେ ଜାଣିନାହାନ୍ତି ତାଙ୍କ ଆକାଉଣ୍ଟରେ ଏତେ ଟଙ୍କାର କାରବାର କେବେ ହେଲା ଓ କେମିତି ହେଲା ? କିଏ ଏଥିପାଇଁ ଦାୟୀ ? କାହା ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିଥିଲା ? ଏବିଷୟରେ ସେ କିଛି ଜାଣିନାହାନ୍ତି ।
ପୋଲିସ୍ ଏନ୍କାଉଣ୍ଟରରେ ଅତିକ ଅହମଦଙ୍କ ପୁଅ ଅସଦ ମୃତ
ଚୋରି ସନ୍ଦେହରେ ହତ୍ୟା । ଲୁହା ରଡ୍ରେ ଟ୍ରାନ୍ସପୋର୍ଟ ମ୍ୟାନେଜରକୁ ଗାଈଗୋରୁଙ୍କ ପରି ପିଟି ପିଟି ମାରିଦେଲେ । ବିଚଳିତ କଲାଭଳି ଫଟୋ . .
୧୦ ବର୍ଷର ବିବାହ ପରେ ବଡ଼ ଖୁଲାସା । ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ।
ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ପଥରମାଡ଼ ଘଟଣାକୁ ନେଇ ସହରର ଅଧିକାଂଶ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି। ଏହାସହ ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।
ବାଇକରେ ୩ ଜଣ ଛେଳି ବେପାରୀ ଯାଉଥିବା ବେଳେ ଆକ୍ରମଣ କରିଥିଲେ ଲୁଟେରା । ବାଇକ ଅଟକାଇ ଗୁଳିମାଡ଼ କରି ୯ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ ।
ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ୧୪୪ ଧାରା ଜାରି ହୋଇଛି। ହନୁମାନ ଜୟନ୍ତୀ ପାଇଁ ଗତକାଲି ବାଇକ ରାଲି ବେଳେ ପଥର ମାଡ଼ ହୋଇଥିଲା।
ନକଲି ସାର୍ଟିଫିକେଟର ଅସଲି ସତ ସବୁ ଜାଣିଥିଲେ ସରକାର ! ଆଜି ନୁହେଁ ୨୦୧୯ ମସିହାରୁ ବ୍ୟବସ୍ଥା ପାଖେ ଖବର ଥିଲା, ତା ସତ୍ତ୍ୱେ କଟିବା ଅପେକ୍ଷା ରାଜ୍ୟ ବ୍ୟାପୀ ମଜଭୁତ ହୋଇ ଚାଲିଥିଲା ନକଲି ଚେର । ଓଟିଭି ହାତରେ ଲାଗିଛି ଶିକ୍ଷା ବିଭାଗର ତିନିଟି ଏକ୍ସକ୍ଲୁସିଭ୍ ଚିଠି । ଯାହା ପ୍ରମାଣ କରୁଛି ସରକାରଙ୍କ ପାଖରେ ପୂର୍ବରୁ ଥିଲା ସୂଚନା ।
୨୦୧୯ରୁ ଖବର ଥିଲା, କିନ୍ତୁ କାର୍ଯ୍ୟାନୁଷ୍ଠାନ ହୋଇନଥିଲା କାହିଁକି? ବଲାଙ୍ଗିର ମାମଲାରେ ଏଯାଏ ଜଣକୁ ବି ଗିରଫ କରିନି କ୍ରାଇମବ୍ରାଞ୍ଚ ।
ଭଦ୍ରକ ବାସୁଦେବପୁର ବ୍ଲକ ନାୟକାଣୀଡିହି ଗ୍ରାମ ପଞ୍ଚାୟତର ମଲ୍ଲିକାଦେଇପୁରର ଗାଁ ଲୋକେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ନୂଆ ବହି ଦେବେ କହି ଲୋକଙ୍କଠାରୁ ରାସନ ବହି ନେଇଗଲେ ଡିଲର। କିନ୍ତୁ ନୂଆ ବହି ଦେବା ବେଳକୁ ଡିସେମ୍ବର ମାସର ଚାଉଳ ଆମକୁ ନଦେଇ ଆମ ଖାତାରେ ଡିସେମ୍ବର ମାସର ରାସନ ଦେଇଥିବାର ଲେଖିଦେଲେ।
ଗଳି ରାସ୍ତାରେ ମହିଳା ଜଣଙ୍କ ଚାଲି ଚାଲି ଯାଉଥିବା ବେଳେ ମୁଖା ପିନ୍ଧା ଜଣେ ଲୁଟେରା ତାଙ୍କୁ ଫଲୋ କରି ବେକରୁ ଚେନ୍ ଛିଣ୍ଡାଇ ନେଇଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ଚିଟ୍ଫଣ୍ଡ ସଂସ୍ଥା ସି-ସୋର ସହ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି।
ନକଲି ସାର୍ଟିଫିକେଟକୁ ନେଇ ସାରା ରାଜ୍ୟରେ ହଇଚଇ । ସିବିଆଇ ତଦନ୍ତ ସୁପାରିଶ ପରେ ନେତାଙ୍କ ଛାତି ଧଡ୍ ଧଡ୍ । ଡାକ ବିଭାଗ ତଦନ୍ତ ଲିଙ୍କରେ ଅନ୍ୟ ବିଭାଗରେ ପଶିବ କି ସିବିଆଇ?
ନକଲି ସାର୍ଟିଫିକେଟ୍ ମାମଲାରେ ସିବିଆଇ ତଦନ୍ତ ସୁପାରିଶ ପରେ ଛନକା । ଯଦି ସିବିଆଇ ତଦନ୍ତ ହୁଏ, କେଉଁ କେଉଁ ବିଭାଗରେ ପଶିବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ସେପଟେ ସିବିଆଇ ତଦନ୍ତ ପାଇଁ ଡାକ ବିଭାଗର ଅନୁରୋଧ ପରେ ତେଜିଛି ରାଜନୀତି ।
'ମୂଷା ହତ୍ୟା' ମାମଲାରେ ଜଣେ ଅଭିଯୁକ୍ତଙ୍କ ବିରୋଧରେ ୩୦ ପୃଷ୍ଠାର ଏକ ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯାଇଛି। ପୋଲିସ୍ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଧାରା ୪୨୯ ଅଧୀନରେ ଏକ ଏଫ୍ଆଇଆର୍ ରୁଜୁ କରିଛି। ହୋଇପାରେ ଜରିମାନା ଆଉ ଜେଲ୍ ଦଣ୍ଡ।