• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜନ୍ମକଲା ସନ୍ତାନ ପାଲଟିଗଲା ପିଶାଚ । ମମତାମୟୀ ମା’କୁ ପିଟି ପଟି ମାରିଦେଲା । କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କେରେଡ଼ି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ କଳିରୁ ନିଜ ମା'କୁ ପୁଅ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ପୁଅ କହୁଛି ମାଆ ବିଷ ଖାଇ ଆତ୍ମହତ୍ୟା କରିଛି । ଏହି ଘଟଣାକୁ ନେଇ ଉଭୟ ବାପା ପୁଅ ସଦର ଥାନାରେ ଏତଲା ଦେଇଛନ୍ତି । ସଦର ଥାନା ପୋଲିସ ବୃଦ୍ଧାଙ୍କ ମରଶରୀରକୁ ଶବ ବ୍ୟବଚ୍ଛେଦ ଲାଗି ପଠାଇ ଛାନଭିନ ଆରମ୍ଭ କରିଛି।

ମୃତ ବୃଦ୍ଧ ମହିଳାଙ୍କ ନାମ ମହରଗି ସାହୁ । ମୃତକଙ୍କ ସ୍ୱାମୀ ଦଣ୍ଡପାଣି ସାହୁଙ୍କ କହିବା ଅନୁସାରେ, ଗତକାଲି ସକାଳେ ତାଙ୍କ ସ୍ତ୍ରୀ ଓ ସେ ଘର ବାହାରେ ଏକ ଖଟିଆରେ ବସିଥିଲେ । ଏହି ସମୟରେ ତାଙ୍କ ପୁଅର ମୁଢ଼ି ମିଲରେ ମୁଢ଼ି ଭାଜୁଥିବା ଜଣେ ମହିଳାଙ୍କୁ ସେ କିଛି ଖାଇବା ପାଇଁ ଦେଇଥିଲେ । ଆଉ ଏଇ କଥାରେ ଉତକ୍ଷିପ୍ତ ହୋଇ ପୁଅ ମନୋଜ ସାହୁ, ତାଙ୍କ ପତ୍ନୀ ବୃଦ୍ଧ ଦମ୍ପତିଙ୍କୁ ଗାଳି ଗୁଲଜ କରିବା ସହିତ ନିର୍ଧୁମ ମାଡ଼ ମାରିଥିଲେ । ଫଳରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ବୃଦ୍ଧ ମହିଳା । ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ କୌଣସି ବିଷ ପଦାର୍ଥ ଖୁଆଇ ଦେଇଥିଲେ । ତା’ପରେ ନିଜର ଅପରାଧ ଲୁଚାଇବାକୁ ଯାଇ ଗୁମାଗଡ଼ ମେଡିକାଲକୁ ନେଇଯାଇଥିଲେ ।

ଏପଟେ ପୁଅ ମନୋଜ ସାହୁ ଓଲଟା କଥା କହିଛି । ମା’ ମୁଢ଼ି ଭାଜୁଥିବା ମହିଳାଙ୍କ ସହିତ ଝଗଡ଼ା କରିବାରୁ ସେ ତାଙ୍କୁ ଗାଳି କରିଥିଲେ । ଆଉ ତା’ପରେ ମା’ ବିଷ ଔଷଧ ଖାଇଦେଇଥିଲେ । ଫଳରେ ଗୁରୁତର ହୋଇପଡ଼ିଥିଲେ । ତେଣୁ ସେ ବୃଦ୍ଧା ମା'ଙ୍କୁ ନେଇ ଗୁମାଗଡ଼ ମେଡିକାଲକୁ ଯାଇଥିଲେ ଏବଂ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଘଟଣାରେ ଉଭୟ ବାପା ଏବଂ ପୁଅ ସଦର ଥାନାରେ ପହଞ୍ଚି ନିଜ ନିଜ କଥା ଲିଖିତ ଅଭିଯୋଗ କରିଛନ୍ତି । ସଦର ଥାନା ପୋଲିସ ମହିଳାଙ୍କ ଶବକୁ ଜବତ କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇବା ସହିତ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗତକାଲି କୌଣସି କଥାକୁ ନେଇ ବୃଦ୍ଧା ଏବଂ ତାଙ୍କ ମାଆଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁଅ ମାଆକୁ ଠେଲାପେଲା କରିବା ବେଳେ ସେ ପଡିଯାଇଥିଲେ। ତାଙ୍କୁ ମେଡିକାଲ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ପରେ ବାପା ଦଣ୍ଡପାଣି ସାହୁ ତାଙ୍କ ପୁଅ ମାଆକୁ ମାରିଥିବା ନେଇ ଥାନାରେ ଏତଲ ଦେଇଛନ୍ତି।

ଅନ୍ୟପଟେ ମାଆ ବିଷ ଖାଇ ଆତ୍ମହତ୍ୟା କରିଥିବା ପୁଅ ଅଭିଯୋଗ କରିଛି। ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିନି।