/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684582350.jpg)
Online shopping scams
ଇ-କମର୍ସ ୱେବସାଇଟରୁ ସପିଂ କରି ଠକେଇର ଶିକାର ହେଲେ ଗ୍ରାହକ । ଅନଲାଇନରେ ଅର୍ଡର କଲେ ଦାମୀ ଲାପଟପ୍ । ହେଲେ ଲାପଟପ ବଦଳରେ ତାଙ୍କ ଘରେ ମିଷ୍ଟର ହ୍ୱାଇଟ୍ ଡିଟରଜେଣ୍ଟ ପାଉଡର ଡେଲିଭରୀ ହୋଇଥିବା ଜଣାପଡିଛି । କେନ୍ଦୁଝର ଜିଲ୍ଲାର ଯୋଡ଼ା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଚି ।
ଗତ ୧୪ ତାରିଖରେ ଯୋଡ଼ା ଅଞ୍ଚଳର ମନମୋହନ ମହାନ୍ତ ନିଜ ଝିଅ ପାଇଁ ଆମାଜନ ଇଣ୍ଡିଆରୁ ୫୬,୯୯୦ ଟଙ୍କା ମୂଲ୍ୟର HP କମ୍ପାନୀର ଲାପଟପ୍ ଅର୍ଡର କରିଥିଲେ । ସେ ନିଜ ସାନ ଭାଇ ଚୌଧୁରୀ ମହାନ୍ତଙ୍କ ଆଇଡିରୁ ଅର୍ଡର କରି ସମସ୍ତ ଟଙ୍କା ଅଗ୍ରୀମ ଭାବରେ କ୍ରେଡିଟ କାର୍ଡ ମାଧ୍ୟମରେ ପେମେଣ୍ଟ ମଧ୍ୟ କରିଥିଲେ । ଆଉ ଗତକାଲି ପହଞ୍ଚିଥିଲା ତାଙ୍କ ପାର୍ସଲ୍ । ମନମୋହନଙ୍କ ସାନ ଭାଇ ଚୌଧୁରୀ ପାର୍ସଲ୍ ରିସିଭ କରିବା ପରେ ଡେଲିଭରୀ ବଏ ସାମ୍ନାରେ ହିଁ ପ୍ୟାକେଟ ଖୋଲିଥିଲେ । ଏହି ସମୟରେ ସେ ଭିଡିଓ ମଧ୍ୟ ସୁଟ୍ କରିଥିଲେ ।
ତେବେ ଲାପଟପ୍ ବଦଳରେ ପ୍ୟାକେଟ ଭିତରୁ ମିଷ୍ଟର ହ୍ୱାଇଟ୍ କମ୍ପାନୀର ୨ କେଜିର ଡିଟରଜେଣ୍ଟ ପାଉଡର ବାହାରିଥିଲା । ଏନେଇ ସେ ସଙ୍ଗେ ସଙ୍ଗେ ଆମାଜନ୍ ସାଇଟରେ ଅଭିଯୋଗ କରିବା ସହିତ ଯୋଡ଼ା ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗର ସମାଧାନ ପାଇଁ ଆମାଜନ୍ କମ୍ପାନୀ ୫ ଦିନର ସମୟ ନେଇଥିବା କହିଛନ୍ତି ଅଭିଯୋଗକାରୀ । ୫ ଦିନ ଭିତରେ ସମାଧାନ ନହେଲେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଯୋଡ଼ା ପୋଲିସ୍ ପକ୍ଷରୁ ଆଶ୍ୱାସନ ମିଳିଥିବା ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)