କାହିଁକି ଡିଇଓ ଏବଂ ବିଇଓ ମାନେ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି? ଏହାପଛରେ ଆଉ କିଛି କାରଣ ଅଛି କି? ନା ଭିତିରି ବୁଝାମଣା?
ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ମାଳ ମାଳ ନକଲି ଶିକ୍ଷକ। ସବୁ ପ୍ରମାଣ ଥାଇ କାହିଁକି ନିଦାବିଷ୍ଣୁ ଜିଲ୍ଲା ଶିକ୍ଷାଧିକାରୀ ?
ରାଜ୍ୟର କୋଣ ଅନୁକୋଣକୁ ଲମ୍ବିଛି ଜାଲ୍ ସାର୍ଟିଫିକେଟ ଜାଲ । ବଲାଙ୍ଗୀରରେ ପୁଳା ପୁଳା ନକଲି ଶିକ୍ଷକ ଅଭିଯୋଗ । ରାଜ୍ୟ ବାହାର ପ୍ରମାଣପତ୍ର ଦେଇ ଚାକିରି କରୁଛନ୍ତି ୩୭୮ ଶିକ୍ଷକ । ନୀଳଗିରିରେ ବି ଜାଲ୍ ସାର୍ଟିଫିକେଟ୍ କେଳେଙ୍କାରୀ । ନକଲି କଥା ପଚାରିବାରୁ ଚିହିଁକିଲେ ଶିକ୍ଷୟିତ୍ରୀ ।
ଡାକ, ସମବାୟ ପରେ ଏବେ ଶିକ୍ଷା ବିଭାଗରେ ନକଲି ସାର୍ଟିଫିକେଟ୍? ଜାଲି ସାର୍ଟିଫିକେଟ୍ରେ ଶିକ୍ଷକ ଚାକିରିକୁ ନେଇ ଧରପଗଡ଼ । ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗରେ ଏନେଇ ଧରପଗଡ଼ ହେଉଥିବା ସୂଚନା ମିଳିଛି ।