Advertisment

ଯୁବତୀଙ୍କ ମଥାରେ ସିନ୍ଦୂର ଲଗାଇ ବାହାଘର ଭାଙ୍ଗିଦେଲା ସାଇକୋ ଲଭର୍‌

ଅଭିଯୁକ୍ତ ଓ ପୀଡିତା ଗୋଟିଏ ଗାଁର। ଘଟଣାକୁ ନେଇ ମହିଳାଙ୍କ ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
man puts sindoor on woman at her wedding with another

man puts sindoor on woman at her wedding with another

ପ୍ରେମରେ ସଫଳ ନହେବାରୁ ଜୋର ଜବରଦସ୍ତି ମହିଳାଙ୍କ ମଥାରେ ସିନ୍ଦୂର ଦେଲା ଯୁବକ। ତାହା ବି ପୁଣି ମହିଳାଙ୍କ ବାହାଘରରେ। ଆଉ ବାତିଲ ହେଲା ମ୍ୟାରେଜ୍‌। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗାଜିପୁରରେ।

Advertisment

ଜଣେ ଯୁବକ ସେହି ଗାଁର ଜଣେ ଯୁବତୀଙ୍କୁ ଭଲପାଉଥିଲେ। କିନ୍ତୁ ତାଙ୍କ ପ୍ରେମ ଏକତରଫା ଥିଲା। ଯୁବକ ଜଣକ ଅନେକ ଥର ପ୍ରେମ ନିବେଦନ କରି ବିଫଳ ହୋଇଥିଲା। ମହିଳାଙ୍କ ବିବାହ ଅନ୍ୟତ୍ର ଠିକ୍‌ ହୋଇଯାଇଥିବା ଜାଣିବା ପରେ ଏହାକୁ ଭାଙ୍ଗିବାକୁ ଚେଷ୍ଟା ଆରମ୍ଭ କରିଦେଇଥିଲା ଯୁବକ ଜଣକ। ବିବାହ ଦିନ ଅତିଥି ଭାବେ ମହିଳାଙ୍କ ଘରକୁ ଯାଇ ଠିକ୍‌ ବେଦୀ ଉପରେ ମଥାରେ ଜବରଦସ୍ତି ସିନ୍ଦୂର ଦେଇଥିଲା। ଯାହା ଫଳରେ ବିବାହ ବାତିଲ ହୋଇଥିଲା।

ଏହାପରେ ଉପସ୍ଥିତ ଅତିଥି ମାନେ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ବହେ ଛେଚି ପୋଲିସର ଜିମା ଦେଇଥିଲେ। ଗତ ୧୬ ତାରିଖରେ ଏହି ଘଟଣା ଘଟିଥିବା ଗାଜିପୁରର ଏସ୍‌ପି ଓମ୍‌ବୀର ସିଂହ କହିଛନ୍ତି। ଅଭିଯୁକ୍ତକୁ ଗିରଫ କରାଯାଇ ପଚରାଉଚୁରା କରାଯାଉଛି।

Advertisment

ଅଭିଯୁକ୍ତର ନାଁ ରାମାଶିଷ ବୋଲି ଜଣାପଡିଛି। ଅଭିଯୁକ୍ତ ଓ ପୀଡିତା ଗୋଟିଏ ଗାଁର। ଘଟଣାକୁ ନେଇ ମହିଳାଙ୍କ ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଜଣକ ଝିଅକୁ ୭ ବର୍ଷ ଧରି ବଳାତ୍କାର କରିଛି। ଏପରିକି ଝିଅର ଅନ୍ତରଙ୍ଗ ମୁହୂର୍ତ୍ତର ଭିତିଓ ରଖିଥିବା ଅଭିଯୋଗରେ ଦର୍ଶାଇଛନ୍ତି।ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ତେବେ ଅଭିଯୋଗ ଆସିଥିବା ଭିଡିଓ ସମ୍ପର୍କରେ କୌଣସି ପ୍ରମାଣ ମିଳିପାରିନାହିଁ।   

Love
Advertisment
Advertisment