ଭୁବନେଶ୍ୱରର୧ ନମ୍ବର ମାର୍କେଟରେ ଗୁଟଖା, ମାଦକ ଦ୍ରବ୍ୟ ଓ ଚୋରା ନିଶା କାରବାର ନେଇ ଡ୍ରଗ୍ସ ଇନ୍ସପେକ୍ଟର ଓ କ୍ରାଇମବ୍ରାଞ୍ଚ ଏସଟିଏଫ ତରଫରୁ ମିଳିତ ଚଢାଉ କରାଯାଇଛି ।
ବାହାରେ ଲାଗିଥିଲା ମସଲା ଡିଷ୍ଟ୍ରିବ୍ୟୁଟର ବ୍ୟାନର । ଭିତରେ ଚାଲିଥିଲା ଗଞ୍ଜେଇ କାରବାର । ପୋଲିସ ଓ STFର ମିଳିତ ଚଢାଉରେ ପୁଳାପୁଳା ଗଞ୍ଜେଇ ଜବତ ହୋଇଥିବାବେଳେ ଏହା ବିଡ଼ି ଗୁଣ୍ଡ ବୋଲି କହି ସଫେଇ ଦେଇଛନ୍ତି ଦୋକାନୀ ।
ଲୋକମାନଙ୍କୁ ଚାଲାଣ କରିବା ପରେ ସେମାନଙ୍କ ନକଲି ଆଧାର କାର୍ଡ ଏବଂ ଭୋଟର ଆଇଡି ତିଆରି କରୁଥିଲା ଦଲାଲ I ଟଙ୍କା ଆଗୁଆ ଫୋନ ପେରେ ପଠାଇବା ପରେ ଆରମ୍ଭ ହେଉଥିଲା ଅପରେସନ ବର୍ଡ଼ର ପାର୍ I ଏଯାବତ ୪୦ ଜଣ ବାଂଲାଦେଶୀଙ୍କୁ ଦିଲ୍ଲୀ, ବେଙ୍ଗାଲୁରୁରେ ରଖାଯାଇଥିବା ତଦନ୍ତ ବେଳେ ସାମ୍ନାକୁ ଆସିଛି । ଏହାର ଖୋଳତାଡ଼ ପାଇଁ STF ଟିମ୍ ଦିଲ୍ଲୀ, ଆସାମ ଓ ବେଙ୍ଗାଲୁରୁ ଯିବ I
କଟକ ବୟାଳିଶି ମୌଜାରେ ବେଆଇନ ବନ୍ଧୁକ କାରଖାନା ଚାଲିଥିବା କ୍ରାଇମବ୍ରାଞ୍ଚ STF କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ଭୋରରୁ କ୍ରାଇମବ୍ରାଞ୍ଚ STF ଏହି କାରଖାନା ଉପରେ ଚଢ଼ାଉ କରିଥିଲା । ଏକ ଚାଳ ଘର ଭିତରେ ଚାଲିଥିଲା ବନ୍ଧୁକ ତିଆରି । ଘଟଣା ସ୍ଥଳରୁ ବନ୍ଧୁକ ତିଆରି ମେସିନ, ସରଞ୍ଜାମ ଓ ବନ୍ଧୁକ ଜବତ ହୋଇଛି।
ଆସାମ ସୀମାରେ ଅନାୟସରେ ବାଂଲା ଅନୁପ୍ରବେଶକାରୀ ଭାରତରେ ପଶୁଛନ୍ତି । ଏହା ପରେ ବିଭିନ୍ନ ସ୍ଥାନକୁ ଟ୍ରେନରେ ଯାଇ ସେଠାରେ ରହି ଯାଉଛନ୍ତି । କିଛି ଦିନ ରହି କାମ କରିବା ପରେ ଜାଲ୍ ସାର୍ଟିଫିକେଟ୍ ବାହାର କରି ଦେଉଛନ୍ତି ବୋଲି ପୋଲିସ୍ କହିଛି ।
ରାଜ୍ୟର ସମସ୍ତ ମାଇନ୍ସ କରିଡରର ଚେକ୍ ପଏଣ୍ଟରେ ରେଡ୍ ହେଉଛି। ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମର ଗୋପାଳପୁରରେ ମଧ୍ୟ ରେଡ୍ କରିଛନ୍ତି EOW ଏବଂ STF । ଗତକାଲି ବି ସୌମ୍ୟଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କୁ ୧୧ ଘଣ୍ଟା ଧରି ଜେରା କରିଥିଲା କ୍ରାଇମବ୍ରାଞ୍ଚ EOW । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ ସୋସାଇଟିରେ କୋଟି କୋଟି ଟଙ୍କାର ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ଜେରା କରିଥିଲା EOW ।
ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ ଏସଟିଏଫ । କେଉଁ ଆଇପି ଆଡ୍ରେସରୁ ପନ୍ନୁର ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।
କ୍ରାଇମବ୍ରାଞ୍ଚ STF ଓ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଜେରାରୁ ଖୋଲୁଛି ସନ୍ଦିଗ୍ଧ ଆତଙ୍କୀ ବୁଖାରୀର ଗୋଟିକ ପରେ ଗୋଟିଏ କଳାଚିଠା । ଏବେ ଖୋଲିଛି ବୁଖାରୀର ହନିଟ୍ରାପ୍ ଆପ ଗୁମର ।
ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ସୟିଦ ଇଶାନ ବୁଖାରୀ ଥିଲା ହନିଟ୍ରାପ ମାଷ୍ଟର ! ନିଜର ଏକ ସ୍ୱତନ୍ତ୍ର ଆପ୍ ବନେଇଥିଲା । ବହୁ ଯୁବତୀଙ୍କ ଜରିଆରେ ନ୍ୟୁଡ୍ କଲ୍ କରାଇ ବଡ଼ ବଡ଼ିଆଙ୍କଠୁ ଆଦାୟ କରିଛି କୋଟି କୋଟି ଟଙ୍କା ।
ଖୋଲିବ ସନ୍ଦିଗ୍ଧ ଆତଙ୍କୀ ବୁଖାରୀର କଳାଚିଠା। ୫ ଦିନିଆ ରିମାଣ୍ଡରେ ଆଣି ବୁଖାରୀକୁ ଭୁବନେଶ୍ବରରେ ଘାଣ୍ଟୁଛନ୍ତି କ୍ରାଇମବ୍ରାଞ୍ଚ STF ସହ IB ଅଧିକାରୀ। ଆତଙ୍କବାଦୀଙ୍କ ସହ ସମ୍ଭାବ୍ୟ ଲିଙ୍କ୍, ନିଜକୁ ଡାକ୍ତର ଦର୍ଶାଇ ବହୁ ବିବାହ ପଛର ରହସ୍ୟ ଏବଂ ଓଡ଼ିଶାରେ ଆତ୍ମଗୋପନ ପଛର ସତ ଉଗାରୁଛନ୍ତି ଅଧିକାରୀ..
ଯେଉଁ ସମୟରେ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ଥିଲା କାଶ୍ମୀର, ସେହି ସମୟରେ କାଶ୍ମୀରରୁ ଆସି ଯାଜପୁର ଧର୍ମଶାଳା ଅଞ୍ଚଳରେ ଆତ୍ମଗୋପନ କରିଥିଲା ବୁଖାରୀ । ବନିଥିଲା ନେଉଳପୁର ଗାଁର ଜ୍ୱାଇଁ ।
ତାଙ୍କ ଯୋଜନାକୁ ପଣ୍ଡ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA। ପ୍ରାୟ ୧୯ଟି ସ୍ଥାନରେ ଚଢାଉ କରିଥିଲା ଏନଆଇଏ ।
ଓଡ଼ିଶାରୁ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ଧରାପଡ଼ିବା ଘଟଣା। ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆଜି ଆବେଦନ କରିବ କ୍ରାଇମବ୍ରାଞ୍ଚ STF।
ବହୁରୂପୀ ବୁଖାରୀ ୟୁଟ୍ୟୁବ ଦେଖି ଠକେଇ କଳା ଶିଖିଥିଲା। କେଉଁ ରୋଗ ପାଇଁ କେମିତି ଡାକ୍ତରୀ ଚିକିତ୍ସା କରାଯାଏ, ତାହା ବି ଶିଖୁଥିଲା। ଶେଷରେ ୟୁଟ୍ୟୁବରୁ ପ୍ରାପ୍ତ ଜ୍ଞାନକୁ ପ୍ରୟୋଗ କରି ଜଣେ ରୋଗୀଙ୍କ ଜୀବନ ନେଇଥିବା ମଧ୍ୟ କୁହାଯାଉଛି ।
ଓଡ଼ିଶାରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀକୁ ନେଇ ହଇଚଇ । ଓଡ଼ିଶା ଭିତରେ ବୁଲୁଥିଲା ଛଦ୍ମବେଶୀ ରୂପରେ । ଦେଶ ବିରୋଧୀ ତତ୍ତ୍ୱ, ଠକେଇ ସହ ବୁଣୁଥିଲା ଆତଙ୍କୀ ନେଟୱାର୍କ । ଆଜି ଯେଉଁ ଯୁବକକୁ STF ଗିରଫ କରିଛି, ଯାହା ନାଁ ସଇଦ୍ ଈଶାନ୍ ବୁଖାରୀ ।
ବାରରେ ଚାଲିଛି ଡ୍ରଗ୍ସ କାରବାର । ହୁକା ବାରରେ ନାଁରେ ଡ୍ରଗସ ନେଉଛନ୍ତି ଯୁବକ ଯୁବତୀ ।
ରାଜ୍ୟରେ ବଢୁଛି ଜାଲ୍ ନୋଟର କାରବାର । ଗତକାଲି ସୋନପୁରରୁ ୪୧ ଲକ୍ଷରୁ ଅଧିକ ଟଙ୍କାର ୫ଶହ ଟଙ୍କିଆ ଜାଲ୍ ନୋଟ୍ ଜବତ କରିଛି କ୍ରାଇମବ୍ରାଂଚ STF ।
ସାରା ଦେଶରେ ଟମାଟୋର ଦର ବୃଦ୍ଧି ନେଇ ବିରୋଧି ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଲେଶ ଯାଦବ ମଧ୍ୟ ପଛରେ ପଡ଼ିନାହାନ୍ତି ।
ଓଡ଼ିଆ ଯୁବକଙ୍କ ମାଧ୍ୟମରେ ଦେଶରେ ବଡ଼ ଅଘଟଣ ଘଟାଇବାକୁ ଷଡ଼ଯନ୍ତ୍ର କରିଥିଲା କି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ? OTP ସେୟାରିଂକୁ ଅସ୍ତ୍ର କରି ଦେଶବ୍ୟାପି କାୟା ମେଲାଇବାକୁ ISI ବଡ଼ ଷଡ଼ଯନ୍ତ୍ର ରଚୁଛି କି ? କାରଣ, ରାଜ୍ୟର ବହୁଚର୍ଚ୍ଚିତ OTP ସେୟାରିଂ ମାମଲା ସହ ଆତଙ୍କୀ ଲିଙ୍କର ଖୋଳତାଡ଼ କରୁ କରୁ ପୁଣେରୁ ଧରାପଡ଼ିଛି ଜଣେ ଅଭିଯୁକ୍ତ। ଯାହାକୁ କ୍ରାଇମବ୍ରାଞ୍ଚ STF ସହ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍-ATS ଏବଂ ଗୁଇନ୍ଦା ସଂସ୍ଥା ମାରାଥନ ଜେରା କରୁଛନ୍ତି। ଆଶଙ୍କା ରହୁଛି, ଆଗକୁ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିପାରେ।
ସାମ୍ନାକୁ ଆସିଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ବଡ଼ ଲିଙ୍କ୍। ଓଡ଼ିଶା ଆସି ଘାଣ୍ଟୁଛି ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍-ATS ଏବଂ ଗୁଇନ୍ଦା ସଂସ୍ଥା। କ୍ରାଇମବ୍ରାଞ୍ଚ STF ହାତରେ ଧରାପଡ଼ିଥିବା ଜଣେ ସନ୍ଦିଗ୍ଧଙ୍କୁ ଧରି ଚଳାଇଛି ମାରାଥନ୍ ଜେରା।
ପରିଚୟ ମେକାନିକ, କିନ୍ତୁ ପ୍ରଫେସନ ପକ୍କା ନିଶା ବେପାରୀ । ରାଜଧାନୀର ପୋସ୍ ଏରିଆ ୮ ନମ୍ବର ଅଞ୍ଚଳରେ ଗ୍ୟାରେଜ୍ ଦୋକାନ ବାହାନାରେ ଧଳା ଜହର ବିକି ଏସଟିଏଫ୍ ହାବୁଡ଼ରେ ପଡ଼ିଥିବା ଇଏ ସେଇ ଅଭିଯୁକ୍ତ ।
ପରିଚୟ ମେକାନିକ, କିନ୍ତୁ ପ୍ରଫେସନ ପକ୍କା ନିଶା ବେପାରୀ । ରାଜଧାନୀର ପୋସ୍ ଏରିଆ ୮ ନମ୍ବର ଅଞ୍ଚଳରେ ଗ୍ୟାରେଜ୍ ଦୋକାନ ବାହାନାରେ ଧଳା ଜହର ବିକି ଏସଟିଏଫ୍ ହାବୁଡ଼ରେ ପଡ଼ିଥିବା ଇଏ ସେଇ ଅଭିଯୁକ୍ତ ।
ବରଗଡ଼ରୁ ଗୁଡ୍ଡୁ ଛତିଶଗଡ଼ ପଳାଇଥିବା ନେଇ ଖବର ପ୍ରକାଶ ପାଇଛି । ମିରଟ, ଆଜମେର, ଝାନସୀ, ନାସିକ, ପୁଣେ ପରେ ବରଗଡ଼ ଆସିଥିଲା ଗୁଡ୍ଡୁ ।
ଓଡ଼ିଶାରେ ଆତ୍ମଗୋପନ କରିଛି କି ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁୂଡ୍ଡୁ ମୁସଲିମ୍ ? ସହଯୋଗୀଙ୍କ ଜରିଆରେ ଓଡ଼ିଶା ଭିତରେ ଅଣ୍ଡରଗ୍ରାଉଣ୍ଡ ହୋଇ ଘୁରିବୁଲୁଛି କି ଏ ଜିଲ୍ଲାରୁ ସେ ଜିଲ୍ଲା ? ପ୍ରଥମେ ପୁରୀ ଆଉ ଏବେ ବରଗଡ଼ ଲିଙ୍କ୍ ସାମ୍ନାକୁ ଆସିବା ପରେ କୁଖ୍ୟାତ ଡନ୍ ଆତିକ୍ ଅହମ୍ମଦର ଡାହାଣ ହାତ ଗୁଡ୍ଡୁକୁ ନେଇ ରାଜ୍ୟ ପୋଲିସ କ୍ୟାମ୍ପରେ ହଲଚଲ୍। ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ବଛା ବଛା ଅଫିସରଙ୍କୁ ନେଇ ବୈଠକ ହୋଇଛି ବିଚାର ବିମର୍ଷ।
୧୦ଲକ୍ଷରେ ଚମଡା ଡିଲ୍ ବେଳେ ଅଭିଯୁକ୍ତକୁ ଧରିଲା STF, ଶିକାରୀ ଠାରୁ କଲରାପତରିଆ ଛାଲ ବି ଜବତ