Advertisment

ଦିନରେ ଲଣ୍ଠନ ଦେଖାଇଲା, ଡବଲ୍‌ ହେବ କହି ସବୁ ନେଇଗଲା

ଅଭିଯୁକ୍ତ ଜଣକ କ୍ରିପ୍ଟୋ କରେନ୍ସିରେ ଟଙ୍କା ନିବେଶ କରିବାକୁ ବ୍ୟକ୍ତିଙ୍କୁ କହିଥିଲା। ଟଙ୍କା ନିବେଶ କଲେ ଗୋଟିଏ ଦିନରେ ଟଙ୍କା ଡବଲ୍‌ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
19-year-old Delhi boy arrested for crypto scam

19-year-old Delhi boy arrested for crypto scam

ଟଙ୍କା ନିବେଶ କର, ଗୋଟିଏ ଦିନରେ ହୋଇଯିବ ଡବଲ। ଲୋଭରେ ବଶବର୍ତ୍ତୀ ହୋଇ ନିରୀହ ଲୋକ ଟଙ୍କା ନିବେଶ କଲେ। ଶେଷରେ ଡବଲ ହେବା ତ ଦୂରର କଥା, ଜମା କରିଥିବା ଟଙ୍କା ବି ମିଳିଲାନି। ଆଉ ଏମାନଙ୍କ ଟଙ୍କା ହଡ଼ପ ପଛରେ ମାଷ୍ଟରମାଇଣ୍ଡ ଥିଲା ୧୯ ବର୍ଷର ଯୁବକ ନରେନ୍ଦ୍ର ଚୌଧୁରୀ। ତାକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ। 

Advertisment

ରାଜସ୍ଥାନର ସବାଇ ମାଧୋପୁର ଜିଲ୍ଲାର ନରେନ୍ଦ୍ର ଚୌଧୁରୀ। ନରେନ୍ଦ୍ରର ଏକ ମୋବାଇଲ ରିପାରିଂ ଦୋକାନ ମଧ୍ୟ ରହିଛି। ସେହିଠାରୁ ହିଁ ଅନ୍ୟ ଜଣେ ନାବାଳକ ସହ ମିଶି ନରେନ୍ଦ୍ର ଅପରେଟ୍‌ କରିଥାଏ।ଜଣେ ବ୍ୟକ୍ତି ସୋସିଆଲ ମିଡିଆ ସୂଚନାରେ ଫସି ୪୫ ହଜାର ଟଙ୍କା ହରାଇବା ପରେ ଦିଲ୍ଲୀ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ସମସ୍ତ ଘଟଣା ପଦାକୁ ଆସିଥିଲା। 

ଅଭିଯୋଗ ଅନୁସାରେ ଅଭିଯୁକ୍ତ ଜଣକ କ୍ରିପ୍ଟୋ କରେନ୍ସିରେ ଟଙ୍କା ନିବେଶ କରିବାକୁ ବ୍ୟକ୍ତିଙ୍କୁ କହିଥିଲା। ଟଙ୍କା ନିବେଶ କଲେ ଗୋଟିଏ ଦିନରେ ଟଙ୍କା ଡବଲ୍‌ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ବ୍ୟକ୍ତି ଜଣକ ଗତ ଫେବୃଆରୀ ୨୧ରେ ସୋସିଆଲ ମିଡିଆର ଏକ ଗ୍ରୁପ୍‌ରେ ଜଏନ୍‌ କରିଥିଲେ। ବିଟକଏନ୍‌, କ୍ରିପ୍ଟୋକରେନ୍ସି ଓ ମ୍ୟୁଚଆଲ ଫଣ୍ଡ୍‌ରେ ଟଙ୍କା ନିବେଶ କଲେ ଦିନକରେ ଡବଲ ହୋଇଯିବ ବୋଲି ସେଥିରେ ବିଜ୍ଞାପନ ଦିଆଯାଇଥିଲା। 

Advertisment

ସେହି ଗ୍ରୁପ୍‌ରେ ଦିଆଯାଇଥିବା ମୋବାଇଲ ନମ୍ବରକୁ ବ୍ୟକ୍ତି ଜଣକ କଲ୍‌ କରିଥିଲେ। ତେବେ ଅଭିଯୁକ୍ତ ଜଣକ ନିଜକୁ ବୋନେଶ ମିନା ବୋଲି ପରିଚୟ ଦେଇଥିଲେ। ତେବେ ବ୍ୟକ୍ତି ଜଣକ  ୧୦ ହଜାର ଓ ପରେ ଜିଏସ୍‌ଟି ବାବଦକୁ ୬ ହଜାର ଟଙ୍କା ଦେବାକୁ କହିଥିଲେ। ଏମିତି କହି ୪୫ ହଜାର ଟଙ୍କା ଠକି ନେଇଥିବା ପୋଲିସ କହିଛି। 

ଏନେଇ ଦିଲ୍ଲୀ(ଉତ୍ତର) ଏସଏଚଓ ସାଇବର ପୋଲିସ ଷ୍ଟେସନର ଇନ୍ସପେକ୍ଟର ପବନ ତୋମାରଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣା ଖୋଳତାଡ଼ ଆରମ୍ଭ କରିଥିଲା। ତେବେ ତଦନ୍ତ ବେଳେ ମୋବାଇଲ ନମ୍ବରଟି ରାଜସ୍ଥାନର  ସବାଇ ମଧୋପୁରରେ ଟ୍ରେସ୍‌ କରାଯାଇଥିଲା। ସୂଚନାକୁ ଭିତ୍ତି କରି ପୋଲିସ ସେହି ଅଞ୍ଚଳର କୁନ୍ଦେରା ଗାଁରେ ରେଡ୍‌ କରି ଅଭିଯୁକ୍ତକୁ ଗିରଫ କରିଥିବା ନେଇ ଦିଲ୍ଲୀ(ଉତ୍ତର) ଡେପୁଟି କମିଶନର ପୋଲିସ କହିଥିଲେ।  

Cyber Crime Cryptocurrency Bitcoin
Advertisment
Advertisment