• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରବଚନ ଶୁଣିବା ପାଇଁ ଯାଇଥିଲେ ଦମ୍ପତି । ହେଲେ ପ୍ରଭୁ ଶ୍ରୀରାମଙ୍କ କଥା ଶୁଣି ସାରି ଆଉ ଘରକୁ ଫେରିଲେନି । ଭଗବତ୍‌ କଥା ଶୁଣିବାର କିଛି ଘଣ୍ଟା ପରେ ଉଭୟଙ୍କର ମୃତଦେହ ମିଳିଛି । ମଧ୍ୟପ୍ରଦେଶ(Madhya Pradesh )ର ଦାମୋ ଜିଲ୍ଲା (Damoh district)ର ଏକ ଗାଁରେ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ୍‌ । ତେବେ ଏହା ଆତ୍ମହତ୍ୟା ମାମଲା ବୋଲି ସନ୍ଦେହ କରୁଛି ପୋଲିସ ।

ମୃତକ ଦମ୍ପତି ହେଲେ ହରଦୟାଲ ସିଂ ଲୋଧି( ୫୮ ବର୍ଷ) ଓ ତାଙ୍କ ସ୍ତ୍ରୀ ଭଗବତୀ(୫୫ବର୍ଷ) । ବୁଧବାର ବିଳମ୍ବିତ ରାତିରେ ସନ୍ଦେହଜନକ ଭାବରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଜ ଗାଁ ଠାରୁ ତିନି କିଲୋମିଟର ଦୂରରେ ଥିବା ଲୁହରୀ ଗାଁରେ ବାହା ଦେଇଥିବା ଝିଅର ଶାଶୂଘରକୁ ଯାଇଥିଲେ ସ୍ୱାମୀସ୍ତ୍ରୀ । ନିଜ ଗାଁରେ ଭଗବତ୍‌ କଥା ଆୟୋଜନ ହେଉଥିବାରୁ ଜ୍ୱାଇଁ ଉଭୟଙ୍କୁ ନିମନ୍ତ୍ରଣ କରିଥିଲେ ।

ହେଲେ ଘଟଣା ଦିନ ସନ୍ଧ୍ୟାରେ ଶ୍ରୀମଦ୍ ଭାଗବତ କଥା ଶୁଣିବାକୁ ଯାଇ ଆଉ ସେମାନେ ଘରକୁ ଫେରିନଥିଲେ । ବାପାମା’ ଅନେକ ସମୟ ଧରି ଘରକୁ ନଫେରିବା ପରେ ତାଙ୍କ ଝିଅ ଶାଶୂଘର ଲୋକଙ୍କୁ ଜଣାଇଥିଲେ । ଅନେକ ଖୋଜାଖୋଜି କରିବା ପରେ ଉଭୟଙ୍କୁ ଏକ ଚାଷଜମିରେ ମରିପଡ଼ିଥିବା ଦେଖିବାକୁ ମିଳିଥିବା କହିଛନ୍ତି ଇନ୍ସପେକ୍ଟର ମନୀଷ ମିଶ୍ର ।

ମୃତକଙ୍କ ଝିଅ କହିଛନ୍ତି, ବାପାମା ନଫେରିବାରୁ ତୁରନ୍ତ ଥାନାକୁ ଖବର ଦିଆଯାଇଥିଲା । ଖବର ପାଇ ଖୋଜାଖୋଜି କରିଥିଲା ପୋଲିସ୍‌ । ତେବେ ମୃତଦେହ ପାଖରେ ବିଷ ବୋତଲ ପଡ଼ିଥିବା କହିଛି ପୋଲିସ୍‌ । ତେଣୁ ଦମ୍ପତି ବିଷ ଖାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଅନ୍ୟପଟେ ବର୍ତ୍ତମାନ ଉଭୟଙ୍କ ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମୋର୍ଟମ ପାଇଁ ପଠାଇ ଦିଆଯାଇଛି । ଏହାସହ ସେମାନେ କେଇଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ସେସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି ।